ଶିମୁଳି ଗଛର ଉପକାରୀତା

ସ୍ତନ ଦୃଢ଼ କରିବା ପାଇଁ: ଶିମୁଳି ଗଛର ଗଣ୍ଠିକୁ ଘୋରି ୧୦-୧୫ ଦିନ ସ୍ତନରେ ଲଗାଇଲେ ଏହା ଦୃଢ଼ ହୋଇ ଯାଇଥାଏ ।

ଶିମୁଳି ଗଛ ଏକ ବିରାଟକାୟ ବହୁବର୍ଷୀୟ ବୃକ୍ଷ ଅଟେ । ଏହାର କାଣ୍ଡ କଣ୍ଟାଯୁକ୍ତ ଏହାର ଫୁଲ ଲାଲ ରଙ୍ଗର ଲମ୍ବା ଲମ୍ବା ହୋଇଥାଏ । ଫଳ ମଧ୍ୟ ଲମ୍ବା ହୋଇଥାଏ ଓ ଶୁଖି ଫାଟିଗଲେ ସେଥିରୁ ରେଶମି ତୁଳା ବାହାରିଥାଏ । ଏହି ତୁୁଳାକୁ ତକିଆ ଓ ରେଜେଇ ତିଆରି କରିବାରେ ବ୍ୟବହାର କରାଯାଇଥାଏ ।

 

ପ୍ରମେହ ରୋଗ: ଶିମୁଳି ଗଛ ଚେରର ରସ ୧୦-୧୨ ଗ୍ରାମ, ମହୁ ୧୦-୧୨ ଗ୍ରାମ ଓ ହଳଦୀ ଗୁଣ୍ଡ ୩-୪ ଗ୍ରାମକୁ ମିଶାଇ ଦିନକୁ ଥରେ ଲେଖାଏଁ ୩ ସପ୍ତାହ ପର୍ଯ୍ୟନ୍ତ ଖାଇଲେ ସମସ୍ତ ପ୍ରକାର ମେହ ରୋଗ ଠିକ୍ ହୁଏ । ଶିମୁଳି ପତ୍ର ରସ ୫-୧୦ ଗ୍ରାମରେ ପାଣି ମିଶାଇ ପିଇଲେ ପ୍ରମେହ ରୋଗରେ ଲାଭ ମିଳିଥାଏ ।

ଶୁକ୍ର ବୃଦ୍ଧି ନିମିତ୍ତ: ପୁରୁଣା ଶିମୁଳି ଗଛ ମୂଳର ରସରେ ଗୁଡ଼ ମିଶାଇ କିଛିଦିନ ପିଇଲେ ଶୁକ୍ର ବୃଦ୍ଧି ହୁଏ ।

ଗର୍ଭାବସ୍ଥାରେ ବାନ୍ତି: ଶିମୁଳି ଛେଲିକୁ କ୍ଷୀରରେ ବାଟି ପିଆଇଲେ ଗର୍ଭାବସ୍ଥାରେ ବାନ୍ତି ବନ୍ଦ ହୋଇଥାଏ ।

ଶ୍ୱେତ ପ୍ରଦର: ଶିମୁଳି ଗଛର ମୂଳକୁ ବାଟି ସୌନ୍ଧବ ଲବଣ ମିଶାଇ ଘିଅରେ ଭାଜି ଖାଇଲେ ଶ୍ୱେତପ୍ରଦର ରୋଗରେ ଲାଭ ମିଳିଥାଏ ।

ପେଟ ବ୍ୟଥା: ଶିମୁଳି ଛେଲି ଓ ଫୁଲ ସମାନ ମାତ୍ରାରେ ନେଇ ଶୁଖାଇ ଚୂର୍ଣ୍ଣକରି ସେଥିରୁ ୪-୫ ଗ୍ରାମ ମାତ୍ରାରେ ମହୁ ସହିତ ଖାଇଲେ କିଛିଦିନ ପୁରୁଣା ପେଟବ୍ୟଥା ଭଲ ହୋଇଥାଏ ।

