ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ ଉପରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ

ଓଡ଼ିଶାରେ ଅନୁକୂଳ ପୁଞ୍ଜିନିବେଶ ପରିବେଶକୁ ଉତ୍ସାହିତ କରାଯାଉଛି : ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶ ପରିବେଶକୁ ଅନୁକୂଳ ଏବଂ ବିଦେଶୀ ପୁଞ୍ଜିନିବେଶକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଓଡ଼ିଶା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହନ ଏବଂ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ସଫଳ ରୂପାୟନ ଫଳରେ ଓଡ଼ିଶାରେ ପୁଞ୍ଜିନିବେଶ କ୍ଷେତ୍ରରେ ଅଭିବୃଦ୍ଧି ଘଟିଥିବା ତଥା ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପେ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି ।

ଗତକାଲି ନୂଆଦିଲ୍ଲୀଠାରେ ‘ରାଜ୍ୟମାନଙ୍କରେ ଘରୋଇ ଓ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଅଭିବୃଦ୍ଧି’ ଶୀର୍ଷକ କର୍ମଶାଳା ଏବଂ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଉପରୋକ୍ତ ମର୍ମରେ ରାଜ୍ୟରେ ‘ମେକ୍‌ ଇନ୍‌ ଓଡ଼ିଶା’ ଆୟୋଜନଠାରୁ ‘ଇନ୍‌ଭେଷ୍ଟମେଣ୍ଟ ମିଟ୍‌’ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପ୍ରକାଶ କରିଥିଲେ ।

ବୈଠକରେ ୨୦୨୪-୨୫ ବେଳକୁ ଦେଶରେ ୫ ଟ୍ରିଲିୟନ୍ ଆମେରିକୀୟ ଡଲାରର ଅର୍ଥ ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଆଲୋଚନା ହୋଇଥିଲା । ପୁଞ୍ଜିନିବେଶ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ବାବଦରେ ମଧ୍ୟ ମତବିନିମୟ ହୋଇଥିଲା ।

ଜାତୀୟସ୍ତରରେ ସିଙ୍ଗଲ ୱିଣ୍ଡୋ (ଏକକ ବାତାୟନ) ବ୍ୟବସ୍ଥା କାର୍ଯ୍ୟକାରୀ କରିବା ବାବଦରେ ମଧ୍ୟ ବିଚାରବିମର୍ଶ ହୋଇଥିଲା ।

‘ମେକ୍‌ ଇନ୍‌ ଇଣ୍ଡିଆ’ ବାବଦରେ ମଧ୍ୟ ବିଭିନ୍ନ ରାଜ୍ୟରୁ ଯାଇଥିବା ମନ୍ତ୍ରୀମାନଙ୍କ କର୍ମଶାଳା ଆୟୋଜିତ ହୋଇଥିଲା ଏବଂ ଏଥିରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଶ୍ରୀ ମିଶ୍ର ଅଂଶଗ୍ରହଣ କରିଥିଲେ ।

ରେଳ ଏବଂ ବାଣିଜ୍ୟ ଓ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସମେତ କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ପଦାଧିକାରୀମାନେ କର୍ମଶାଳାରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।

ରାଜ୍ୟ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ମଧ୍ୟ କର୍ମଶାଳା ତଥା ବୈଠକରେ ଉପସ୍ଥିତ ରହି ନିଜର ମତ ଉପସ୍ଥାପନ କରିଥିଲେ ।

Categories
BUSINESS

RELATED BY

  • ଯୋଗାଣ ବିଭାଗ ପକ୍ଷରୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି

    ଭୁବନେଶ୍ୱର: ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ...
  • ଇସ୍ପାତ୍ ଉତ୍ପାଦନ ପାଇଁ ପୂର୍ବ ଭାରତ ଆମର ପ୍ରାଥମିକତା:ଧର୍ମେନ୍ଦ୍ର ପ୍ରଧାନ

    ବିଶାଖାପାଟଣା:ପୂର୍ବ ଭାରତରେ ଅଧିକ ଇସ୍ପାତ୍ ଉତ୍ପାଦନ ହେଉଥିବା କାରଣରୁ ପୂର୍ବ ଭାରତକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କାରଣ ଭାରତର ବିଭିନ୍ନ ଅଂଚଳରୁ ଉତ୍ପାଦିତ ହେଉଥିବା ଇସ୍ପାତର ପରିମାଣ ତୁଳନାରେ ଅଧିକ ଭାଗ ପୂର୍ବ ଭାରତର ରହିଥାଏ । ଆନ୍ଧ୍ରପ୍ରଦେଶ...
  • ଆନ୍ଧ୍ରପ୍ରଦେଶରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ – ଧର୍ମେନ୍ଦ୍ର ପ୍ରଧାନ

    ଆନ୍ଧ୍ରପ୍ରଦେଶ/ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ...
  • ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟବରାଦ ହୋଇଛି

    ନୂଆଦିଲ୍ଲୀ/ଭୁବନେଶ୍ୱର:ଆଗାମୀ ଦିନରେ ଗୋଟିଏ ଦାୟିତ୍ୱ ସମ୍ପନ୍ନ ଦେଶ ଭାବରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏନରିଚ୍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଇ...
Call Now ButtonCALL TO MR. SAMIR