Home – Portfolio Working Blocks

ଭୁବନେଶ୍ୱର: ଗତ ୧୪ ତାରିଖ ଢ଼ିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିିସର ବର୍ବରୋଚିତ ଆକ୍ରମଣ ଘଟଣାର ତଦନ୍ତ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଥିଲେ । ଏହି ଅବସରରେ ଓଡ଼ିଶା ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କ ନେତୃତ୍ୱରେ ଉକ୍ତ ତଥ୍ୟ ଅନୁସଂଧାନ କମିଟି ଢ଼ିଙ୍କିଆ ଗସ୍ତରେ ଆସିଥିଲେ । ପୋଲିସର ବର୍ବରୋଚିତ ଆକ୍ରମଣରେ ଶୀକାର ହୋଇଥିବା […]

ଭୁବନେଶ୍ୱର: ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା ନିମନ୍ତେ(ଡବ୍ଲ୍ୟୁ.ଏଫ୍.ପି.) ୨୦୨୩-୨୭ ରଣନିତୀ-ଯୋଜନା ପ୍ରସ୍ତୁତି ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର ପରାମର୍ଶମୂଳକ ଆଲୋଚନାଚକ୍ର ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଆଦିରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗଦେଇ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଲୋଚନା ଆରମ୍ଭକରି ବିଶ୍ୱ ଖାଦ୍ୟ […]

ଚମ୍ପା ଗଛ ଦେଖିବାକୁ ଖୁବ୍‍ ବଡ଼ । ଏହାର ଫୁଲ ହଳଦିଆ ରଙ୍ଗର ଓ ସୁଗନ୍ଧଯୁକ୍ତ । ଏହି ଫୁଲକୁ ପ୍ରାୟ ସମସ୍ତେ ଜାଣନ୍ତି । ଚମ୍ପା ଗଛବିଶେଷ ଭାବେ ଶିବାଳୟ ମାନଙ୍କରେ ଦେଖାଯାଏ, କାରଣ ଏହି ଫୁଲମହାଦେବଙ୍କ ପ୍ରିୟ ଫୁଲମଧ୍ୟରୁ ଅନ୍ୟତମ । କାମଳ ରୋଗ: ଚମ୍ପାଫୁଲ ରସରେ ଅଳ୍ପ ଘି କୁମାରୀ ରସ ମିଶାଇ ୭-୮ ଥର ଖାଇଲେ କାମଳ ରୋଗ ଭଲ ହୋଇଥାଏ । ଚର୍ମରୋଗ: […]

ଅନ୍ୟମାନଙ୍କୁ ଆପଣ ସମବେଦନା ଜଣାଇପାରନ୍ତି, ତାଙ୍କ ଦୁଃଖରେ ଦୁଃଖି ହୋଇପାରନ୍ତି । କିନ୍ତୁ ମନେ ରଖନ୍ତୁ, ଏସବୁ ଠିକ୍‍ ସଂକ୍ରାମକ ରୋଗ ଭଳି । ହୁଏତ ଆପଣ ଅନୁଭବ କରୁଥିବେ ଯେ ଆପଣ ଜଣେ ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ପରୋକ୍ଷ ଭାବରେ ଆପଣ ଯେ ନିଜେ ଧ୍ୱଂସାଭିମୁଖୀ ହେଉଛନ୍ତି, ତାହା ଆଦୌ ଆପଣ ଜାଣିପାରନ୍ତି ନାହିଁ । ହତଭାଗ୍ୟ ବ୍ୟକ୍ତିମାନେ ନିଜ ପାଇଁ ଦୁଃଖ ତ […]

ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି । ଏହି କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ,ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ […]

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ କାରଣରୁ ଭାରତବର୍ଷ ସମେତ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଥିବାବେଳେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଲଢେଇର ନେତୃତ୍ୱ ନେଇ ଗୋଟିଏ ଗୋଟିଏ ଦୃଢ ଓ ସମୟପୋଯୋଗୀ ପଦକ୍ଷେପ ଗ୍ରହଣ କରି ଆମ ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଆସୁଛନ୍ତି । ବର୍ତମାନ ସୁଦ୍ଧା କରୋନା ବିରୁଦ୍ଧ ଲଢେଇରେ କେବଳ ଟୀକାକରଣ ଏକ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି […]

ଭୁବନେଶ୍ୱର : ରେଳ ବୋର୍ଡରୁ ବଲାଙ୍ଗୀରର ହେମନ୍ତ କୁମାର ପଣ୍ଡାଙ୍କୁ ଦେଇଥିବା RTI ରିପୋର୍ଟ ରେ ଟାଇପ୍ ଭୁଲ୍ ପାଇଁ ରାୟଗଡା ରେଳ ଡିଭିଜନ ସାଉଥ କୋଷ୍ଟ ରେଳପଥରେ ବୋଲି ଉଲ୍ଲେଖ ହୋଇଥିଲା । ଏହି ଭୁଲକୁ ଜାଣିବାପରେ ଶ୍ରୀ ପଣ୍ଡାଙ୍କୁ ରେଳବୋର୍ଡ ପକ୍ଷରୁ ସ୍ପଷ୍ଟିକରଣ ଦେଇ ଲେଖିଛନ୍ତି ଯେ ପ୍ରସ୍ତାବିତ ରାୟଗଡା ରେଳ ଡିଭିଜନ ପୂର୍ବତଟ ରେଳପଥ ଅଧୀନରେ ଅଛି । ଏହାର କୌଣସି ପରିବର୍ତ୍ତନ ହୋଇ ନାହିଁ । […]

ଭୁବନେଶ୍ୱର: ବୁଧବାର ଦିନ ମହାନ ବିପ୍ଳବୀ ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସାରା ଦେଶରେ କୋଭିଡ୍‌-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍‌ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପରାଧୀନ ଭାରତରେ ସର୍ବଦା […]

ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପୂର୍ବତଟ ରେଳପଥ । ମାତ୍ର ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ, ଏହାକୁ ଅଧିକ ସଶକ୍ତ କରାଯିବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ଓ ଶକ୍ତିହୀନ କରିଦେବାର ଷଡ଼ଯନ୍ତ୍ର ମୋଦି ସରକାର ଅମଳରୁ କାର୍ଯ୍ୟକାରୀ ହୋଇଛି । ପ୍ରଥମେ ପୂର୍ବତଟ ରେଳପଥର ମୁଣ୍ଡ କୁହାଯାଉଥିବା ୱାଲିଟୟର ଡ଼ିଭିଜନକୁ ଆମ ଠାରୁ ଛଡ଼ାଇ ନେବାର ଘୋଷଣା କରାଗଲା । ଏହାଦ୍ୱାରା ବିପୁଳ […]

ଭୁବନେଶ୍ୱର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ  ନିର୍ବାଚନର ସ୍ୱଚ୍ଛତାକୁ ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି । ନିର୍ବାଚନରେ କ୍ଷମତା, କଳ, ବଳକୁ ଅପବ୍ୟବହାର କରି ବ୍ୟାପକ ମାତ୍ରାରେ ହେରଫେର ଓ ଚଞ୍ଚକତା ଜରିଆରେ ଭୋଟ ହାତେଇବାର ହୀନ ପ୍ରୟାସ ଆରମ୍ଭ କରିସାରିଛି ଶାସକ ବିଜେଡି । ଭୋଟର ଲିଷ୍ଟ ପ୍ରସ୍ତୁତିରେ ବ୍ୟାପକ ଘୋଟାଲା କରାଯାଇଛି । ପ୍ରକୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇନାହିଁ । ରାଜ୍ୟ ସରକାର […]