ଭୁବନେଶ୍ୱରରେ ଏକତା ପାଇଁ ଦୌଡ଼ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସର୍ଦ୍ଦର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ

ଭୁବନେଶ୍ୱର:ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି ।

ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼ (Run for Unity)କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଗୁଜୁରାଟର କେୱଡ଼ିଆ ସ୍ଥିତStatute of Unity ରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ।

ଦିଲ୍ଲୀରେ ଆୟୋଜିତ ବିଶାଳ ଏକତା ପାଇଁ ଦୌଡ଼କୁ ଭାରତର ଗୃହମନ୍ତ୍ରୀ ଅମିତ୍ ଶାହା ପତାକା ଦେଖାଇ ଶୁଭାରମ୍ଭ କରୁଥିବା ବେଳେ ଭୁବନେଶ୍ୱରରେ ହେଉଥିବା ଗଣ ଦୌଡ଼ରେ ଯୋଗ ଦେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବୀତ୍ ପଦ୍ମଶ୍ରୀ ଦୀପିକା କୁମାରୀ, ପଦ୍ମଶ୍ରୀ ଶରତ କୁମାର, ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଙ୍କୁର ମିତ୍ତଲ, ହୀନା ସିଦ୍ଧୁ ଓ ଅଲମ୍ପିୟାନ ଅନୁରାଧା ବିଶ୍ୱାଳ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି ଗଣ ଦୌଡ଼ରେ ସାମିଲ ହେବେ ।

ଏହା ବ୍ୟତୀତ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଓଡ଼ିଆ କ୍ରୀଡ଼ାବୀତ ଏବଂ ବିଶିଷ୍ଟ ଓଡ଼ିଆ ସିନେ କଳାକାର ମାନେ ମଧ୍ୟ ଏହି ଦୌଡ଼ରେ ଭାଗ ନେବେ ।

ଏହି ଦୌଡ଼ ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଷ୍ଟାଡ଼ିୟମରୁ ସକାଳ ୬ ଘଟିକାରେ ଆରମ୍ଭ ହୋଇ ପ୍ରେସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ଓମଫେଡ୍ ଛକ ଦେଇ ରେଲୱେ ଅଡ଼ିଟୋରିୟମ୍ ରେ ପହଞ୍ଚିବ ।

ନେହେରୁ ଯୁବାକେନ୍ଦ୍ର ଦ୍ୱାରା ଆୟୋଜିତ ଏହି ଏକତା ପାଇଁ ଦୌଡ଼ରେ ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛା ସେବୀ ସଂଗଠନ ତଥା ଅର୍ଦ୍ଧସାମରିକ ବାହିନୀର ଯବାନ ମାନେ ଯୋଗ ଦେବେ ।

ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ଆୟୋଜିତ ଏହି ଦୌଡ଼ରେ ସମସ୍ତେ ସାମିଲ ହେବା ପାଇଁ ନେହେରୁ ଯୁବା କେନ୍ଦ୍ର, ଓଡ଼ିଶାର ନିର୍ଦ୍ଦେଶକ ଅଭିଜିତ ବୋସ ନିବେଦନ କରିଛନ୍ତି ।

Categories
SPORTS

RELATED BY

  • ନୂଆପିଢିର ନୂଆ ଆଇଡିଆ ହିଁ ଦେଶକୁ ଆଗେଇ ନେବ:ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର: ଦେଶ ଆଗରେ ଅନେକ ସମସ୍ୟା ରହିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ନୂଆପିଢିଙ୍କୁ ହିଁ ବାଟ ଖୋଜିବାକୁ ପଡିବ । ନୂଆପିଢିର ନୂଆ ଆଇଡିଆ ହିଁ ରାଜ୍ୟ ଓ ଦେଶକୁ ଆଗେଇ ନେବ ବୋଲି ଶନିବାର ଭୁବନେଶ୍ୱର...
  • ସମର୍ଥକଙ୍କୁ ଖୁସି କରିବା ଚାହାଁନ୍ତି

    ଜାମସେଦପୁର : ହିରୋ ଇଣ୍ଡିଆନ ସୁପର ଲିଗରେ ତୃତୀୟ ସିଜନ ଖେଳିବାକୁ ଯାଉଥିବା ଜାମସେଦପୁର ଏଫସି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ଲକ୍ଷ୍ୟ ରଖିବ ।   ଗତ ସିଜନରେ ସେମାନେ ଅଳ୍ପକେ ଏହି ସୁଯୋଗ ହାତଛଡ଼ା କରିଥିଲେ ।  ଆସନ୍ତା...
  • ଉଦଘାଟନୀ ମ୍ୟାଚ ଜିତିବାକୁ ଆଗ୍ରହୀ କେରଳ ବ୍ଳାଷ୍ଟର୍ସ

    କୋଚି ସ୍ଥିତ ଜବାହାରଲାଲ ନେହରୁ ଆନ୍ତର୍ଜାତିକ ଷ୍ଟାଡିଅମ ଠାରେ ଆସନ୍ତା କାଲି ଏକ ବୃହତ ମ୍ୟାଚ ସହିତ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ ସୁପର ଲିଗର ଷଷ୍ଠ ସିଜନ  । ଏହି ମ୍ୟାଚରେ ଦୁଇ ଥରର ଚାମ୍ପିଅନ ଏଟିକେ...
  • ମୋ ଖେଳରେ ଉନ୍ନତି ପାଇଁ ଅନଲାଇନ ଭିଡିଓ ଦେଖିଲି

    ପରିବର୍ତନ କେବେହେଲେ ସହଜ ନୁହେଁ, ଆଉ ୨୭ ବର୍ଷ ବୟସରେ ନିଶ୍ଚିତ ନୁହେଁ  ।  ଗତବର୍ଷ ହିରୋ ଇଣ୍ଡିଆନ ସୁପର ଲିଗରେ ଏଫସି ଗୋଆ ପ୍ରଶିକ୍ଷକ ତାଙ୍କୁ ଯେତେବେଳେ ଲେଫ୍ଟ-ବ୍ୟାକ ସ୍ଥାନରେ ଖେଳିବା ପାଇଁ କହିଲେ ମନ୍ଦର ରାଓ ଦେଶାଇଙ୍କ ପାଖରେ...
Call Now ButtonCALL TO MR. SAMIR