ଶିକ୍ଷାଠାରୁ ରାଜନୀତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଗୋପବନ୍ଧୁ ଓଡ଼ିଶାକୁ ନେତୃତ୍ୱ ଦେଇଥିଲେ:ରଘୁନନ୍ଦନ ଦାସ

ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ସେବାକାର୍ଯ୍ୟ, ଦୀନଦରିଦ୍ର, ଦୁଃଖୀରଙ୍କୀଙ୍କ ପାଇଁ ତାଙ୍କ ଜୀବନ ଓ ପରିବାରକୁ ବାଜି ଲଗାଇ ଦେଇଥିଲେ ।

ଓଡ଼ିଶାର ସ୍ୱାର୍ଥ ପାଇଁ, ଓଡ଼ିଆ ଭାଷା, ଓଡ଼ିଶା ପ୍ରଦେଶ ଗଠନ,ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁତଳନୀୟ ଥିଲା ।

ଗୋପବନ୍ଧୁଙ୍କ ପ୍ରଦର୍ଶିତ ସେବା, ତ୍ୟାଗ ଓ ଆଦର୍ଶର ଚଲାପଥରେ ଚାଲିବାକୁ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜିର ଯୁବପିଢ଼ି ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

ଆଜି ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୨ତମ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଗୋପବନ୍ଧୁଙ୍କ ହୃଦୟରେ ଗରିବ ଲୋକଙ୍କ ପ୍ରତି ଭଲପାଇବା ରହିଥିଲା ।

ଶିକ୍ଷାଠାରୁ ରାଜନୀତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଗୋପବନ୍ଧୁ ଓଡ଼ିଶାକୁ ନେତୃତ୍ୱ ଦେଇଥିଲେ ।

ଗୋପବନ୍ଧୁଙ୍କ ଜୀବନ ଓ ଆଦର୍ଶ ସଂପର୍କରେ ସବୁସ୍ତରରେ ଅଧିକରୁ ଅଧିକ ଆଲୋଚନା ହେଲେ ତାଙ୍କର ପ୍ରଦର୍ଶିତ ପଥ ଅନୁସରଣ କରି ଓଡ଼ିଶାର ବିକାଶପଥରେ ସମସ୍ତେ ସାମିଲ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶରେ ନିଜେ ସଂସ୍କାରିତ ହେବା ସହିତ ଅନ୍ୟମାନଙ୍କୁ ଆପଣାଇବାକୁ ପରାମର୍ଶ ଦେଇଥିଲେ ।

ଗୋପବନ୍ଧୁଙ୍କ ପାଇଁ ଆଜି ସତ୍ୟାବଦୀ ପରିଚିତ ।

ବନ୍ୟାରେ ଭୋକଉପାସରେ ରହୁଥିବା ଗରିବ ଲୋକମାନଙ୍କ ପାଇଁ ଚୁଡ଼ାଚାଉଳ ଭିକ୍ଷା କରି ବାଣ୍ଟୁଥିବା ଗୋପବନ୍ଧୁ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ୱରଞ୍ଜନ ଉତ୍କଳମଣିଙ୍କ ସ୍ୱାଧୀନତା ସଂଗ୍ରାମ, ଦୁଃସାହସିକ ଜୀବନଯାତ୍ରାର କାହାଣୀ ସଂପର୍କରେ ବିଶଦ ଆଲୋକପାତ କରି ଶିକ୍ଷା, ସାହିତ୍ୟ, ସାମ୍ବାଦିକତା, ସମାଜ ସଂସ୍କାର ଆଦି କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ ଯୋଗଦାନ ଦେଇଯାଇଛନ୍ତି, ତାହା ଯୁଗଯୁଗ ଧରି ଆମ ଓଡ଼ିଆ ଜାତି ଓ ଦେଶକୁ ପ୍ରେରଣା ଯୋଗାଉଥିବ ବୋଲି କହିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ଉତ୍କଳମଣିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ଦେବା ପରେ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା ।

ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବକ୍ତୃତା ଓ ସଂଗୀତ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସଭା ପରେ ପରେ ସ୍ୱର ବିତାନ, ଭୁବନେଶ୍ୱର ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଓ ଭଜନ ପରିବେଷଣ କରାଯାଇଥିଲା ।

ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସକାଳେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଛକଠାରେ ଅବସ୍ଥାପିତ ଉତ୍କଳମଣି ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ଦାସ ମାଲ୍ୟାର୍ପଣ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ,ବିଭାଗୀୟ ବରିଷ୍ଠ ପଦାଧିକାରୀଙ୍କ ସମେତ ଉତ୍କଳ ସମ୍ମିଳନୀ, ପିପୁଲସ୍‌ ଫର ସେବା ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତା, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

Categories
LIFE
Newsroll

RELATED BY

  • ନିଆରା ଢଙ୍ଗରେ ପାଳନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

    ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅକ୍ଟୋବର ୧୬ ତାରିଖରେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଜୁ ଜନତା ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ...
  • ସଂଗ୍ରାମୀ ଇତିହାସ, ଛାତ୍ରସମାଜ ଓ ଯୁବସମାଜ ପାଇଁ ଆଦର୍ଶ ହେଉ

    ଭୁବନେଶ୍ୱର: ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ସଂଗ୍ରାମୀ ଇତିହାସ ଛାତ୍ରସମାଜ ଓ ଯୁବସମାଜ ପାଇଁ ଆଦର୍ଶ ହେଉ ବୋଲି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି । ଆଜି...
  • ‘ସମୃଦ୍ଧ ଜୀବନ’

    ବର୍ତମାନର ଧାଁ ଦଉଡ଼ ପୂର୍ଣ୍ଣ ଜୀବନର ଜଟିଳତା ଯୋଗୁଁ ଆମ ମନ ଉଦବେଗ୍ ଓ ଦୁଶ୍ଚିନ୍ତାରେ ଭରି ରହୁଛି । ଏହା ଆମ ମାନସିକ ଶାନ୍ତି ଓ ସୁଖରେ ବ୍ୟାଘାତ ସାଜୁଛି । ଆମେ କ’ଣ ଅଟୁ ଓ କ’ଣ...
  • ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମଦିନ ପାଳିତ

    ଓଡ଼ିଆ ଫିଲ୍ମର ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମ ଦିନ ଆଜି ଝାରପଡ଼ା ଜେଲ ପାଖରେ ଥିବା ମଧୁରମୟୀ ଶିକ୍ଷା କେନ୍ଦ୍ରରେ ପାଳିତ ହୋଇଛି । ଶ୍ରୀମାନ ଗୁଡୁ ଛୋଟଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ସହିତ ଉପହାର ପ୍ରଦାନ କରିଥିଲେ ।...