ଉପକାର ପ୍ରକୃତିର ଲକ୍ଷ୍ୟ ଅଟେ । ପ୍ରକୃତି ସର୍ବଦା ସର୍ବତ୍ର ସମସ୍ତଙ୍କ ପ୍ରତି ଉପକାର କରିବାରେ ବ୍ୟସ୍ତ । ଆମେ ଅନ୍ୟଠାରୁ ଯେତେ ଉପକୃତ ହେଉଥିବା ଆମ ଉପରେ ସେତିକି ବୋଝ ବଢ଼ୁଥିବ । ଅଧିକରୁ ଅଧିକ ଅନ୍ୟର ଉପକାର କରିବା ହେଉଛି ଗୁଣବାନର ଲକ୍ଷଣ । ଆମକୁ ଯେଉଁ ଯୋଗ୍ୟତା, ଯେଉଁ ଅଧିକାର ଈଶ୍ୱର ଦେଇଛନ୍ତି, ଯଦି କୌଣସି ଅଧିକାରୀ ବ୍ୟକ୍ତି ଆମଠାରୁ ନିଜର ଆବଶ୍ୟକତା ପେଶ୍‍ କରେ, […]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋମବାର (୮ ନଭେମ୍ବର ୨୦୨୧) ଦିନ କଳାହାଣ୍ଡି ଗସ୍ତ ପରେ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦବଦବା ରାଜ୍ୟରେ ବଢ଼ିଲା ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହ୍ରାସ ହେଲା । ଆଗାମୀ ଦିନରେ ଆପଣମାନେ ଜାଣିପାରିବେ । ସବୁ ଠାରୁ ବଡ଼ ବିଷୟ ହେଲା ମହିଳାଙ୍କ ଘଟଣାରେ ନବୀନ ସବୁବେଳେ ନୀରବ କାହିଁକି ? ଏହା ସାରା ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ମହିଳା […]

ସଦ୍‍ଗୁଣବାନ୍‍ ବ୍ୟକ୍ତିଠାରେ ହୁଏତ ସାଂସାରିକ ବସ୍ତୁର ଅଭାବ ଥାଇପାରେ; କିନ୍ତୁ ମଧୁର ବଚନର ଅଭାବ ନଥାଏ । ମନୁଷ୍ୟ ଧନରେ ଦରିଦ୍ର ହୋଇପାରେ; କିନ୍ତୁ ମିଠା କଥାରେ ଦରିଦ୍ର ହେବା ଉଚିତ୍‍ ନୁହେଁ । ଯେଉଁ ବ୍ୟକ୍ତି ଏକ ଗୁଣବାନ୍‍ ବ୍ୟକ୍ତି ନିକଟକୁ ଯାଏ, ତା ସହିତ ମିଳାମିଶା କରେ, ସେ ତାହାକୁ ଅମୃତ ସମାନ ପ୍ରିୟ ବଚନ ଦ୍ୱାରା ବଶୀଭୂତ କରିଥାଏ । ପ୍ରାଣୀ ପ୍ରତି ଦୟା, ମିତ୍ରତା, […]

କେନ୍ଦ୍ର ହେଉ ବା ରାଜ୍ୟ ହେଉ, ଯେଉଁଠାରେ ବି ରହିଥିବା ଗୋଟିଏ ରାଜନୈତିକ ଦଳ ବା ମେଣ୍ଟ ସମ୍ପର୍କରେ ଦୁର୍ନୀତିର ସ୍ୱର ଉଠିଲା ମାତ୍ରେ ତାହାର ପ୍ରତିପକ୍ଷ ଗୋଷ୍ଠୀ ସଙ୍ଗେ ସଙ୍ଗେ ବାହାରିପଡ଼ି ଗଣମାଧ୍ୟମ ଆଗରେ ସିବିଆଇ ତଦନ୍ତର ଚିତ୍କାର ଛାଡ଼ନ୍ତି । ଏବେ ତ କାହା ବାଡ଼ିରୁ ପରିବା ଚୋରି ହେଲେ ବି ଲୋକେ ସିବିଆଇ ତଦନ୍ତ ହିଁ ଉପଯୁକ୍ତ ପଦକ୍ଷେପ ବୋଲି ମାନସିକ ସ୍ତରରେ ବିବେଚନା କରୁଛନ୍ତି […]

ଯୁବପିଢ଼ୀମାନଙ୍କର ଭବିଷ୍ୟତ ଏବଂ ଚରିତ୍ର ସେମାନଙ୍କର ପିତା ମାତାଙ୍କ ବ୍ୟତୀତ ଶିକ୍ଷକମାନଙ୍କ ଉପରେ ଯଥେଷ୍ଟ ପରିମାଣରେ ନିର୍ଭର କରେ । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନଙ୍କୁ ଏହି ଶିକ୍ଷା ଦେବା ଉଚିତ୍‍ ଯେ ଜଣେ ସଫଳକାମ ମନୁଷ୍ୟ ଚରିତ୍ର-ବଳଦ୍ୱାରା ହିଁ ସଫଳତା ପ୍ରାପ୍ତ କରିଥାଏ,ପାଇଥିବା ସଫଳତାକୁ ବଳିଷ୍ଠ ଚରିତ୍ର ଦ୍ୱାରା ସମ୍ଭାଳି ରଖିପାରିଥାଏ । ଏହି ଗୋଟିଏ କଥା ଶିଖି ପାରିଲେ ଛାତ୍ରଛାତ୍ରୀ […]

