ଆମ ଦେଶରେ ସରକାରୀ ଡାକ୍ତରଖାନା ଗୁଡିକ ର ମାନ ଏତେ ନୀଚ ସ୍ତରରେ ଅଛି ଯେ ଲୋକେ ବାଧ୍ୟ ହୋଇ ବେସରକାରୀ ଡାକ୍ତରଖାନା କୁ ଯେତେ ଖର୍ଚ୍ଚ ହେଉଛି ପଛେ ହେଉ ନିଜର ରୋଗୀ ଟି କୁ ଭଲ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜର ଜମି ବିକି ,ଘର ବନ୍ଧା ରଖି ସର୍ବସ୍ବାନ୍ତ ହେଉଛନ୍ତି । ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା । କେନ୍ଦ୍ର ସରକାର ଏକ ଆୟୁଷ୍ମାନ ଯୋଜନା ଅନୁସାରେ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତାଲିକାର ଲୋକ ମାନଙ୍କୁ ଏହାର ସୁବିଧା ସୁଯୋଗ ମିଳି ପାରିବ। ସରକାରୀ ସ୍ତରରେ ସେପରି କୌଣସି ଆଖି ଦୃଷ୍ଟିଆ ସ୍ବାସ୍ଥ୍ୟ ବୀମା ଯୋଜନା ଆମ ଦେଶରେ ନାହିଁ ତା ଛଡା ୭୦ ବର୍ଷ ଆଗରୁ ଯଦି ଜଣେ ସ୍ବାସ୍ଥ୍ୟ ବୀମା କରିଥିବ ତେବେ ସେ ତାହାର ସୁବିଧା ସୁଯୋଗ ପାଇପାରିବ କିନ୍ତୁ ପ୍ରକୃତ ସ୍ୱାସ୍ଥ୍ୟ ର ଅବନତି ତ ୬୫ ବର୍ଷ ରୁ ହିଁ ଆରମ୍ଭ ହୁଏ ସେତେବେଳେ ଆଉ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାହିଁଲେ ତାହା ପାଇଁ ଏତେ ଅଧିକ ମାତ୍ରାରେ ବୀମା ପାଇଁ ପଇସା ଦେବାକୁ ପଡ଼ିବ ଯେ ତାହା କରିବା ଅତ୍ୟନ୍ତ କଷ୍ଟକର । ସହର ହେଉ ବା ଗାଁ ହେଉ ସବୁଠାରୁ ଅଧିକ ଅସୁବିଧା ରେ ପଡନ୍ତି ମଧ୍ୟବିତ୍ତ ପରିବାର ଓ ଗରିବ ପରିବାର ର ଲୋକେ । ପ୍ରାୟ ୬୦% ଲୋକେ ନିଜର ସମ୍ବଳ ଉପରେ ନିର୍ଭର କରି ଚିକିତ୍ସା ଆରମ୍ଭ କରନ୍ତି ଓ ଶେଷରେ ଅନ୍ୟ ଉପାୟ ନ ପାଇ ବନ୍ଧୁ ବାନ୍ଧବ,ସାଙ୍ଗ ସାଥି ମାନଙ୍କ ଠାରୁ ବା ସାହୁକାର ଠାରୁ ସୁଧରେ ଟଙ୍କା ନିଅନ୍ତି କାରଣ ସରକାରୀ ଡାକ୍ତରଖାନା ଗୁଡିକ ରେ ଡାକ୍ତର ମାନେ ରୋଗୀଙ୍କ ଠିକ୍ ସେବା କରିବାକୁ କୁଣ୍ଠାବୋଧ କରନ୍ତି ,ହତଗୁଞ୍ଜା ନ ଦେଲେ ରୋଗୀ ପାଖକୁ ଆସନ୍ତି ନାହିଁ । କେନ୍ଦ୍ର ସରକାର ବା ରାଜ୍ୟ ସରକାର ମାନଙ୍କ ର ତାଙ୍କ ରାଜ୍ୟରେ ଥିବା ବେସରକାରୀ ଡାକ୍ତରଖାନା ଗୁଡିକ ଉପରେ କୌଣସି କଟକଣା ନାହିଁ । ଆମ ଦେଶରେ ଲୋକ ମାନେ ବାର୍ଷିକ ସ୍ଵାସ୍ଥ୍ୟଗତ ଖର୍ଚ୍ଚ ରେ ୧୨% ରୁ 17% ହାରରେ ଅଭିବୃଦ୍ଧି ହୋଇ ପ୍ରତିବର୍ଷ 5.5 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଆସୁଛନ୍ତି । ବହୁତ୍ ଲୋକ ସ୍ବାସ୍ଥ୍ୟ ବୀମା କଣ ବୋଲି ଜାଣନ୍ତି ନାହିଁ।