ଝାଡ଼ା ରୋଗ: ସମସ୍ତ ପ୍ରକାର ଝାଡ଼ା ରୋଗରେ ଶିମୁଳି ଗଛର ଛେଲିକୁ ଗାଈ କ୍ଷୀରରେ ବାଟି ୫-୧୦ ଗ୍ରାମ ମାତ୍ରାରେ ପିଇଲେ ଲାଭ ମିଳିଥାଏ ।

ଉପଦଂଶ: ଛୋଟ ଶିମୁଳି ଗଛର ମୂଳକୁ ଶୁଖାଇ ଚୂର୍ଣ୍ଣ କରି ସମାନ ମାତ୍ରାରେ ମିଶ୍ରୀ ଚୂର୍ଣ୍ଣ ମିଶାଇ ସକାଳ ଓ ସନ୍ଧ୍ୟାରେ ୧୦-୧୨ ଗ୍ରାମର ମାତ୍ରାରେ ସେବନ କଲେ ଉପଦଂଶ ରୋଗରେ ବିଶେଷ ଲାଭ ମିଳିଥାଏ ।

ହାଡଫୁଟି: ଶିମୁଳି ମଞ୍ଜି ୮-୧୦ ଟିକୁ ଚୂର୍ଣ୍ଣ କରି ମହୁରେ ମିଶାଇ ଖାଲି ପେଟରେ ଖାଇଲେ ବର୍ଷକ ଭିତରେ ହାଡ଼ଫୁଟି ହୁଏ ନାହିଁ ।

ମୁଖବ୍ରଣ: ଶିମୁଳି ଗଛର ଗଣ୍ଠିକୁ ଘୋରି ବ୍ରଣ ଉପରେ ଲଗାଇଲେ ବ୍ରଣ ଭଲ ହୋଇଯାଏ ।

ବଥ ଓ କାଖ ଗୁଲି: ଶିମୁଳି ଗଛ ଛେଲିକୁ ଦହିରେ ବାଟି ବଥ ଓ କାଖଗୁଲି ଉପରେ ଲଗାଇଲେ ତାହା ଫାଟି ପୂଜ ବାହାରିଯାଇ ଶୁଖିଯାଇଥାଏ ।

କୁଷ୍ଟରୋଗ: ଶିମୁଳି ମୂଳ ୧୦-୧୫ ଗ୍ରାମକୁ ବାଟି ପାଣିରେ ମିଶାଇ ଛାଣି ସେଥିରେ କମଳାରସ ନିୟମିତ ରୂପେ ପିଇଲେ କୁଷ୍ଠ ରୋଗ ଭଲ ହୋଇଥାଏ ।

ଧାତୁରୋଗ: ଶିମୁଳି ଗଛର କଅଁଳ ଚେରକୁ ଶୁଖାଇ ଗୁଣ୍ଡ କରି, ମୁସଳି କନ୍ଦ, ଶତାବର ଓ ମିଶ୍ରୀ ଗୁଣ୍ଡ ମିଶାଇ ସକାଳ ଓ ସନ୍ଧ୍ୟାରେ ଏକ ଚାମଚ ମାତ୍ରାରେ ଖାଇଲେ ସମସ୍ତ ପ୍ରକାର ଧାତୁରୋଗରେ ଲାଭ ମିଳିଥାଏ ।

ରକ୍ତ ହୀନତା: ଶିମୁଳି ଗଛ ଚେରକୁ ଶୁଖାଇ ଗୁଣ୍ଡ କରି ଏକ ଚାମଚ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ପାଣି ସହିତ ଖାଇଲେ ରକ୍ତହିନତା ଦୂର ହୋଇଥାଏ ।

ପୋଡା ଘା’ ଚିହ୍ନ: ଶିମୁଳି ଗଛର ଗଣ୍ଠିକୁ ପାଣିରେ ଘୋରି ଲଗାଇଲେ ପୋଡ଼ା ଚିହ୍ନ ଲିଭିଯାଇଥାଏ ।

ଶକ୍ତି ହୀନତା: ଶିମୁଳି ଫୁଲକୁ ଶୁଖାଇ ଚୂର୍ଣ୍ଣ କରି ଏକ ଚାମଚ ଗୁଣ୍ଡକୁ ଏକ କପ୍ କ୍ଷୀରରେ ମିଶାଇ ସେଥିରେ ଏକ ଚାମଚ ଘିଅ ଓ ଏକ ଚାମଚ ମହୁ ମିଶାଇ ପିଇଲେ ଶକ୍ତିହୀନତା ଦୂର ହୁଏ ।