ଏ ଜଗତରେ ଯାହାର ନିଷ୍କପଟ ସ୍ନେହ ଓ ସରଳ ହୃଦୟ ମିତ୍ର ଅଛି, ତା’ର ଜୀବନ ଧନ୍ୟ ଅଟେ ଏବଂ ସେ ପ୍ରକୃତରେ ଭାଗ୍ୟବାନ । ମାତା, ପିତା, ଭାଇଠାର ଯେଉଁ ସୁଖ ମିଳେ ନାହିଁ, ତାହା ଏକ ସ୍ନେହୀ, ନିଷ୍କପଟ ମିତ୍ରଠାରୁ ମିଳିଥାଏ । ଜଣେ ସୁହୃଦୟ ମିତ୍ର ଉପରେ ଯେପରି ବିଶ୍ୱାସ ବୃଦ୍ଧି ପାଇଥାଏ, ସେପରି ବିଶ୍ୱାସ ମାତା ପିତା, ସ୍ତ୍ରୀ ପ୍ରତି ମଧ୍ୟ ସୃଷ୍ଟି ହୋଇନଥାଏ […]

ଲୋଭରୁ ଦୁର୍ନୀତି, କାମ, କ୍ରୋଧ ସହ ମୋହର ଉତ୍ପତ୍ତି ହୋଇଥାଏ ।ଲୋଭ ସମସ୍ତ ଦୁର୍ଗୁଣର ମୂଳ ଅଟେ । ଲୋଭକୁ ଘୃଣା କଲେ ଦୁର୍ନୀତି ଓ ଅନୀତି ଉପାୟରେ ଧନ, ସଂପତ୍ତି ଓ ଟଙ୍କା ରୋଜଗାର କରିବାର କୁବୁଦ୍ଧି ଆସିବ ନାହିଁ ।ପରିବାରରେ, ସମାଜରେ,ଦେଶରେ ଦୁର୍ନୀତି ହ୍ରାସହେବାରେ ସହାୟକ ହୋଇପାରିବ । ଦୁର୍ନୀତି ହ୍ରାସ ହେଲେ ଅରାଜକତା ଦେଖା ଦେବ ନାହିଁ ।ବିକାଶର ପଥ ସୁଗମ ହେବ । ସମସ୍ତେ […]

ଆନ୍ତରିକ ଭାବନାର ମାହାତ୍ମ୍ୟ ବହୁତ ଅଧିକ । ଧରାଯାଉ ଜଣେ ଲୋକ ବାହ୍ୟ ଭାବେ କ୍ରିୟା କରୁଛି, ଶରୀର ଦ୍ୱାରା ସେବା କରୁଛି । ଏହା ଅପେକ୍ଷା ମଧ୍ୟ ଆନ୍ତରିକ ଭାବନାର ମାହାତ୍ମ୍ୟ ଅଧିକ । ବଡ଼ ଦୁଃଖର କଥା ହେଲା, ଲୋକେ ଆଜି ଅନ୍ତରରେ ଧନକୁ ଅଧିକ ମହତ୍ୱପୂ୍‍ର୍ଣ୍ଣ ସ୍ଥାନ ଦେଇଛନ୍ତି । ବାସ୍ତବରେ ଏହା ଏତେ ମହତ୍ୱପୂର୍ଣ୍ଣ ଜିନିଷ ନୁହେଁ ବରଂ ଶରୀର ଏହା ଅପେକ୍ଷା ଅଧିକ […]

ପ୍ରେମ ହିଁ ସ୍ୱର୍ଗ ଓ ଶାନ୍ତିର ମାର୍ଗ ଅଟେ । ମନୁଷ୍ୟତ୍ୱର ଅନ୍ୟ ନାମ ପ୍ରେମ ଅଟେ । ସମସ୍ତ ପ୍ରାଣୀମାନଙ୍କ ପ୍ରତି ପ୍ରେମ କରିବା ହିଁ ପ୍ରକୃତ ମାନବିକତା । ପ୍ରତିଦିନ କରିଥିବା କାର୍ଯ୍ୟ ଉପରେ ଆତ୍ମମନ୍ଥନ ଓ ଆତ୍ମଚିନ୍ତନ କଲେ ସଚେତନା ବଢ଼ିବା ସହ ଭୁଲ୍ ମାର୍ଜିତ କରିବା ପାଇଁ ଶକ୍ତିଜାଗ୍ରତ ହେବ । ଅନ୍ୟର ଆଲୋଚନା, ନିନ୍ଦା, ଚୁଗୁଲି ଓ ବ୍ୟଙ୍ଗକରି ଅନ୍ତର ଆତ୍ମାରେ ଘୃଣାକୁ […]