ତାହାର ମୁଖ୍ୟ କାରଣ ହେଲା ଯେ ଗାଁ ମାନଙ୍କରେ ଏହାର ଉପଯୁକ୍ତ ପ୍ରସାର ଓ ପ୍ରଚାର ନାହିଁ । ଓଡ଼ିଶା ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ପ୍ରତିଟି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତାଲିକାର ଲୋକ ମାନଙ୍କୁ ଓଡ଼ିଶାର ଅନେକ ବେସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠା ଯାଉଛି ଓ ଅନେକ ଲୋକଙ୍କୁ ଓଡ଼ିଶାରେ ନ ହେଲେ ଓଡ଼ିଶା ବାହାରେ ଅନେକ ବେସରକାରୀ ଡାକ୍ତରଖାନା କୁ ପଠାଇବାର ବ୍ୟବସ୍ଥା ଅଛି । କିନ୍ତୁ ଯେହେତୁ ସରକାରୀ ଡାକ୍ତରଖାନା ଖାଲି ସଜାଇହୋଇ ରହିଛି କିନ୍ତୁ ଉତ୍କୃଷ୍ଟ ଚିକିତ୍ସା ର ଘୋର ଅଭାବ। ଆମ ସରକାର ଙ୍କ ଏହି ରୋଗୀ ମାନଙ୍କୁ ମାଗଣା ରେ ବାହାରେ ଚିକିତ୍ସା ବାବଦ ରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କାହିଁକି ସବୁ ସରକାରୀ ଡାକ୍ତରଖାନା ଗୁଡିକ ଉଚ୍ଚ ମାନର ଚିକିତ୍ସା ବ୍ୟବସ୍ଥା କରାଯାଇ ପାରିବ ନାହିଁ। ମେଡିକାଲ କଲେଜ ଗୁଡିକରେ ସ୍ଥାନ ସଂଖ୍ୟା ବୃଦ୍ଧି ହେବା ନିହାତି ଜରୁରୀ ଅଟେ ଓ ଆଡ଼ମିଶନ ଦିନରୁ ଛାତ୍ର ,ଛାତ୍ରୀ ମାନଙ୍କୁ ଚୁକ୍ତିବଦ୍ଧ ହେବା ଦରକାର ଯେ ଏଠାରୁ ପାସ କରିବା ପରେ ସେମାନେ ନିହାତି କମରେ ଓଡ଼ିଶାରେ 6 ବର୍ଷ ସରକାରୀ ଡାକ୍ତରଖାନା ଗୁଡିକ ଯାହାକି ଉପାନ୍ତ ଅଞ୍ଚଳରେ ଅଛି ସେଠାରେ କାର୍ଯ୍ୟରତ ହେବେ ଅନ୍ୟଥା ସେମାନଙ୍କୁ ସାର୍ଟିଫିକେଟ ମିଳିବ ନାହିଁ । ଦେଶର ପ୍ରତିଟି ନାଗରିକ ମାନଙ୍କୁ ସେମାନଙ୍କ ଆୟ ହିସାବରେ ସରକାରୀ ସ୍ବାସ୍ଥ୍ୟ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ଉଚିତ୍ । କେନ୍ଦ୍ର ସରକାର ବା ରାଜ୍ୟ ସରକାର କରିଥିବା ସ୍ବାସ୍ଥ୍ୟ ଯୋଜନା ଅନୁସାରେ ଯେଉଁ ମାନେ ସରକାରୀ ବା ବେସରକାରୀ ଚାକିରି ରୁ ଅବସର ନେଇ ପେନସନ ପାଉଥିଇବେ ସେମାନେ ସରକାରୀ ସ୍ବାସ୍ଥ୍ୟ ଯୋଜନା ର ସୁବିଧା ସୁଯୋଗ ପାଇବେ ନାହିଁ । ଏଠାରେ ଆଉ ଗୋଟିଏ କଥା ପ୍ରଶ୍ନ ଉଠୁଛି ଯେ ସମସ୍ତେ ମୋଟ ଅଙ୍କର ପେନସନ ପାଉନାହାନ୍ତି କିନ୍ତୁ ରୋଗ ସମସ୍ତ ଙ୍କୁ ହେଉଛି । ଓଡ଼ିଶା ସରକାର ଦୀର୍ଘ ବର୍ଷ ଧରି ଓଡ଼ିଶାର ବଡ ଡାକ୍ତରଖାନା ମଧ୍ୟରୁ କେବଳ କଟକ ଡାକ୍ତରଖାନା ର ରୂପାନ୍ତରିତ କାର୍ଯ୍ୟକ୍ରମ ଚାଲୁଛି ଯେ ତାହା ଆଜି ପର୍ଯ୍ୟନ୍ତ ସରୁନାହିଁ।