‘ମିସେସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଅଡିସନ୍

ଟେଷ୍ଟ

ଭୁବନେଶ୍ୱର : ଆଜି  ଖାରବେଳ ନଗରସ୍ଥିତ ଏଚ୍ଏଚ୍ଆଇ  ହୋଟେଲ ପରିସରରେ ‘ମିସ୍ ଇଣ୍ଡିଆ ୟୁନିଭର୍ସ’ ସିଜିନ୍-୩ ପାଇଁ ଜୋନାଲ୍ ଅଡିସନ୍ ଟେଷ୍ଟ ହୋଇଯାଇଛି ।

୨୦ ରୁ ୩୫ ଏବଂ ୩୫ ରୁ ୫୫ବର୍ଷ ବୟସ; ଏମିତି ଦୁଇଟି ବର୍ଗର ପ୍ରତିଯୋଗୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବିବାହିତ ମହିଳାମାନଙ୍କ ପାଇଁ ଏହା ଥିଲା ଏକ ଉପାଦେୟ ଆୟୋଜନ ।

ଅନ୍ୟୁନ ୪୦ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣ ସୁନ୍ଦରୀଙ୍କୁ ମନୋନୀତ କରାଯାଇଥିଲା ।

ତୁଷାର ଧଲିୱାଲ, ଅର୍ଚ୍ଚନା ତୋମେର, ବର୍ଷା ପ୍ରିୟଦର୍ଶିନୀ, ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ରୂପସୀ ୱାଧାଓନ୍ ସୁଖପ୍ରୀତ୍ କୌର ପ୍ରମୁଖ ଅଭିନେତା, ଉପସ୍ଥାପକ ଓ ମଡେଲ ମାନେ ଏହି ପ୍ରତିଯୋଗୀତାର ବିଚାରକ ଭାବେ ଉପସ୍ଥିତ ଥିଲେ ।

ଫ୍ରାନ୍ଚାଇଜ୍ ଓନର ଅଫ ହେଡ୍ ଟର୍ଣ୍ଣର ସାଲୋନ୍ର ଷ୍ଟେଟ୍ ଡାଇରେକ୍ଟର ଅଫ ଓଡିଶା ଏସ୍. ଝୁଣ୍ଟି ହୋତା କହିଥିଲେ, ଏବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରାୟ ସବୁକ୍ଷେତ୍ରରେ ଓଡିଆ ମହିଳାମାନେ ସଫଳତା ପାଉଛନ୍ତି ।

‘ମିସ୍ ଇଣ୍ଡିଆ ୟୁନିଭର୍ସ’ କଣ୍ଟେଷ୍ଟରେ ସର୍ବଭାରତୀୟ ସ୍ତରରେ ଦିଲ୍ଲୀରେ ପ୍ରଥମ, ଜୟପୁରରେ ଦ୍ୱିତୀୟ ଏବଂ ମରିସସ୍ ତୃତୀୟ ସ୍ଥାନ ଅଧିକାର କରି ଓଡିଆ ସୁନ୍ଦରୀ ମାନେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

ମହିଳାମାନେ ଗୃହିଣୀ ଭାବେ ଘରର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ସହ ଯଦି ଶାରୀରିକ ସୌନ୍ଦର୍ଯ୍ୟ ଓ ମାନସିକ ଦକ୍ଷତାରେ ଅଗ୍ରଣୀ ଅଛନ୍ତି ତେବେ ସୋମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ।

ମିସ୍ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ସୁନ୍ଦରୀ ପ୍ରତିଯୋଗୀତାର କ୍ରିଏଟିଭ୍ ହେଡ୍ ଭାବେ ଭୂମିକା ନିର୍ବାହ କରିଥିଲେ ପ୍ରଣୟ ଜେଠୀ ।

Categories
FILM
Newsroll

RELATED BY

  • Filmmaker Jitendra Mishra

    Delhi based, Odisha born Film producer & Siffcy festival director Jitendra Mishra is selected jury for the prestigious European Children Film Association (ECFA) again this year. This time he...
  • “ବିଶ୍ୱରୂପ” ଓଡ଼ିଆ ସିନେମାର

    “ବିଶ୍ୱରୂପ” ଓଡ଼ିଆ ସିନେମାର ଓଡ଼ିଓ ରିଲିଜ୍ ଆଜି ଭୁବନେଶ୍ଵର ସ୍ଥିତ ହୋଟେଲ ପୁଷ୍ପକ ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ବିଶ୍ଵଜିତ୍ ମିଶ୍ର, ନିର୍ଦ୍ଦେଶକ ସୋରଜ କାନ୍ତ, ଅଭିନେତା ବିଶ୍ଵରୂପ, ଅଭିନେତ୍ରୀ ଅମ୍ରିତା ସହିତ ଅନେକ କଳାକାର...
  • ଏଇ ଆମ ପ୍ରେମ କାହାଣୀ

     “ଏଇ ଆମ ପ୍ରେମ କାହାଣୀ”  ସହ “ଜଙ୍ଗଲ୍ ରାଜ୍”  ଦୁଇଟି ଚଳଚ୍ଚିତ୍ରର ନିର୍ମାଣକାର୍ଯ୍ୟ ସମାନ୍ତରାଳ ଭାବରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସନ୍ତା ପୂଜାରେ ଏହା ମୁକ୍ତିଲାଭ କରିବ ।    “ଜଙ୍ଗଲ ରାଜ” ସିନେମା  :  କାହାଣୀ,...
  • ଓଡ଼ିଆ ସିନେମା “ବାବୁ ଭାଇଜାନ୍”

    ଓଡ଼ିଆ ସିନେମା “ବାବୁ ଭାଇଜାନ୍”ର ଶୁଭ ମହୁରତ ଉତ୍ସବ ଆଜି ଇନଫୋସିସ୍ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ମହୁରତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶିବାନୀ, ନିର୍ଦ୍ଦେଶକ ତାପସ ସଗରିଆ, ବବି ମିଶ୍ର ,ଅଭିନେତ୍ରୀ ବିଦୁସ୍ମିତା ସହିତ ସିନେମାର ଅନେକ...