ପ୍ରେମ, ମମତା, ତ୍ୟାଗ ଓ ସେବାର ପ୍ରତୀକ

ମଦର ଟେରେସା

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ବାହ୍ୟ ଆବରଣ ରୁ ନୁହଁ ବରଂ ନିଜର ଚରିତ୍ର ଦ୍ୱାରା ପରିଚିତ ହୁଅନ୍ତି । ବିପରୀତ ପରିସ୍ଥିତିରେ ମଧ୍ୟ ଅସାଧାରଣ ବ୍ୟବହାର କିପରି କରାଯାଏ, ସେମାନଙ୍କର ଜୀବନ ତାହା ଦର୍ଶାଇଥାଏ । ଏମିତି କେତେଜଣ ଲୋକଙ୍କ ଭିତରେ “ମଦର ଟେରେସା’ ଅନ୍ୟତମ, ଯାହାଙ୍କଠାରେ ପ୍ରେମ, କରୁଣା, ମମତା, ସେବା ଏବଂ ତ୍ୟାଗର ଅପୂର୍ବ ସଙ୍ଗମ ଦେଖାଯାଏ । ଆଜି ମଦର ଟେରେସାଙ୍କ ଶରୀର ଆମ ଗହଣରେ ନାହିଁ କିନ୍ତୁ ତାଙ୍କ ଚରିତ୍ର ଉପରେ ଲେଖା ହୋଇଥିବା ପୁସ୍ତକମାନ ପଢ଼ିଲେ ତାଙ୍କ ଜୀବନର ନିର୍ମଳ ଗାଥା ଆମ ସାମ୍ନାକୁ ଆସେ । ତାଙ୍କର ବାହ୍ୟ ଆବରଣ ଅତ୍ୟନ୍ତ ସାଧାରଣ ଥିଲା; କିନ୍ତୁ ତାଙ୍କ ଭିତରେ ଅଭୁତ ଆତ୍ମ ବିଶ୍ୱାସ ଭର୍ତ୍ତିହୋଇ ରହିଥିଲା । କୌଣସି ବୃହତ ବୃକ୍ଷର ମୂଳ ସଦୃଶ ତାଙ୍କର ଶକ୍ତି ବହୁତ ସୁଦୃଢ଼ ଥିଲା ଏହି କାରଣରୁ ମଦର ଟେରେସା ବୃଦ୍ଧାବସ୍ଥାରେ ମଧ୍ୟ ସେତିକି କାର୍ଯ୍ୟକ୍ଷମ ଥିଲେ, ଯେମିତି ଯୁବତୀବସ୍ଥାରେ ଥିଲେ । ସେବା ଭାବହିଁ ତା’ର ଶକ୍ତିର ଉତ୍ସ ଥିଲା, ଯାହାଦ୍ୱାରା ସେ ସାରା ଜୀବନ ନିଜର ଲକ୍ଷ୍ୟ ପ୍ରତି ସଜାଗ ରହିଥିଲେ ।

ମଦର ଟେରେସା ଦୀନ ଦୁଃଖୀ, ଅନାଥ, ବିକଳାଙ୍ଗ ମାନଙ୍କୁ ମାଆ ଭଳି ସଚ୍ଚା ପ୍ରେମ କରୁଥିଲେ । କୁଷ୍ଠ ରୋଗୀ, ରୋଗୀ, ବୃଦ୍ଧ ଏବଂ ଗରିବ ପିଲାମାନଙ୍କ ପାଇଁ ମଦର ଟେରେସା ଈଶ୍ୱରଙ୍କର ପ୍ରତିମୂର୍ତ୍ତି ଥିଲେ ।

