୧୮ରେ ବିଜେପୁର ପ୍ରଚାର ପାଇଁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅପରାହ୍ନ ୪ ଟାରେ ବରପାଲି ଏନଏସି ଠାରେ ରୋଡ ସୋ ରେ ସାମିଲ ହେବେ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଦିନ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ସକାଳ ୧୦ଟାରେ ବିଜେପୁର ଏନଏସି ଠାରେ ରୋଡ ସୋ ରେ ସାମିଲ ହେବେ ।

ଏହା ପରେ ଅପରାହ୍ନ ୨ଟାରେ ବରପାଲିର ବନ୍ଧପାଲିଠାରେ ରୋଡ ସୋ ରେ ସାମିଲ ହେବେ ।

ଏହା ପରେ ଅପରାହ୍ନ ୨.୩୦ରେ ଗୋପେଇପାଲିରେ ରୋଡ ସୋ କରିବେ ।

ଶେଷରେ ଅପରାହ୍ନ ୪ ଟାରେ ବରପାଲି ଏନଏସି ଠାରେ ରୋଡ ସୋରେ ସାମିଲ ହେବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ ରୋଡ ସୋ ମାଧ୍ୟମରେ ବିଜେପୁରବାସୀଙ୍କୁ ବିଜେପି ପାର୍ଥୀ ସନତଙ୍କ ପାଇଁ ଭୋଟ ମାଗିବେ ।

RELATED BY