• ବିଜୁଳି ମାଗିବାରୁ ଶିଳ୍ପପତିମାନଙ୍କୁ ମାଡ

    ଭୁବନେଶ୍ୱର: ବାତ୍ୟା ଫନିର ୧୩ ଦିନ ପରେ ବି ଜଗତପୁର ଶିଳ୍ପାଚଂଳରେ ବିଦ୍ୟୁତ ଯୋଗାଣ ଏବେ ଯାଏଁ ହୋଇପାରିନାହିଁ । ବାତ୍ୟାର ୧୨ ଦିନ ପରେ ସ୍ଥିତି ଦେଖିବାକୁ ଯାଇଥିବା ଶିଳ୍ପ ବିଭାଗର ଅଧିକାରୀମାନେ ଶିଳ୍ପଦ୍ୟୋଗୀ ମାନଙ୍କ ସହ କ୍ଷୟ କ୍ଷତି ସଂପର୍କରେ ଆଲୋଚନା କରିନଥିଲେ । ଶିଳ୍ପଦ୍ୟୋଗୀମାନେ ବିଦ୍ୟୁତ ସଂଯୋଗ ନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଏଥି ପ୍ରତି କର୍ଣ୍ଣପାତ କରିନଥିଲା । ଅନ୍ୟପଟେ...
  • ୧ କୋଟି ଟଙ୍କାର କ୍ଷତି

    ଭୁବନେଶ୍ୱର:ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଛି । ସଂଗ୍ରହାଳୟ ଭିତର କର୍ମଶାଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବ୍ଲକ୍‌, ଟିକେଟ୍‌ କାଉଣ୍ଟର, ପମ୍ପହାଉସ୍‌ ଆଦି ଭାଙ୍ଗିରୁଜି ଯାଇଥିବାରୁ ତୁରନ୍ତ ମରାମତି ଆବଶ୍ୟକ ହୋଇପଡ଼ିଛି...
  • ୩.୨ କୋଟି ଟଙ୍କାର କିରୋସିନ ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ଯୋଗାଇ ଦିଆଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥା କରିଛନ୍ତି । ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି । ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ...
  • ୩ ମାସର ଦରମା ଦାନ କଲେ

    ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ସଂପୂର୍ଣ୍ଣ ଦରମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସଚିବାଳୟସ୍ଥ ପ୍ରକୋଷ୍ଠରେ ଫନୀ ବାତ୍ୟା ପ୍ରଭାବିତଙ୍କ ସହାୟତା ନିମନ୍ତେ ୩ ମାସର ଦରମା ୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି...
  • ୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି

    ଭୁବନେଶ୍ୱର:ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିଛି । ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଫୋନି ବାତ୍ୟାରେ...
  • ୨୦୧୯ ମାର୍ଚ୍ଚରେ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପିଲା

    ୨୦୧୯ ମାର୍ଚ୍ଚ ମାସରେ ମୋଟ ଜିଏସଟି ସଂଗ୍ରହ ରହିଛି ୧,୦୬, ୫୭୭ କୋଟି ଟଙ୍କା । ଏଥିମଧ୍ୟରେ ସିଜିଏସଟି ରହିଛି ୨୦,୩୫୩ କୋଟି, ଏସଜିଏସଟି ରହିଛି ୨୭,୫୨୦ କୋଟି, ଆଇଜିଏସଟି ରହିଛି ୫୦, ୪୧୮ କୋଟି (ଆମଦାନୀରୁ ଆଦାୟ ହୋଇଥିବା ୨୩,୫୨୧ କୋଟି ଟଙ୍କାକୁ ମିଶାଇ) ଏବଂ ସେସର ପରିମାଣ ହେଉଛି ୮,୨୮୬ କୋଟି (ଆମଦାନୀରୁ ଆଦାୟ ହୋଇଥିବା ୮୯୧ କୋଟି ଟଙ୍କାକୁ ମିଶାଇ) । ୨୦୧୯ ଫେବୃଆରୀରୁ...
  • ବିଜୁ ଜନତା ଦଳର ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ପ୍ରଚାର ଗାଡ଼ି

    ଭୁବନେଶ୍ୱର: ବିଜୁ ଜନତା ଦଳ  ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଏଲ୍‍ଇଡି ଭିଡିଓ ଭ୍ୟାନ୍‍ ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାରରେ ୩୧୪ଟି ଛୋଟ ଏବଂ ୩୦ଟି ବଡ଼ ଏଲ୍‍ଇଡି ଭ୍ୟାନ୍‍ଗୁଡିକୁ ସାମିଲ କରାଯାଇଛି । କେନ୍ଦ୍ର ଦ୍ୱାରା ଓଡ଼ିଶା କିପରି ଅବହେଳା ହେଉଛି ସେ ସଂପର୍କରେ ଏହି ଭ୍ୟାନ୍‍ଗୁଡିକ ଓଡ଼ିଶାର ପ୍ରତ୍ୟେକ ନାଗରିକମାନଙ୍କ ମଧ୍ୟରେ ଜନସେଚତନତା...
  • ଓଡ଼ିଶାର ପୂର୍ବତଟ ରେଳବାଇ ଲାଗି ମୃତ୍ୟୁର ଘଣ୍ଟି

    ଭୁବନେଶ୍ୱର: ସାଉଥ୍‍ କୋଷ୍ଟ ରେଳବାଇ ଗଠନ ସହ ଏହାର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଣାରେ କରିବା ଏବଂ ୱାଲ୍‍ଟିୟର ଡିଭିଜନ୍‍କୁ ଏଥିରେ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କେନ୍ଦ୍ର କରୁଥିବା ଆଉ ଏକ ଷଡ଼ଯନ୍ତ୍ର ବିରୋଧରେ ଆଜି ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ମୁଖ୍ୟ ଦପ୍ତର ସମ୍ମୁଖରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ, ଛାତ୍ର...
  • ଓଡିଶାର ୧୯ଟି ଜିଲ୍ଲାରେ ପାଇପ ଯୋଗେ ମିଳିବ ୨୪ ଘଂଟିଆ ରନ୍ଧନ ଗ୍ୟାସ

    ଭୁବନେଶ୍ୱର: ପୁରୀ ଠାରେ ବାଲୁଖଣ୍ଡ ଓ ଉତରାଛକରେ ଦୁଇଟି ସିଏନଜି ଷ୍ଟେସନର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ସାଢେ ୫ ବର୍ଷ ଭିତରେ ଘରେ ଘରେ ନଳରେ ପାଣି ଆସିବା ଭଳି ଓଡିଶାର ୧୯ଟି ଜିଲ୍ଲାର ଅଧିବାସୀମାନଙ୍କୁ ପାଇପ ଯୋଗେ ୨୪ ଘଂଟିଆ ରନ୍ଧନ ଗ୍ୟାସ ମିଳିବ । ଏ କାମ ପୁରୀ ସହରରେ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଏହି...
WhatsApp chat