ଯେଉଁ କୁଷ୍ଠ ରୋଗୀ ମାନଙ୍କର ଘା’ ସର୍ବଦା ପୂଜ ରକ୍ତରେ ଭରି ରହୁଥିଲା, ଘାଆ ଉପରେ ମାଛି ଭଣ ଭଣ ହେଉଥିଲେ, ଯେଉଁମାନେ ସମାଜ ଦ୍ୱାରା ବହିଷ୍କୃତ ହୋଇଥିଲେ, ସେମାନଙ୍କୁ ମଦର ଟେରେସା କୋଳେଇ ନେଇ ଅତ୍ୟନ୍ତ ଭକ୍ତି ମନୋଭାବରେ ସେବା କରୁଥିଲେ । ତାଙ୍କ ହୃଦୟରେ ଏମିତି ଦୟା ଏବଂ ପ୍ରେମର ସାଗର ଉଚ୍ଛୁଳି ପଡୁଥିଲା ଯେ, ରୋଗୀମାନେ ନିଜକୁ ନୀରୋଗ ମଣୁଥିଲେ । କୌଣସି ଅସାଧାରଣ ବ୍ୟକ୍ତିଙ୍କ ପକ୍ଷେ ଏମିତି କାର୍ଯ୍ୟ ହୁଏତ ସମ୍ଭବ ହୋଇ ନପାରେ, କିନ୍ତୁ ମଦର ଟେରେସାଙ୍କ ପ୍ରେମ ଏବଂ କରୁଣା ଆଗରେ ଏହା ସହଜ ହୋଇଥିଲା । ସଂସାରର ପ୍ରତ୍ୟେକ ଦେଶ ମଦର ଟେରେସାଙ୍କ ପାଇଁ କାର୍ଯ୍ୟ କ୍ଷେତ୍ର ଥିଲା । ସେ ଯୁଆଡ଼େ ଯାଇଛନ୍ତି, ସେଠାରେ ସେ ତାଙ୍କର ନିର୍ମଳ ପ୍ରେମ ବାଣ୍ଟିଛନ୍ତି । ତାଙ୍କ ଦୃଷ୍ଟିରେ ସମସ୍ତ ଦୁଃଖୀ ପ୍ରାଣୀ ସମାନ ଥିଲେ । ସମସ୍ତଙ୍କ ଉପରେ ସେ ସ୍ନେହ ଭରା ପ୍ରଲେପ ଲଗାଉଥିଲେ । ଅନାଥ ଶିଶୁ, ବେସାହାରା ବୃଦ୍ଧ ଏବଂ ଦୁଃସାଧ୍ୟ ରୋଗରେ ପୀଡ଼ିତ ରୋଗୀମାନେ ମଦର ଟେରେସାଙ୍କ ସ୍ନେହ ସ୍ପର୍ଶରେ ତାଙ୍କର ଦୁଃଖ କଷ୍ଟ ସବୁ ଭୁଲିଯାଉଥିଲେ । ମଦର ଟେରେସାଙ୍କ ଜୀବନରେ ଏମିତି ଏକ ଘଟଣା ଘଟିଥିଲା, ଯାହାଦ୍ୱାରା ପ୍ରେରିତ ହୋଇ ସେ ଦାରିଦ୍ର୍ୟ ସହିତ ଲଢ଼ିବା ପାଇଁ ଦୃଢ଼ ନିଶ୍ଚୟ କରିଥିଲେ ଓ ସେଇ ଦିନ ସେ “ମିସନ୍‍ ଅଫ୍‍ ଚେରିଟି’ର ବୀଜାରୋପଣ କରିଥିଲେ ।

ଆଜିର ନାରୀ ମଦର ଟେରେସାଙ୍କ ଠାରୁ କିଛି ଶିଖନ୍ତୁ । ବାଳମୁକୁଲା ଏବଂ ଦେହ ନ ଦେଖେଇ ସଠିକ ଚରିତ୍ରରେ ଚାଲନ୍ତୁ ।

Categories
KNOWLEDGE

RELATED BY

  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...
  • ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

    ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ....
  • ଫୁଲବାଣୀ ଏସ୍.ପି ପ୍ରତୀକ ସିଂହ ପୋଲିସ୍‌ ମେଡାଲ ଗ୍ରହଣ କଲେ

    ଫୁଲବାଣୀ ଜିଳ୍ଲା (କନ୍ଧମାଳ) ଏସ୍.ପି ପ୍ରତୀକ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ “ପୋଲିସ ବୀରତ୍ଵ ମେଡାଲ” ଗ୍ରହଣ କରିଛନ୍ତି । ଏଥି ସହିତ ଅନେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି । ପଦକ...
  • ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

    ଆଜି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଳଙ୍କରଣ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମରୋଣୋତର ଭାବେ ଶ୍ରୀ ନାନାଜୀ...