ଋଷିଆ ଏବଂ ଓଡିଶା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ

ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଭଲ ସହଯୋଗୀ ବନ୍ଦର ହୋଇପାରିବେ

ୠଷ/ନୂଆଦିଲ୍ଲୀ/ଭୁବନେଶ୍ୱର: ଋଷ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଷ ଓ ଓଡିଶା ମଧ୍ୟରେ ସିଧାସିଧା ବାଣିଜ୍ୟିକ ସମ୍ପର୍କର ପଥ ପରିଷ୍କାର କରିବାକୁ ପଦକ୍ଷେପ ନେଇଛନ୍ତି ।

ଋଷର ଭ୍ଲାଡିଭୋଷ୍ଟୋକ ଏବଂ ପାରାଦୀପ ସହର ଉଭୟ ଭଲ ସହଯୋଗୀ ବନ୍ଦର ହୋଇପାରିବେ ।

ଋଷରୁ ଅଶୋଧିତ ତୈଳ ଏବଂ କୋକିଂ କୋଲ ଭ୍ଲାଡିଭୋଷ୍ଟୋକ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିପାରିବ ।

ଯଦ୍ୱାରା ଋଷିଆ ଏବଂ ଓଡିଶା ମଧ୍ୟରେ ଉର୍ଜା ସେତୁ ସଂଯୋଗର ବିକାଶ ହୋଇପାରିବ ବୋଲି ଋଷର ଡେଭଜଡା ଜାହାଜ ଶିଳ୍ପ ପରିଦର୍ଶନ କରିବା ପରେ ରୋଜନେଫଟର ସିଇଓଙ୍କ ସହ ସାକ୍ଷାତ୍ ଆଲୋଚନା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ସେହିପରି କୋଇଲା କ୍ଷେତ୍ରରେ ଋଷ ସହ ଦୀର୍ଘକାଳୀନ ସହଯୋଗ ଭାରତକୁ କୋକିଂ କୋଲର ସହାୟତା ଯୋଗାଇଦେବା ସହ ଦେଶର ଚାହିଦାକୁ ପୂରଣ କରିପାରିବ ବୋଲି ପାଂଚଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୁଧବାର ଋଷର ବିଭିନ୍ନ ମନ୍ତ୍ରୀଗଣ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ।

ଅକ୍ଟୋବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଋଷ ଓ ଜାପାନ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଋଷର ପର୍ବାଂଚଳ ଏବଂ ଆର୍କେଟିକ୍ର ବିକାଶ ପାଇଁ ଦାୟିତ୍ୱ ନେଇଥିବା ଋଷର ପ୍ରଥମ ଉପମନ୍ତ୍ରୀ ସର୍ଗେ ତୃତ୍ସେଭ୍ ଙ୍କ ସହ ଭାରତ ଏବଂ ଋଷ ମଧ୍ୟରେ ଉର୍ଜା କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି ।

ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଉର୍ଜା ସହଯୋଗକୁ ବୃଦ୍ଧି କରିବା ପାଇଁ ବିଶେଷ ଭାବରେ କୋକିଂ କୋଲ୍ ଏବଂ ଅନ୍ୟାନ୍ୟ ଉର୍ଜାର ସ୍ରୋତ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଋଷିଆନ ରେଳର ଉପମୁଖ୍ୟ ବାଦିମ୍ ମିଖାଲୋଭ୍ ଙ୍କୁ ଭେଟି ଶ୍ରୀ ପ୍ରଧାନ କୋକିଂ କୋଲର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ଋଷିଆନ ରେଳର ଉପମୁଖ୍ୟ ସୂଚନା ଦେଇଥିଲେ ଯେ ଋଷିଆନ ରେଳ ଯାତ୍ରୀଙ୍କ ଭିଡକୁ କମ୍ କରବା ଏବଂ ବନ୍ଦର ଓ ଖଣିଜ କେନ୍ଦ୍ର ସହ ଉତମ ସଂଯୋଗ ସ୍ଥାପନ ପାଇଁ ୨୦୨୦ ସୁଦ୍ଧା ଆବଶ୍ୟକୀୟ ଭିତିଭୂମି ପୂରଣ କରିବ ।

ଭୋଷ୍ଟୋଚିନେ ଇଂଟରମୋଡାଲ କଂଟେନର ବନ୍ଦରର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ।

 ଶ୍ରୀ ପ୍ରଧାନ ବନ୍ଦରର ସଂପ୍ରସାରଣ ଏବଂ ଘରୋଇ ଇସ୍ପାତ ଉଦ୍ୟୋଗ ପାଇଁ କୋକିଂ କୋଲକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପଦ୍ଧତି ଉପରେ ଚର୍ଚ୍ଚା କରିଥିଲେ ।

ସେହିପରି ଶ୍ରୀ ପ୍ରଧାନ ଋଷିଆନ୍ ଷ୍ଟେଟ୍ ଜିଓଗ୍ରାଫିକାଲ୍ କମ୍ପାନୀ(ଆରଓଏସଜିଇଓ)ର ଉପାଧ୍ୟକ୍ଷଙ୍କୁ ଭେଟି କୋକିଂ କୋଲ, ତୈଳ, ଗ୍ୟାସ୍ ଏବଂ ମୂଲ୍ୟବାନ ଧାତୁ ତଥା ଲିଥିୟମ କ୍ଷେତ୍ର ଉପରେ ଆଲୋଚନା କରିଥିଲୋ ସେହିପରିଭାରତୀୟ ଇସ୍ପାତର ଏକ ପ୍ରତିନିଧି ମଣ୍ଡଳି ଓ କୋଇଲା କମ୍ପାନୀ ଋଷର ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ବୈଠକ କରି ବ୍ୟବସାୟିକ ଉପରେ ଆଲୋଚନା କରିଥିଲେ ।

ଉଲ୍ଲେଖନୀୟ ଯେ, ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳିଙ୍କ ମଧ୍ୟରେ ପାରାଦ୍ୱୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ, ଓଏନଜିସିର ସିଏମଡି, ସେଲର ବରିଷ୍ଠ ଅଧିକାରୀ ପ୍ରମୁଖ ସାମିଲ ଅଛନ୍ତି । 

Categories
INTERNATIONAL

RELATED BY

  • Nita Ambani Elected to the Board of The Metropolitan Museum of Art

    New York : Educationist, philanthropist, and businesswoman Nita Ambani has been named an Honorary Trustee of The Metropolitan Museum of Art. It was announced Tuesday  by Daniel Brodsky, the...
  • ଭିତୋଲ ଗ୍ରୁପ୍ କମ୍ପାନୀକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ

    ୟୁଏଇ/ଭୁବନେଶ୍ୱର: ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ...
  • ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ । ଉର୍ଜା କ୍ଷେତ୍ରରେ...
  • ଦୁଇଦିନିଆ ୟୁଏଇ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ/ ଭୁବନେଶ୍ୱର: ନଭେମ୍ବର ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର ମଣ୍ଡଳି ସହ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳି ମଧ୍ୟ...
Call Now ButtonCALL TO MR. SAMIR