ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଭୁବନେଶ୍ଵରରେ ବୈଠକ କରିବେ

୧୨ ତାରିଖରେ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମିତି ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଚଳିତ ବର୍ଷ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ଅନୁଷ୍ଠିତ ହେବ ।

ଏହି ବୈଠକରେ ସଂଘର  ସରସଂଘଚାଳକ  ଡ଼. ମୋହନରାଓ ଭାଗବତ୍  ଏବଂ  ସରକାର୍ଯ୍ୟବାହ  ଭୈୟାଜୀ ଯୋଶୀ ଉପସ୍ଥିତ ରହିବେ ।

ଦେଶର ସମସ୍ତ ପ୍ରାନ୍ତୀୟ ସ୍ତରର ମାନନୀୟ ପ୍ରାନ୍ତ ସଂଘଚାଳକ,  ପ୍ରାନ୍ତ କାର୍ଯ୍ୟବାହ,  ପ୍ରାନ୍ତ ପ୍ରଚାରକ ସମେତ ୩୮୦ ଜଣ କାର୍ଯ୍ୟକର୍ତ୍ତା ରହିବେ । ଓଡିଶା ପ୍ରାନ୍ତରେ ପ୍ରଥମ ଥର କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

 ଏହି ଅବସରରେ ଆସନ୍ତା ଅକ୍ଟୋବର ୧୨ ତାରିଖ ସଂଧ୍ୟା ୬.୩୦ ମିନିଟ ସମୟରେ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ବିଶିଷ୍ଟ ନାଗରିକମାନଙ୍କର ଏକ ସମ୍ମିଳନୀର ଆୟୋଜନ କରାଯାଇଛି ।

ଏହି ସମ୍ମିଳନୀକୁ ସଂଘର ପରମ  ସଂରସଂଘଚାଳକ ଡକ୍ଟର ମୋହନରାଓ ଭାଗବତ ସମ୍ବୋଧନ କରିିବେ ।

ମହାନଗର ସଂଘଚାଳକ  ଡ.ବସନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂଘଚାଳକ  ସମୀର କୁମାର ମହାନ୍ତି ମଧ୍ୟ ଉପସ୍ଥିତ ରହିବେ ।

Categories
RELIGION

RELATED BY

  • ଆଜିର ରାଶିଫଳ

    ସୂର୍ଯ୍ୟଉଦୟ :ପ୍ରାଘ ୦୫/୫୭/୫୮ ସୂର୍ଯ୍ୟଅସ୍ତ : ସଂଘ ୦୫/୦୫/୧୯ ମିଥୁନ ରାଶିରେ ଘାତବାର  ରାହୁକାଳ – ଦିବା ଘ ୦୭/୨୧ ରୁ  ଦିବା ଘ ୦୮/୪୫ ମଧ୍ୟରେ ମେଷ:ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହେବେ । ମଧୁରଭାଷୀ...
  • ଆଜିର ରାଶିଫଳ

    ମେଷ: ଅଶାନ୍ତଘେରରେ ପଡ଼ି ପାରନ୍ତି । ପରିଶ୍ରମୀ ହେବେ। ଆସ୍ତିକ ମନୋବୃତ୍ତି ହୋଇପାରେ । ନିଜର କର୍ତ୍ତବ୍ୟ ସଂପାଦନ କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି । ବୃଷ: ଦିନଟି ସମସ୍ୟା ବହୁଳ ହେଲେ ବି ନିର୍ଭୟରେ କାର୍ଯ୍ୟ କରି...
  • ଶନିବାର ଦିନର ରାଶିଫଳ ବିଷୟରେ ଜାଣନ୍ତୁ

    ମେଷ:ବାଦାନୁବାଦରେ ଲିପ୍ତ ହୋଇପାରନ୍ତି । ଖର୍ଚ୍ଚାନ୍ତ ହେବେ । ଉପଯୁକ୍ତ ପରାମର୍ଶଦାତା ହେବେ । ସୁକୃତି ସମ୍ପନ୍ନ ହୋଇପାରନ୍ତି । ବ୍ରତକର୍ତ୍ତା ବ୍ରହ୍ମ ଉପାସକ ହେବେ । ବୃଷ:କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ନାନାବିଧ ସମ୍ମାନର ଅଧିକାରୀ ହେବେ...
  • ଶୁକ୍ରବାର ଦିନର ରାଶିଫଳ

    ବିଛା, ଧନୁ, ଓ ମୀନରାଶିରେ ଘାତ ବାର, ରାହୁକାଳ ଦିବା ଘ ୧୦/୦୭ ରୁ ଦିବା ୧୧/୩୧ ମଧ୍ଯରେ ମେଷ: ନିରବ ଚିନ୍ତକ ହୋଇପାରନ୍ତି । ଅଧ୍ୟୟନରତ ହେବାର ସୂଚନା ମିଳୁଛି, ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ ।...
Call Now ButtonCALL TO MR. SAMIR