ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀର ମୁଖ୍ୟଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଭାରତୀୟ ଇସ୍ପାତ୍ ଶିଳ୍ପକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ

ଜାପାନ/ଭୁବନେଶ୍ୱର : ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ ବୋଲି ପାଞ୍ଚଦିନିଆ ଋଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଜାପାନର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଭେଟି ବ୍ୟବସାୟିକ ସମ୍ଭାବନା ଦିଗରେ ଆଲୋଚନା କରିବା ପରେ କହିଛନ୍ତି ।

ଏହାସହ ଶ୍ରୀ ପ୍ରଧାନ ଭାରତୀୟ ଇସ୍ପାତ ଶିଳ୍ପକୁ ଅଧିକ ସୁଦୃଢ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଡେଡୋ, ନିପ୍ପାନ ଏବଂ ଜେଏଫ୍ଇ ଓ ବିଭିନ୍ନ ଇସ୍ପାତ କମ୍ପାନୀର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନାକାଳରେ ଶ୍ରୀ ପ୍ରଧାନ ନିକଟରେ ଭାରତ ସରକାରଙ୍କ କର୍ପୋରେଟ୍ ଟିକସ ହାର ହ୍ରାସ ପଦକ୍ଷେପ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ଉନ୍ନତି ତଥା ଭାରତରେ ବ୍ୟବସାୟ ଓ ପୁଞ୍ଜିନିବେଶ କରିବା କିପରି ନୂତନ କମ୍ପାନୀ ଓ ନୂଆ ପୁଞ୍ଜିନିବେଶକାରୀଙ୍କୁ ସହାୟକ ହୋଇଛି ତା’ ଉପରେ ଚର୍ଚ୍ଚା କରିଥିଲେ ।

ଶ୍ରୀ ପ୍ରଧାନ ଡେଡୋ ଇସ୍ପାତ କମ୍ପାନୀର ପ୍ରତିନିଧିଙ୍କୁ ସାକ୍ଷାତ୍ କରି ଭାରତୀୟ ଇସ୍ପାତ ଶିଳ୍ପକୁ ଆହୁରି ମଜବୁତ୍ କରିବା ତଥା ବିଶେଷ ଭାବରେ ଟେକ୍ନୋଲୋଜି ହସ୍ତାନ୍ତରଣ ଏବଂ ଇସ୍ପାତ୍ ଉତ୍ପାଦନର ଦର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଡେଡୋ ବିଶ୍ୱର ବୃହତମ ସ୍ୱତନ୍ତ୍ର ଇସ୍ପାତ୍ ତିଆରି କରିବା କମ୍ପାନୀ ଗୁଡିକ ମଧ୍ୟରେ ଅନ୍ୟତମ ।

ଏହା ଉଚ୍ଚକୋଟୀର ସାମଗ୍ରୀ, ଚୁମ୍ବକୀୟ ସାମଗ୍ରୀ, ଅଟୋମୋବାଇଲ୍ ଉଦ୍ୟୋଗ ଏବଂ ଶିଳ୍ପଭିତିକ ଉପକରଣର ମଧ୍ୟ କାରବାର କରେ ।

ବିଭିନ୍ନ ସହଯୋଗୀ କମ୍ପାନୀ ଏବଂ ଯୁଗ୍ମ ଭେନଚରସ୍ କାରଣରୁ ଡେଡୋ ଇସ୍ପାତର ସ୍ଥିତି ଭାରତରେ ଭଲ ରହିଛି ।

ସେହପରି ନିପ୍ପାନ୍ ଇସ୍ପାତ୍ ଉଦ୍ୟୋଗର ବିଶ୍ୱ ବ୍ୟବସାୟିକ ବିକାଶ ଦଳର କାଟସୁହିରୋ ମିଆମୋଟୋ ଏବଂ ତାଇସୁକ୍ ନୋମୁରାଙ୍କୁ ଭେଟିଛନ୍ତି ଶ୍ରୀ ପ୍ରଧାନ ।