ସ୍ତନ ଦୃଢ଼ କରିବା ପାଇଁ: ଶିମୁଳି ଗଛର ଗଣ୍ଠିକୁ ଘୋରି ୧୦-୧୫ ଦିନ ସ୍ତନରେ ଲଗାଇଲେ ଏହା ଦୃଢ଼ ହୋଇ ଯାଇଥାଏ ।

ଥଣ୍ଡା ଓ କାଶ: ଶିମୁଳି ଗଛର ଚେରକୁ ଶୁଖାଇ ଚୂର୍ଣ୍ଣ କରି ସେଥିରେ ଗୋଲମରିଚ ଚୂର୍ଣ୍ଣ ଓ ଶୁଣ୍ଠି ଚୂର୍ଣ୍ଣ ମିଶାଇ ଏକ ଚାମଚ ମାତ୍ରାରେ ଦିନକୁ ଦୁଇଥର ଖାଇଲେ ଥଣ୍ଡା ଓ କାଶ ଭଲ ହୋଇଥାଏ ।

Categories
HEALTH

RELATED BY

  • କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆରମ୍ଭ ହେବ ହାର୍ଟ ଅପରେସନ୍‌

    ଭୁବନେଶ୍ୱର: ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବାକୁ ନିରନ୍ତର ପ୍ରୟାସ କରୁଥିବାବେଳେ ‘ମୋ ସରକାର’ ଏବଂ ୫ ‘ଟି’ ଭଳି ଯୋଜନାରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ସମାଜର ତଳସ୍ତରରେ ଥିବା ସାଧାରଣ ଲୋକଟିଏ ଯେମିତି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବାରୁ...
  • ରାଜ୍ୟରେ ସ୍ତନ କର୍କଟ କାୟା ବିସ୍ତାର କରିଚାଲିଛି,ପ୍ରାଥମିକ ଅବସ୍ଥାରେ ନିଦାନ ଦ୍ୱାରା ଆରୋଗ୍ୟ ସମ୍ଭବ

    ଭୁବନେଶ୍ୱର: ସ୍ତନ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଭୟବହତା ସଂପର୍କରେ ଆମେ ସମସ୍ତେ ଅବଗତ । ତେବେ ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଅଗ୍ରଗତି ସହ ଏହାର ନିଦାନ ସମ୍ଭବ ହୋଇପାରିଛି ।...
  • ବେଗୁନିଆ

    ବେଗୁନଆ ଗଛ ସହିତ ସମସ୍ତେ ପରିଚିତ । ଏହା ଏକ ବହୁ ବର୍ଷୀୟ ବୁଦାଜାତୀୟ ଗଛ । ଏହାର ପତ୍ରକୁ ମକଚିଲେ ଏକ ବିଶିଷ୍ଟ ପ୍ରକାରର ଦୁର୍ଗନ୍ଧ ବାହାରେ । ତେଣୁ ଏହି ଗଛକୁ ପଶୁମାନେ ଖାଆନ୍ତି ନାହିଁ ।...
  • ଲାଜକୁଳୀ ଲତା

     ଲାଜକୁଳୀ ଲତା ଏକ କଣ୍ଟା ଜାତୀୟ ଲତା ଅଟେ । ଏହା ଜମି ଉପରେ ମାଡ଼ିଥାଏ । ଏହାର ପତ୍ରକୁ ଛୁଇଁଲେ ଝାଉଁଳି ପଡେ ଓ ପରେ ପୁଣି ପୂର୍ବ ଅବସ୍ଥାକୁ ଫେରିଆସେ । ଏଥିରେ ଗୋଲାପି ରଙ୍ଗର ଗୋଲ୍‍...
Call Now ButtonCALL TO MR. SAMIR