ଭୁବନେଶ୍ୱର : ଓଡ଼ିଶାର ଦୁଇ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି । ବରଗଡ ରୋଡ ଓ ନୂଆପଡା ରୋଡ ୧୩୮କିମି ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨ହଜାର ୯୨୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଲାଇନ ହେବା ପରେ ବରଗଡରୁ ରାୟପୁରକୁ ଯୋଗାଯୋଗ ସହଜ ହେବ । ସେହିପରି ସୁନ୍ଦରଗଡ ଜିଲ୍ଲା ସରଡେଗା ରୁ ଛତିଶଗଡର ଭଲୁମୁଡାକୁ ୩୭କିମି ନୂଆ ଡବଲ ଲାଇନ ପାଇଁ ଖର୍ଚ୍ଚ ୧୩ଶହ ୬୦କୋଟି ବ୍ୟୟ ପରାଦ କରାଯାଇଛି । ସେହିପରି ଜାମସେଦୁର-ଆସାନସୋଲ ମଧ୍ୟରେ ୧୨୧କିମି ଲମ୍ବ ତୃତୀୟ ଲାଇନ ପାଇଁ ୨୧୭୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ନୂଆ ରେଳ ପ୍ରକଳ୍ପ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ସହ ଯାତ୍ରାକୁ ସହଜ କରିବ । ଓଡ଼ିଶାର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । ଓଡ଼ିଶାର ରେଳ ବିକାଶ ପାଇଁ ୪୨୩୪କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଓଡିଶାର ସାମଗ୍ରିକ ଓ ତ୍ୱରାନ୍ୱିତ ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ସାମଲ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପୂରଣ କରିବ । ନୂତନ ରେଳ ପକଳ୍ପ ଯୋଗୁଁ ଓଡ଼ିଶା ଆର୍ଥକ ବିକାଶ ସୁଦୃଢ ହୋଇପାରିବ । ବିଶେଷଭାବେ ପଶ୍ଚିମଓଡ଼ିଶା ଅଂଚଳରେ ଗମନାଗମନ ସୁଦୃଢ଼ ହେବା ସହ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିବ । ଏଥି ସହ ବନ୍ୟଜାତ ଦ୍ରବ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପହଂଚାଯାଇ ପାରିବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ରାଜ୍ୟରେ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତ୍ୱରାନ୍ୱିତ ହେବ । ବାସ୍ତବରେ ରାଜ୍ୟରେ ରୋଜଗାର ଓ ସ୍ୱରୋଜଗାର କାରଣରୁ ଲକ୍ଷାଧିକ ଓଡିଆ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପଗୁଡିକ ନିର୍ମାଣ ସମୟରେ ପ୍ରାୟ ୧କୋଟି ୧୪ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରେ ଓଡିଶାର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ମାତ୍ର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହେଉଥିଲା । ମାତ୍ର ଏବେ ଓଡ଼ିଶାରେ “ଡବଲ ଇଞ୍ଜିନ୍ ସରକାର ଗଠନ” ହୋଇଥିବାରୁ ସମସ୍ତ ବାଧା ଦୂର ହୋଇଛି । ଓଡିଶାର ବିକାଶକୁ କେହି ଅଟକାଇପାରିବେ ନାହିଁ । ଓଡ଼ିଶା ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଖିଥିôବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।