ଯାହା କି ଏକ ପରିତାପ୍ ର ବିଷୟ ।କଟକ ଡାକ୍ତରଖାନା କୁ ଛାଡି ଦେଲେ ଓଡ଼ିଶାରେ ଆଉ ଦୁଇଟି ବଡ ଓ ଲୋକଙ୍କ ବିଶ୍ୱାସ କରାଯିବା ଡାକ୍ତରଖାନା ହେଉଛି ବ୍ରହ୍ମପୁର ଓ ବୁର୍ଲାରେ ଥିବା ମେଡିକାଲ କଲେଜ।ଏସବୁ ସତ୍ତ୍ୱେ ଆହୁରି କେତେକ ସରକାରୀ ଡାକ୍ତରଖାନା ଓ କଲେଜ ଓଡ଼ିଶାରେ ଅଛି କିନ୍ତୁ ସେ ଗୁଡ଼ିକ ପ୍ରତି ଲୋକଙ୍କ ଏତେ ପରିମାଣରେ ବିଶ୍ବାସ ନାହିଁ । ଓଡ଼ିଶାରେ 70% ଲୋକେ ନୀଚ ମାନର ହେଲେ ମଧ୍ୟ ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରନ୍ତି ଆର୍ଥିକ ଦୃଷ୍ଟକୋଣରୁ। ସରକାରୀ ଡାକ୍ତରଖାନା ଗୁଡିକୁ କେବେବି କୌଣସି ରାଜନୈତିକ ଲୋକ ବା ସରକାରୀ ଉଚ୍ଚ ପଦାଧିକାରୀ ଚିକିତ୍ସା ପାଇଁ ଯାଆନ୍ତି ନାହିଁ ଏପରିକି ସେମାନେ ଖୁବ୍ କମ୍ ବୁଲନ୍ତି । କେନ୍ଦ୍ର ସରକାର ଦାୱା ଇଣ୍ଡିଆ ଓ ଜେନେରିକ ଔଷଧ ବ୍ୟବହାର ପାଇଁ ଲୋକଙ୍କୁ କହୁଛନ୍ତି କିନ୍ତୁ ଡାକ୍ତର ମାନେ ସେସବୁ ଔଷଧ ବ୍ୟବହାର ପାଇଁ ଲୋକମାନଙ୍କୁ କିଛି କହନ୍ତି ନାହିଁ କାରଣ ଯଦିଓ ଏହି ଦୁଇ କମ୍ପାନୀ ର ଔଷଧ ର ଦାମ୍ ସାଧାରଣ ଦୋକାନ ଠାରୁ ଯଥେଷ୍ଟ କମ କିନ୍ତୁ ଅସଲ କଥା ହେଲା ଏହି ଔଷଧ ଗୁଡ଼ିକ ଅନେକ ସମୟରେ ଠିକ୍ ଭାବରେ କାର୍ଯ୍ୟ କରନ୍ତି ନାହିଁ। ବିପିଏଲ ତାଲିକାଭୁକ୍ତ ମାନଙ୍କୁ ଛାଡ଼ି ଦେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ରାଜ୍ୟର ସାଧାରଣ ବେତନ ଭୋଗୀ କର୍ମଚାରୀ,ଅବସରପ୍ରାପ୍ତ କର୍ମଚାରୀ ,ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର,ଛୋଟ ବ୍ୟବସାୟୀ ଏହି ଯୋଜନା ରେ ସାମିଲ ନୁହନ୍ତି । ଏମାନଙ୍କ ପାଇଁ ନିଶ୍ଚିତ ଭାବରେ ସ୍ବାସ୍ଥ୍ୟ ବୀମା ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ପ୍ରାୟ 16,50,472 ଲୋକଙ୍କ ପାଇଁ 19 ରୁ 23 ଭିତରେ 3550/ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ସରକାରୀ ସ୍ତରରେ ଯଦି ରାଜ୍ୟ ବାସୀ ଙ୍କୁ ବୟସ,ଆର୍ଥିକ ସ୍ଵଚ୍ଛଳତା ,ଲିଙ୍ଗ ,ସାମାଜିକ ନିର୍ଭରଶୀଳତା ଇତ୍ୟାଦି ଆଧାର ରେ ବିଭକ୍ତ କରାଯାଇ ଏହାର ଏକ ମାନଦଣ୍ଡ ପ୍ରସ୍ତୁତ କରାଯାଇ ସମସ୍ତ ଙ୍କୁ ସ୍ବାସ୍ଥ୍ୟ ବୀମା ଅନ୍ତରର୍ଭୁକ୍ତ କରା ଯାଆନ୍ତା ତେବେ ସାରା ଓଡ଼ିଶା ବାସୀ ଉପକୃତ ହୁଅନ୍ତେ । କିନ୍ତୁ ଏଠାରେ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଓ ସଂଘାତିକ ଅଭିଯୋଗ ଆସୁଛି ଯେ ରୋଗୀ ର ପ୍ରକୃତ ଯେତିକି ରୋଗ ହୋଇ ଥାଏ ଯଦି ତାର ସ୍ବାସ୍ଥ୍ୟ ବୀମା ଥାଏ ତେବେ ବୀମା କମ୍ପାନୀ ଓ ଡାକ୍ତରଖାନା ପ୍ରଶାସନ ଦୁହିଁଙ୍କୁ ମଧୁ ଚନ୍ଦ୍ରିକା ରେ ରୋଗିର ପ୍ରକୃତ ରୋଗ ଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ ହେଉଛି ଦେଖାଇ ରୋଗୀର ଖର୍ଚ୍ଚ ବାବଦ ରେ ଲକ୍ଷ ଲକ୍ଷ ଟଙ୍କା ମାରି ଦିଅନ୍ତି । ଏପରି କରିବାରେ ସେମାନଙ୍କର କୌଣସି ଦ୍ୱିଧା ନ ଥାଏ। ଏସବୁ ନିତ୍ୟାନ୍ତ ବନ୍ଦ୍ ହେବା ଉଚିତ୍ ଓ ରୋଗୀ ଡାକ୍ତରଖାନା ରେ ଭର୍ତ୍ତି ହେଲେ ତା ପାଇଁ ଏକ କମିଟି ଗଠନ କରି ରୋଗ ର ପ୍ରକାର ଭେଦ ଭାବରେ ତର୍ଜମା କରି ବୀମା କମ୍ପାନୀ ଯେପରି ଅଧିକ ଟଙ୍କା ନ ନେଇ ଯାଏ ସେଥିପ୍ରତି ଯତ୍ନବାନ ହେବା ଉଚିତ୍ ଓ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରତିବର୍ଷ ସିଧାସଳଖ ଅନେକ ଟଙ୍କା ଖର୍ଚ୍ଚ ନ କରି ଯଦି ଏକ ବୀମା ନିଗମ କରି ତା ମାଧ୍ୟମ ରେ ଖର୍ଚ୍ଚ କରା ଯାଆନ୍ତା ତେବେ ରାଜ୍ୟ ରାଜକୋଷ ଉପରୁ ଅନେକ ଚାପ୍ କମାଇ ହୁଅନ୍ତା ଓ ରାଜ୍ୟର ସମସ୍ତେ ବୀମାଭୁକ୍ତ ହୋଇ ପାରନ୍ତେ । ବ୍ୟକ୍ତିଗତ ଭାବରେ ଯାହାର ଆୟ ଯେପରି ଭାବରେ ଥାଉନା କାହିଁକି କିନ୍ତୁ ଯଦି ରାଜ୍ୟ ସରକାର ଙ୍କ ସମସ୍ତ ରାଜ୍ୟ ବାସୀ ଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ଯେଗାଇ ଦେବା ସରକାରଙ୍କ ଏକ ସାମ୍ବିଧାନିକ ନିୟମ ଓ ଦାୟିତ୍ଵ । ଯଦି ଏହି ନିୟମ କଡ଼ା କଡି ଭାବରେ ଲାଗୁ ହୁଏ ତେବେ ଲୋକେ ବେସରକାରୀ ଡାକ୍ତରଖାନା ଛାଡ଼ି ସରକାରୀ ଡାକ୍ତରଖାନା ଗୁଡିକ ଉପରେ ନିର୍ଭର କରନ୍ତେ ।
ପ୍ରଦୀପ୍ତ କୁମାର କର ,ପ୍ଲଟ ନଂ 25,ସୂର୍ଯ୍ୟ ନଗର , ଭୁବନେଶ୍ୱର, 9861075404