ଏହା ଓଡ଼ିଶାରେ ବଣ, ଜଙ୍ଗଲ, ଗାଁ ଓ ସହରରେ ମଧ୍ୟ ଦେଖିବାକୁ ମିଳେ । ଫଳ ଦେଖିବାକୁ ଲମ୍ବା କାଠି ଦେହରେ ଦୁଇ କଡ଼ରେ ଛୋଟ ଛୋଟ ପୋକ ବସିଲା ଭଳି । ଫଳରେ ଆଁଶୁ ଥିବା ହେତୁ ଏହା ଲୁଗାରେ ଲାଗିଯାଏ ଏବଂ ଦେହରେ ମଧ୍ୟ ଲାଗିଯାଇ ଗଲୁ କରେ । ମୁଣ୍ଡ ବ୍ୟଥା ଓ ଅଧକପାଳୀ : ଅପମାରଙ୍ଗ ମଂଜିକୁ ଶୁଖାଇ ଗୁଣ୍ଡ କରି ଶୁଙ୍ଘିଲା ମାତ୍ରେ […]

ଅଁଳାଗଛ ଓଡ଼ିଶାର ଉଦ୍ୟାନ ଓ ପାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଗାଁମାନଙ୍କରେ ମଧ୍ୟ ଏହି ଗଛ ଦେଖିବାକୁ ମିଳେ । ଏହି ଗଛକୁ କାର୍ତ୍ତିକ ମାସ ଅଁଳା ନବମୀ ଦିନ ସ୍ତ୍ରୀ ଲୋକମାନେ ପୂଜା କରନ୍ତି । କେତେକ ମଧ୍ୟ ପ୍ରତିଦିନ ପୂଜା କରନ୍ତି । ଏହାର ଫୁଲ, ଫଳ, ଛେଲି, ଚେର, ପତ୍ର ସବୁଥିରେ ଔଷଧୀୟ ଗୁଣ ଭରପୁର ରହିଅଛି । ତେଣୁ ଏହାକୁ ଅମୃତ ଫଳ […]

ଆଖୁ ଭାରତ ବର୍ଷର ମୁଖ୍ୟ ଫସଲ ଅଟେ । ଆଖୁକୁ ପ୍ରାୟ ସମସ୍ତେ ଜାଣନ୍ତି ଯେ ଏଥିରୁ ଗୁଡ଼, ଚିନି, ମିଶ୍ରୀ ପ୍ରଭୃତି ପ୍ରସ୍ତୁତ କରାଯାଏ । କିନ୍ତୁ ଖୁବ୍‍ କମ୍‍ ଲୋକ ଜାଣନ୍ତି ଯେ ଏଥିରେ ଅନେକ ଗୁଡ଼ିଏ ଔଷଧୀୟ ଗୁଣ ଅଛି ବୋଲି । ତାହା ନିମ୍ନରେ ଦିଆଗଲା ମୁଣ୍ଡବ୍ୟଥା: ଗୁଡ଼ ୧୦ ଗ୍ରାମ ଓ ରାଶି ୬ ଗ୍ରାମକୁ କ୍ଷୀରରେ ବାଟି ଏଥିରେ ୬ ଗ୍ରାମ […]

ହଳଦୀର ସ୍ଥାନ ରୋଷେଇ ଘରେ ବ୍ୟବହୃତ ହେଉଥିବା ମସଲାମାନଙ୍କ ମଧ୍ୟରେ ଅନ୍ୟତମ । କୌଣସି ମାଙ୍ଗଳିକ କାର୍ଯ୍ୟ ହଳଦୀ ବିନା ପୂରା ହୁଏ ନାହିଁ । ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାକୁ ବ୍ୟବହାର କରାଯାଏ, ହଳଦୀ ଗଛ ୨-୩ ଫୁଟ ଉଚ୍ଚ ଓ ପତ୍ରର ଲମ୍ବ ୧-୨ ଫୁଟ ହୋଇଥାଏ । ପତ୍ରକୁ ମକଚି ଶୁଘିଂଲେ ହଳଦୀର ବାସନା ହୁଏ । ହଳଦୀ ଗଛର କନ୍ଦକୁ ହଳଦୀ ରୂପରେ ବ୍ୟବହାର […]

