ଆତ୍ମାର ମୃତ୍ୟୁ ହୁଏ ନାହିଁ । ଆମ ଶରୀରରେ ଥିବା ଆତ୍ମା ଶରୀର ମୃତ୍ୟୁପରେ ଘଟ ପରିବର୍ତ୍ତନ କରିଥାଏ ଅଥବା ଅନ୍ୟ ଶରୀରରେ ପ୍ରବେଶ କରି ଜନ୍ମଲାଭ କରିଥାଏ । ଆମେ ଆତ୍ମାକୁ ଦେଖିପାରୁନାହୁଁ, ଯେପରି ଆମେ ପବନକୁ ଦେଖିପାରୁନାହୁଁ । କିନ୍ତୁ ପବନର ସ୍ପର୍ଶ ଅନୁଭବ କରୁ । ସୁଖ, ଦୁଃଖ, ରୋଗ, ଶୋକ ଓ ଆନନ୍ଦର ଅନୁଭବ ଆମେ ଆମ ଶରୀରେ ଥିବା ଆତ୍ମା ଦ୍ୱାରା ଜାଣିପାରୁ […]

ସୁବ୍ରତ ସେଦିନ ତାଙ୍କର ଇପ୍‌ସିତା ପ୍ରେମିକା ସୁରେଖାର କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବାର ଖବର ପାଇ ଭାଙ୍ଗି ପଡ଼ିଥିଲେ । ସୁରେଖା ସମ୍ବଲପୁରର ଗଙ୍ଗାଧର ମେହେର କଲେଜର ବି.କମ୍‌. ଛାତ୍ରୀ, ଦେଖିବାକୁ ବହୁତ ସୁନ୍ଦରୀ, ଗୋରୀ, ଚକାମୁହଁ, ଫୁଲକାଫୁଲ୍‌କା ଗାଲ, ଆଖିରେ କାମନାର ଚାହାଣୀ, ମୁଣ୍ଡରେ ସାମ୍ପୁକରା ଖୋଲା ଘଞ୍ଚ କେଶ, ମଧ୍ୟମ ସ୍ୱାସ୍ଥ୍ୟ, ଆକର୍ଷଣୀୟା ମୁଖଶ୍ରୀ, ସୁଗଠିତ ଅଙ୍ଗ ପାଇଁ ସୁରେଖା ପ୍ରଥମେ ମଡ଼େଲିଂରେ ଶ୍ରେଷ୍ଠସ୍ଥାନ ପାଇ […]

ଚିନ୍ମୟ ପ୍ରଥମ କରି ସେଦିନ କଲେଜରେ କମନ୍‌ରୁମ୍‌ରୁ ବାହାରି ଆସୁଥିବା ସାଲୁଆର ପଂଜାବୀ ପିନ୍ଧିଥିବା ଝିଅଟି ସଙ୍ଗେ ଚକ୍ଷୁର ମିଳନରେ ଆକୃଷ୍ଟ ହୋଇପଡ଼ିଥିଲା । ସେ ଝିଅଟି ହେଉଛି ଉର୍ମିଳା । ଉର୍ମିଳାର ଭସାଣିଆ ଆଖିର ଚଞ୍ଚଳ ହରିଣୀ ପରି ଚୋରା ଚାହାଣୀରେ ଚିନ୍ମୟର ଶରୀରରେ ଏକ ଆର୍ଷଣର ଶରବିଦ୍ଧ ହୋଇଯାଇଥିଲା । ପ୍ରତିଦିନ ଠିକ୍ ସେହି ସମୟରେ ଚିନ୍ମୟ ଆସି ପ୍ରତୀକ୍ଷା କରିଥାଏ ସେହି ଗୌର ତନୁପାତେଳୀ ଝିଅଟି […]

ଜୀବନରେ ଏପରି କେତେକ ଘଟଣା ଘଟେ ଯାହା କଳ୍ପନାତୀତ, ଅବିସ୍ମରଣୀୟ, ବିସ୍ମୟକର ଓ ଯନ୍ତ୍ରଣାଦାୟକ ହୋଇଥାଏ । ଶୁଭକାନ୍ତ ତାଙ୍କ ପ୍ରାକ୍‌ଯୌବନରେ ଅନେକ ସୁନ୍ଦରସୁନ୍ଦର ସ୍ୱପ୍ନ ଦେଖିଥିଲେ । ସେ କର୍ମମୟ ଜୀବନ ଅତିବାହିତ କରୁଥିବା ସମୟରେ ଏକ ତରୁଣୀର ସଂସ୍ପର୍ଶରେ ଆସିଥିଲେ । ସେହି ତରୁଣୀର ମଧୁର କଣ୍ଠ ସଂଗୀତ ତାଙ୍କୁ ମୁଗ୍ଧ କରିଥିଲା । ହଠାତ୍ ଏକ ଅପ୍ରତ୍ୟାଶିତ ମୁହର୍ତ୍ତରେ ଶୁଭକାନ୍ତ ଭଲପାଇ ବସିଥିଲେ ସେହି ସୁଶ୍ରୀ, […]

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀଙ୍କୁ ଚତୁର୍ଥ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ଶନିବାର ଦିନ ସ୍ଥାନୀୟ ଜିକେଏମ୍‍ ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚଠାରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ସୁଜୀତ କୁମାର, ଶ୍ରୀ ଦ୍ୱିବେଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସହିଦନଗରସ୍ଥିତ ଜୟ ମା’ ଭବାନୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦିଆଯାଉଥିବା ଏହି ପୁରସ୍କାର […]

ସାନ୍‍ଫ୍ରାନ୍‍ସିସ୍‍କୋ : ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି । ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ ପରିବେଷଣକୁ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ […]