ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି

ରାଜଭବନ ସମ୍ମୁଖରେ ପିସିସି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ପୂର୍ବାହ୍ନ ୧୦ ଘଟିକା ସମୟରେ ଆୟୋଜିତ ହୋଇଯାଇଛି ।

ପ୍ରକାଶଥାଉକି ୧୬ ଅକ୍ଟୋବର ୨୦୧୯ ରିଖ ଦିନ ଶ୍ରୀମତୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା । ପିସିସି ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନ କମିଟି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍  ଙ୍କ ଅଧ୍ୟକ୍ଷତାରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ପରିବାରବର୍ଗଙ୍କୁ ସାକ୍ଷାତ କରି ନିରପେକ୍ଷ ତଦନ୍ତ ସହ ପରିବାରବର୍ଗଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ।

ମାତ୍ର ତଦନ୍ତରେ ଶୀଥିଳତା ଓ ଶାସକ ଦଳର ରାଜନୈତିକ ବଡପଣ୍ଡା ଓ ପ୍ରଶାସନିକ ଅଧିକାରୀଙ୍କ ସଲାସୁତୁରାରେ ସ୍ଥାନୀୟ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବୟାନ ରାଜ୍ୟବାସୀଙ୍କୁ ବିଚଳିତ କରିଥିଲା ।

ପରବର୍ତୀ ଅବସ୍ଥାରେ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଓ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ସିବିଆଇ ତଦନ୍ତ ଦାବି ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ମହିଳା ଆୟୋଗଙ୍କ ଭିଜିଲାନ୍ସ ତଦନ୍ତ ସୁପାରିଶ ଧର୍ମକୁ ଆଖିଠାର ସଦୃଶ ।

ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନ ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ଯେ ପର୍ଯ୍ୟନ୍ତ ସ୍ୱର୍ଗତା ବିଶ୍ୱାଳଙ୍କ ପରିବାରବର୍ଗଙ୍କୁ ନ୍ୟାୟ ନମିଳିଛି ଓ ତାଙ୍କର ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ନକରାଯାଇଛି ସେ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ କଂଗ୍ରେସ ଦଳ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

ଆଜିର ଏହି ଧାରଣା ଓ ପ୍ରତିବାଦ ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ୍, ପ୍ରାକ୍ତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ପ୍ରାକ୍ତନମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପ୍ରଦେଶ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା, ଧର୍ମଶାଳା ବିଧାୟିକା ପ୍ରାର୍ଥିନୀ ଶ୍ରୀମତୀ ସ୍ମୃତିରେଖା ପହି, ରୀତାଶ୍ରୀ ମହାନ୍ତି, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ସ୍ୱାଗତିକା ପଟ୍ଟନାୟକ, ଗିରିବାଳା ବେହେରା, ଶୈଳବାଳା ଜେନା, ଜେ. ବାବୁ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ମନୋଜ ରାଉତ, ରଂଜିତା ରାଉତ, ସତ୍ୟପ୍ରକାଶ ନାୟକ, ଶମ୍ଭୁନାଥ ପାଣିଗ୍ରାହୀ, ଅଜୟ ସାମଲ, ଦୀପକ ମହାପାତ୍ର, ଉମେଶ ଜେନା, ଅମୀୟ ପଟ୍ଟନାୟକ, ଅବଦୁଲ୍ ବାରୀ, ଆଲୋକ ଲେଙ୍କା, ରଜନୀ ମହାନ୍ତି, ସୂର୍ଯ୍ୟକାନ୍ତି ବାଗ, ଆଇନଜୀବୀ ଶିବାନନ୍ଦ ରାୟ, ଶ୍ରୀନାଥ ମିଶ୍ର, କୁସୁମ ପ୍ରଧାନ, ବିଣାପାଣି ସାମଲ, ଜାନକୀ ବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ନିରୁପମା ପାତ୍ର, ବିଶ୍ୱଜିତ୍ ଦାସ, ଅଶୋକ ସାମଲ, ମନୋଜ ମହାପାତ୍ର, ଶୋଭାରାଣୀ ଦାସ, ଶ୍ରୀୟା ସମ୍ବେଦନା, ଜ୍ୟୋତିଷ ସାହୁ, ନରେଶ ମହାନ୍ତି, ନିରଞ୍ଜନ ଦାସ, କନକଲତା ମଲ୍ଲିକ, ଦିପ୍ତିରାଣୀ ପ୍ରଧାନ, ଆରତୀ ସ୍ୱାଇଁ, ଆକାଶ ଭୂୟାଁ, ସନ୍ତୋଷ ନନ୍ଦ, ଦରିଦ୍ର ନାରାୟଣ ନାୟକ, ବିଷ୍ଣୁ ରାଉତ, ଜ୍ଞାନଦେବ ବେହୁରା, ଆଦିତ୍ୟ ପ୍ରିତମ ଦାସ, ବିଜୟାନନ୍ଦ ଚାଉଳିଆ, ନିରଞ୍ଜନ ନାୟକ, ବିନୋଦ ରାଉତ, ବିଶ୍ୱଜିତ ଦାଶ, ନିକୁଞ୍ଜ ପଶାୟତ, ପ୍ରଭାତ ସାମନ୍ତରାୟ, ସନ୍ତୋଷ ଭୋଳ, ଅରିନ୍ଦମ ସର୍କେଲ, ଲଲାଟେନ୍ଦୁ ମହାପାତ୍ର, ଯୁଧିଷ୍ଠିର ଜେନା, ଜାନକୀ ମଲ୍ଲିକ, କୈଳାସ ସାହୁ, ଶ୍ରିୟାସ୍ମିତା ପଣ୍ଡା, ଲିଙ୍ଗରାଜ ସାହୁ, କୁଳମଣି ସାହୁ, ଦିନେଶ ପରିଡା, ଅମରେଶ ପରିଡା, ପ୍ରଦୀପ ମହାପାତ୍ର, ରାହାସ ବିହାରୀ ଦାସ, ଦୁର୍ଯ୍ୟୋଧନ ବେହେରା, ମାନସ ରଂଜନ କରଙ୍କ ସମେତ ଶତାଧିକ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଅପରାହ୍ନ ଘ. ୧୨.୪୫ ମିନିଟ୍ ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ତଥ୍ୟ ଅନୁଧ୍ୟାନ କମିଟି ଅଧ୍ୟକ୍ଷ ବିଧାୟକ ଇଂ. ମହମ୍ମଦ ମୋକିମ୍ ଙ୍କ ସମେତ ଏକ ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତାଙ୍କର ସ୍ୱତନ୍ତ୍ର ସଚିବଙ୍କୁ ସ୍ୱର୍ଗତା ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବି ସହ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟାରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନ୍ୟାୟିକ ତଦନ୍ତ କରାଯିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Categories
POLITICS

RELATED BY

  • ବାଚସ୍ପତି ଚାହୁଁନାହାନ୍ତି ସ୍ମୀତାରାଣିଙ୍କର ହତ୍ୟା ବିଷୟ ଗୃହରେ ରେକର୍ଡ ହେଉ

    ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡଯନ୍ତ୍ର ବିରୋଧରେ ବିଜେପି ବିଧାୟକ ମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ...
  • ୧୦ଟି ଜିଲ୍ଲାରେ ପ୍ରାୟ ୮୬ କୋଟି ଟଙ୍କାର ଘୋଟାଲା

    ଭୁବନେଶ୍ୱର : କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ନବୀନ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଣ୍ଟିଛନ୍ତି । ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା...
  • ମାହାଙ୍ଗା ବ୍ଲକର ବିଡିଓଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ନିଜର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି

    ଭୁବନେଶ୍ୱର : ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ହୋଇଥିବା କଥା ନିଜେ ସରକାର ମାନିଥିଲେ । ନିଜେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଏହାର ତଦନ୍ତ କରାଇ ସାନି ହିତାଧିକାରି ତାଲିକା ପ୍ରସ୍ତୁତ କରିବା...
  • ବିଧାନସଭାରେ କଂଗ୍ରେସ-ବିଜେଡି ହାତ ମିଳାଇଲେ : ପ୍ରଦୀପ୍ତ ନାଏକ

    ଭୁବନେଶ୍ୱର : ସ୍ମୀତାରାଣି ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ଷଡଯନ୍ତ୍ରକୁ ଗତ କାଲି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ମୋହର ମାରିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର କିଛି ନେତା...
Call Now ButtonCALL TO MR. SAMIR