ଘି କୁମାରୀ ପ୍ରାୟ ସବୁଆଡ଼େ ମିଳିଥାଏ । ପତ୍ରଗୁଡ଼ିକ ମୋଟା ଖଣ୍ଡା ପରି । ଦୁଇଧାର କଣ୍ଟାଯୁକ୍ତ । ପତ୍ରକୁ ଭାଙ୍ଗିଲେ ବହଳିଆ ଶୀତଳ ରସ ବାହାରେ । ଏହାର ପତ୍ର ୧-୨ ଫୁଟ ଲମ୍ବା ଓ ଦୁଇ ଇଞ୍ଚ ଚଉଡ଼ା ହୋଇଥାଏ । ଘି କୁମାରୀ ମଝିରୁ ଲମ୍ବା ଫୁଲ ବାହାରିଥାଏ । ଫୁଲର ରଙ୍ଗ ହଳଦିଆ ମିଶାଲାଲ୍‍ ହୋଇଥାଏ । ପୋଡ଼ା ଘା’: ଘିକୁମାରୀ ରସ ପୋଡ଼ା […]

ଗଙ୍ଗଶିଉଳୀ ଏକ ପରିଚିତ ବହୁ ବର୍ଷୀୟ ବୃକ୍ଷ । ଏଥିରେ ଶରତ ଋତୁରେ ଧଳା ରଙ୍ଗର ସୁବାସିତ ଫୁଲ ଫୁଟେ । ଏହାର ପତ୍ର ପିତା ଲାଗେ । ଗଙ୍ଗଶିଉଳୀ ଫୁଲ ରାତିରେ ଫୁଟିଥାଏ, ଦିନରେ ଖରା ଆସିଲେ ଅଧିକାଂଶ ଫୁଲ ଝଡ଼ିପଡେ । ତେଣୁ ଏହି ଫୁଲକୁ ତଳୁ ଗୋଟାଇ ପାଣିରେ ଧୋଇ ପୂଜାରେ ଲଗାଯାଇଥାଏ । ଏହାର ମୂଳ, ଛେଲି, ପତ୍ର ଓ ଫୁଲକୁ ଔଷଧ ରୂପେ […]

କାଗେଜୀ ଲେମ୍ବୁ ସହିତ ସମସ୍ତେ ପରିଚିତ । ଲେମ୍ବୁରେ ଭିଟାମିନ୍‍ ‘ସି’ ପ୍ରଚୁର ମାତ୍ରାରେ ଅଛି ଓ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଉନ୍ମାଦ: ଲେମ୍ବୁ ରସକୁ ମଥାରେ ଲେପଦେଲେ ଉନ୍ମାଦ ଓ ପାଗଳପଣ ଦୂର ହୋଇଥାଏ । ମୁଣ୍ଡ ବିନ୍ଧା: ଲେମ୍ବୁକୁ ଦୁଇଫାଲ କରି କାଟି ନିଆଁରେ ସେକି କାନ ମୁଣ୍ଡାରେ ସେକ ଦେଲେ କିଛି ସମୟରେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ । କେଶ […]

ବଣ ଯୁଆଣୀ ସବୁ ଜାଗାରେ ମିଳିଥାଏ । ବିଶେଷ କରି ଶୀତଋତୁ ଆରମ୍ଭରେ ଏହା ଦେଖିବାକୁ ମିଳିଥାଏ । ଏହି ଗଛ ଦେଖିବାକୁ ଯୁଆଣୀ ଗଛପରି । ଏହାର ଉଚ୍ଚତା ୧-୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଶୁଖିଲା କାଶ: ବଣ ଯୁଆଣୀକୁ ପାନରେ ରଖି ଚୁଚୁମିଲେ ଶୁଖିଲା କାଶ ଭଲ ହୋଇଥାଏ । ଶ୍ୱାସରୋଗ: ବଣ ଯୁଆଣୀ ୩-୬ ଗ୍ରାମ ମାତ୍ରାର ପାଣି ସହିତ ଦିନରେ ୩ ଥର […]