ଉଦଘାଟନୀ ମ୍ୟାଚ ଜିତିବାକୁ ଆଗ୍ରହୀ କେରଳ ବ୍ଳାଷ୍ଟର୍ସ

ଆଇଏସଏଲ

କୋଚି ସ୍ଥିତ ଜବାହାରଲାଲ ନେହରୁ ଆନ୍ତର୍ଜାତିକ ଷ୍ଟାଡିଅମ ଠାରେ ଆସନ୍ତା କାଲି ଏକ ବୃହତ ମ୍ୟାଚ ସହିତ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ ସୁପର ଲିଗର ଷଷ୍ଠ ସିଜନ  ।

ଏହି ମ୍ୟାଚରେ ଦୁଇ ଥରର ଚାମ୍ପିଅନ ଏଟିକେ କୁ ଭେଟିବ ଦୁଇ ଥରର ରନର୍ସ-ଅପ କେରଳ ବ୍ଳାଷ୍ଟର୍ସ ଏଫସି  ।

ଏକ ଦମଦାର ଆରମ୍ଭ ପାଇଁ କେରଳ ବ୍ଳାଷ୍ଟର୍ସର ବିପୁଳ ସଂଖ୍ୟକ ସମର୍ଥକଙ୍କ ଆଶା ନୂଆ ପ୍ରଶିକ୍ଷକ ଏଲକୋ ସାଟୋରୀଙ୍କ ପାଇଁ ହୋଇଛି ଗୁରୁ ଦାୟିତ୍ୱ ।

ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ସହିତ ଏକ ସଫଳ ସିଜନ ପରେ ଡଚ ପ୍ରଶିକ୍ଷକ ସାଟୋରୀ କୋଚିର କେରଳ ଦଳ ପାଇଁ ତାଙ୍କର ଯାଦୁ ଦେଖାଇବେ ବୋଲି ଆଶା କରାଯାଉଛି ।

କାଗଜ କଲମରେ ଅନ୍ୟତମ ଶକ୍ତିଶାଳୀ ଦଳ ବିବେଚିତ ହେଉଥିବା ଏଟିକେ ବିପକ୍ଷରେ ବିଜୟ ସହିତ ଅଭିଯାନ ଆରମ୍ଭ କରିବା ଠାରୁ ଆଉ ଭଲ କଣ ହୋଇପାରିବ ?

ପ୍ରଥମ ମ୍ୟାଚ ସବୁବେଳେ କଷ୍ଟକର ।

ଭଲ ଫଳ ପାଇଁ ରହିବ ଆଶାର ପାହାଡ଼ ।

ତେବେ ତାହା ଖେଳର ଏକ ଅଂଶ ।

ମୁଁ ଭାବୁଛି ଏଟିକେ ର ସାମ୍ନା କରିବା ପାଇଁ ଆମେ ପୁରା ପ୍ରସ୍ତୁତ,” କହନ୍ତି ସାଟୋରୀ ।

କେରଳ ବ୍ଳାଷ୍ଟର୍ସ ୨୦୧୬ରେ ଶେଷଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା ।

ଏ ବିଷୟରେ ସାଟୋରୀ ସଚେତନ ଅଛନ୍ତି ଏବଂ ସେ ଦଳରେ ସ୍ଥିରତା ଆଣିପାରିବେ ବୋଲି ଆଶା ରଖିଛନ୍ତି ।

ସେ କହନ୍ତି ଯେ ଏଟିକେ, ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଏବଂ କେରଳ ଦଳରେ ସର୍ବାଧିକ ସଂଖ୍ୟାରେ ପ୍ରଶିକ୍ଷକ ଅଛନ୍ତି । ତେଣୁ ଦଳରେ ସ୍ଥିରତା ଆଣିବା ଗୁରୁତ୍ୱପୂର୍ଣ । ପରିଚାଳନା କମିଟି ସହିତ ମୋର ଭଲ ସମ୍ପର୍କ ରହିଛି ଏବଂ ମୁଁ ବାଭୁଛି ଗତ ବର୍ଷ ଅପେକ୍ଷା ଏଥର ଦଳରେ ଅଧିକ ଗଭୀରତା ରହିଛି ।

ସାଟୋରୀ ମଧ୍ୟ ନର୍ଥଇଷ୍ଟ ସହିତ ସଫଳ ସିଜନ ପ୍ରସଙ୍ଗ ଉଠାଇ କହନ୍ତି ଯେ ଏହା ଟମାଟୋ ସୁପ ଭଳି ନୁହେଁ ଯେଉଁଥିରୁ ମୁଁ ସବୁ ଉପାଦାନ ନକଲ କରିପାରିବି ।

ସମ୍ପୂର୍ଣ କେରଳ ଦଳ ପ୍ରାୟତଃ ନୂଆ । କିନ୍ତୁ ମୁଁ ଚାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ।

କେରଳ ବ୍ଳାଷ୍ଟର୍ସ ତାର ବିଦେଶୀ ଗୋଷ୍ଠୀକୁ ବଦଳାଇ ବାର୍ଥଲୋମ୍ୟୁ ଓଗବେଚି, ଜିଆନି ଜୁଇ ଭେରଲୁନ, ମାରିଓ ଆରକ୍ୱେସଙ୍କ ଭଳି ପ୍ରତିଷ୍ଠିର ଏବଂ ରାଫେଲ ମେସି ବଉଲିଙ୍କ ଭଳି ଉଦୀୟମାନ ଖେଳାଳିଙ୍କୁ ଦଳରେ ସାମିଲ କରିଛି ।

କେରଳ ଦଳରେ ମଧ୍ୟ ସହଲ ଅବଦୁଲ ସମଦଙ୍କ ଭଳି କିଛି ଯୁବ ଭାରତୀୟ ତାରକା ଅଛନ୍ତି ।

ତବେ ସନ୍ଦେଶ ଝିଙ୍ଗାନଙ୍କ ଅନୁପସ୍ଥିତି ଦଳ ପାଇଁ ବହୁତ ବଡ ଧକ୍କା ହେବ I ତାଙ୍କ ବଦଳରେ ଦଳ ରାଜୁ ଗାଇକୱାଡଙ୍କୁ ଆଣିଥିଲେ ହେଁ ଦଳର ପ୍ରସ୍ତୁତି ଭଲ ହୋଇନାହିଁ ବୋଲି ସାଟୋରୀ ସ୍ୱୀକାର କରନ୍ତି ।

ରାଜୁଙ୍କ ସମ୍ପର୍କରେ ସାଟୋରୀ କହନ୍ତି ଯେ ସେ ପୂର୍ବରୁ ତାଙ୍କ ସହିତ କାମ କରିଛନ୍ତି ।

କିନ୍ତୁ ତାଙ୍କ ଫିଟନେସ ଠିକ ନାହିଁ ।

ଦଳ ଅଭିଜ୍ଞତା ଥିବା ଆଉ ଜଣେ ସେଣ୍ଟର ବ୍ୟାକ ଆବଶ୍ୟକ କରୁଛି ।

ତେବେ କେରଳ ଦଳରେ ପରିବେଶ ଭଲ ରହିଛି ବୋଲି ସାଟୋରୀ ସ୍ୱୀକାର କରିଛନ୍ତି ।