ଗତିଶୀଳ ଅର୍ଥବ୍ୟବସ୍ଥା ଏବଂ ଇସ୍ପାତ୍ ବ୍ୟବହାର ସହ ଭାରତରେ ବଡ ବଜାର ରହିଛି ।

ନିପ୍ପାନ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛା ରଖିଛି ।

ମୋଦି ସରକାରଙ୍କ ଦୂରଦୃଷ୍ଟିରେ ନୂଆ ଭାରତ ନିର୍ମାଣ ତଥା ଭାରତର ବିକାଶରେ ନିଜର ଉପସ୍ଥିତିକୁ ଜାହିର୍ କରିବା ପାଇଁ ଭାରତରେ ପୁଞ୍ଜିନିବେଶ ପାଇଁ ଶ୍ରୀ ପ୍ରଧାନ ନିପ୍ପାନ କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି ।

ନିପ୍ପାନ୍ ବିଶ୍ୱର ବୃହତମ ଇସ୍ପାତ୍ ନିର୍ମାଣକାରୀ ମାନଙ୍କ କମ୍ପାନୀ ମଧ୍ୟରୁ ଅନ୍ୟତମ ।

ଏହା ନିର୍ମାଣ କ୍ଷେତ୍ର, ଅଟୋମୋବାଇଲ ଉଦ୍ୟୋଗ, ଲୋକୋମୋଟିଭ୍ ଏବଂ ଜାହାଜନିର୍ମାଣ ପାଇଁ ଇସ୍ପାତ ଯୋଗାଇଥାଏ ।

ଏତଦବ୍ୟତିତ ଶ୍ରୀ ପ୍ରଧାନ ଜାପାନର ଜେଏଫ୍ଇ ଇସ୍ପାତ୍ ଉପସଭାପତି ମାସାୟୁକି ହିରୋଜ୍  କୁ ଭେଟିଛନ୍ତି ।

ଭାରତୀୟ ଇସ୍ପାତ୍ କ୍ଷେତ୍ର ସହ ଜେଇଏଫ ଦୀର୍ଘକାଳୀନ ସହଯୋଗୀ ହୋଇଥିବା ବେଳେ ଏହି କମ୍ପାନୀ ଭାରତରେ ନିଜ ଉଦ୍ୟୋଗର ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ ଅଛି ।

ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉକୃଷ୍ଟ ସ୍ଥାନ ହୋଇଥିବା ବେଳେ ବୃହତ ବଜାର, ଚାହିଦା ଏବଂ ଅନୁକୂଳଯୁକ୍ତ ବ୍ୟବସାୟିକ ପରିବେଶ ହୋଇଥିବାରୁ ଶ୍ରୀ ପ୍ରଧାନ ଭାରତରେ ଜେଇଏଫର ଇସ୍ପାତ ବୃଦ୍ଧି କରିବା ପାଇଁ ଜେଏଫ୍ଇ ଇସ୍ପାତ୍ ଉପସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି ।

ବିଶ୍ୱର ଇସ୍ପାତ୍ ନିର୍ମାଣକାରୀ କମ୍ପାନୀମାନଙ୍କ ମଧ୍ୟରୁ ଜେଇଏଫ କମ୍ପାନୀ ଅନ୍ୟତମ ହୋଇଥିବା ବେଳେ ଏହା ଇସ୍ପାତ୍ ଶିଳ୍ପ ପାଇଁ ପରିବେଶ ସହଯୋଗୀ ନୂଆ ଟେକ୍ନୋଲୋଜିର ବିକାଶ କରୁଅଛି ।

Categories
INTERNATIONAL

RELATED BY

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ବିଲ ଗେଟ୍ସ

    ନୂଆଦିଲ୍ଲୀ:ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ ଅଧ୍ୟକ୍ଷ ମିଃ. ବିଲ ଗେଟ୍ସ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘ ସାଧାରଣ...
  • Nita Ambani Elected to the Board of The Metropolitan Museum of Art

    New York : Educationist, philanthropist, and businesswoman Nita Ambani has been named an Honorary Trustee of The Metropolitan Museum of Art. It was announced Tuesday  by Daniel Brodsky, the...
  • ଭିତୋଲ ଗ୍ରୁପ୍ କମ୍ପାନୀକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ

    ୟୁଏଇ/ଭୁବନେଶ୍ୱର: ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ...
  • ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

    ଆବୁଧାବୀ/ଭୁବନେଶ୍ୱର: ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବ । ଉର୍ଜା କ୍ଷେତ୍ରରେ...
Call Now ButtonCALL TO MR. SAMIR