ଜିଓ-ଫୋନ୍ ଗ୍ରାହକଙ୍କ ପାଇଁ “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା

ରିଲାଏନ୍ସ ଜିଓ ପକ୍ଷରୁ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଆଜି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି ।

ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା ।

ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓ ଟୁ ଜିଓ ଏବଂ ଅନ୍ୟ ନେଟୱର୍କୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରିଛି ।

ଜିଓ ଫୋନ୍ ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ ହେବ ।

ଜିଓ ନେଟୱର୍କରେ ଅସୀମିତ ଭଏସ କଲିଂ ଏବଂ ଡାଟା ବ୍ୟବହାର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଏକ ୭୫ଟଙ୍କାର ପ୍ଲାନ ଜାରି କରାଯାଇଛି , ଯାହା ଏ କ୍ଷେତ୍ରରେ ଏହା ଦେଶର ସବୁଠାରୁ ଲାଭପ୍ରଦ ଯୋଜନା ବୋଲି ଦାବି କରାଯାଇଛି ।

ମାସିକ ୭୫ଟଙ୍କାର ଏହି ପ୍ଲାନରେ ୫୦୦ମିନିଟ୍ ଅନ୍ୟ ନେଟୱର୍କ କଲିଂ ସହିତ ୩ଜିବି ଡାଟା ଉପଲବ୍ଧ ହେବ ଏବଂ ପୂର୍ବଭଳି ଜିଓରୁ ଜିଓକୁ ମାଗଣା ଅସୀମିତ କଲ୍ ବ୍ୟବସ୍ଥା ରହିବ ।

ଏହା ବ୍ୟତୀତ ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଉ ତିନୋଟି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଛି , ଯାହାର ମୂଲ୍ୟ ୧୨୫ଟଙ୍କା, ୧୫୫ଟଙ୍କା ଏବଂ ୧୮୫ଟଙ୍କା ରହିଛି ।

ସମସ୍ତ ପ୍ଲାନରେ ଜିଓରୁ ଜିଓ ଅସୀମିତ ମାଗଣା କଲିଂ ସୁବିଧା ରହିବା ସହ ୫୦୦ ମିନିଟ୍ର ଅନ୍ୟ ନେଟୱର୍କକୁ କଲିଂ ସୁବିଧା ରହିଛି ।

ଏହି ସମସ୍ତ ପ୍ଲାନର ଅବଧି ଏକମାସ (୨୮ଦିନ) ରହିଛି ।

ଏହି ପ୍ଲାନଗୁଡ଼ିକର ଆଉ ଏକ ବଡ଼ ଦିଗ ହେଲା, ମାତ୍ର ୩୦ଟଙ୍କା ଅତିରିକ୍ତ ଦେୟ ଭରଣା କରି ଗ୍ରାହକମାନେ ସେମାନଙ୍କ ଡାଟାକୁ ଦୁଇଗୁଣିତ କରିପ।ରିବେ ।

୧୨୫ଟଙ୍କା ପ୍ଲାନରେ ୧୪ଜିବି ଡାଟା ମିଳୁଥିବା ବେଳେ ୧୫୫ ଟଙ୍କା ପ୍ଲାନ୍ ରେ ୨୮ ଜିବି ଡାଟା, ୧୮୫ ଟଙ୍କାରେ ୫୬ ଜିବି ଡାଟା ଉପଲବ୍ଧ ହେଉଛି ।

କିନ୍ତୁ ଯଦି ଜଣେ ଗ୍ରାହକ ଏହି ପ୍ଲାନ ସହ ଆଉ ୩୦ଟଙ୍କା ପୈଠ କରି ୧୫୫ଟଙ୍କାର ପ୍ଲାନ କ୍ରୟ କରନ୍ତି, ତାଙ୍କର ଡାଟା ୨୮ଜିବି ହୋଇଯିବ ।

ସେହିପରି ୧୫୫ଟଙ୍କାର ପ୍ଲାନରେ ଅତିରିକ୍ତ ୩୦ଟଙ୍କା ଯୋଡ଼ିଲେ ୧୮୫ଟଙ୍କା ପ୍ଲାନ ଉପଲବ୍ଧ ହେବା ସହ ଗ୍ରାହକଙ୍କ ଡାଟା ସୀମା ଦୁଇଗୁଣିତ ହୋଇ ୫୬ଜିବି ହେବ ।

ରିଲାଏନ୍ସ ଜିଓକୁ ବାଦ୍ ଦେଇ ଅନ୍ୟ କମ୍ପାନୀମାନେ ନିଜ ନେଟ୍ୱର୍କ ମଧ୍ୟରେ କଲ୍ ପାଇଁ ସେମାନଙ୍କ ଟୁ-ଜି ଗ୍ରାହକମାନଙ୍କଠାରୁ ଦେୟ ନେଉଛନ୍ତି ।

ସେହି ରି ଅନ୍ୟ କମ୍ପାନୀ ନେଟ୍ୱର୍କରେ କଲ ପାଇଁ ମଧ୍ୟ ଗ୍ରାହକଙ୍କୁ ଦେୟ ଭରଣା କରିବାକୁ ପଡୁଛି ।

କିନ୍ତୁ ଜିଓରୁ ଜିଓକୁ କଲ୍ ପାଇଁ ରିଲାଏନ୍ସ ଜିଓ ସମ୍ପୂର୍ଣ୍ଣ ଦେୟମୁକ୍ତ ରଖିଛି ।

ଏଥିପ।ଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡୁନାହିଁ ।

ଜିଓ ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ସମସ୍ତ “ଅଲ୍-ଇନ୍-ୱାନ” ପ୍ଲାନରେ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କ ତୁଳନାରେ ୨୫ଗୁଣ ଅଧିକ ଡାଟା ଉପଲବ୍ଧ କରାଯାଉଛି ବୋଲି ଜିଓ ପକ୍ଷରୁ କୁହାଯାଇଛି ।

ଜିଓ ଫୋନ୍ ପାଇଁ ପୂର୍ବରୁ ରହିଥିବା ସମସ୍ତ ପ୍ଲାନ୍ ଯଥାବତ୍ ଜାରି ରହିବ କମ୍ପାନୀ ପକ୍ଷରୁ କୁହାଯାଇଛି ।

Categories
BUSINESS

RELATED BY

  • ଯୋଗାଣ ବିଭାଗ ପକ୍ଷରୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି

    ଭୁବନେଶ୍ୱର: ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ...
  • ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା:ଧର୍ମେନ୍ଦ୍ର ପ୍ରଧାନ

    ବିଶାଖାପାଟଣା:ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କାରଣ ଭାରତର ବିଭିନ୍ନ ଅଂଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ । ଆନ୍ଧ୍ରପ୍ରଦେଶ...
  • ଆନ୍ଧ୍ରପ୍ରଦେଶରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ – ଧର୍ମେନ୍ଦ୍ର ପ୍ରଧାନ

    ଆନ୍ଧ୍ରପ୍ରଦେଶ/ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ...
  • ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟବରାଦ ହୋଇଛି

    ନୂଆଦିଲ୍ଲୀ/ଭୁବନେଶ୍ୱର:ଆଗାମୀ ଦିନରେ ଗୋଟିଏ ଦାୟିତ୍ୱ ସମ୍ପନ୍ନ ଦେଶ ଭାବରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏନରିଚ୍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଇ...
Call Now ButtonCALL TO MR. SAMIR