ସାରସମାଲରେ ବିଧାୟକଙ୍କ ଦ୍ୱାରା ବହୁମୁଖୀ ପ୍ରକୋଷ୍ଠର ଉଦଘାଟନ

ଝାରସୁଗୁଡା : ଝାରସୁଗୁଡା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର 2 ର ସାରସମାଲ ଠାରେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଏହାସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ବହୁମୁଖୀ ପ୍ରକୋଷ୍ଠର ଶୁଭ ଉଦଘାଟନ କରିଥିଲେ I ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାରସମାଲ ଅଂଚଳର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ 500 କ୍ଷମତା ବିଶିଷ୍ଟ ଏହି ବହୁମୁଖୀ ପ୍ରକୋଷ୍ଠ ନିର୍ମାଣ କରାଯାଇଛି I ଯାହାକି ଅଞ୍ଚଳ ବାସୀଙ୍କ ବିଭିନ୍ନ କାର୍ଯ୍ୟରେ ଆସିବ I ବିବାହ, କିମ୍ବା ଅନ୍ୟ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ବୋଲି ବିଧାୟକ ତ୍ରିପାଠୀ ମତ ରଖିଥିଲେ I ଏହାସହ ଏହି ବହୁମୁଖୀ ପ୍ରକୋଷ୍ଠକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଯିବ ବୋଲି କହିଥିଲେ I ଏହାସହ ଆଗାମୀ ଦିନରେ ପ୍ରକୋଷ୍ଠ ଚାରିପଟେ ବାଉଣ୍ଡାରୀ ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା କରାଯିବ ବୋଲି କହିଥିଲେ I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ପୌରପରିଷଦ ନିର୍ବାହୀ ଅଧିକାରୀ ମାନସ ମଲ୍ଲିକ, ମିଶ୍ର ମୁଣ୍ଡା, ମାୟରାମ ବାର୍ଲା ପ୍ରମୁଖଙ୍କ ସହ ସହର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ଝାରସୁଗୁଡା ବ୍ଲକ ମଣ୍ଡଳ ସଭାପତି ହେମରଞ୍ଜନ ସିଂ, ବିବେକ ଶ୍ରୀବାସ ଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ I