ରାଧାମୋହନଙ୍କ ଗଳ୍ପଗ୍ରନ୍ଥ “ମୋ ବନ କାହାଣୀ ଓ ଜନ କଥାଣୀ” ଲୋକାର୍ପିତ ।

କଟକ : ସୋମବାର ଦିନ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା,କଟକ ଆନୁକୂଲ୍ୟରେ ଓୖପନ୍ୟାସିକ ରାଧାମୋହନ ମହାପାତ୍ରଙ୍କ ଗଳ୍ପଗ୍ରନ୍ଥ “ମୋ ବନ କାହାଣୀ ଓ ଜନ କଥାଣୀ” ସଂସ୍କୃତି ପ୍ରାଣକେନ୍ଦ୍ର କଟକସ୍ଥିତ କଳା ବିକାଶ କେନ୍ଦ୍ରଠାରେ ଲୋକାର୍ପିତ ହୋଇଯାଇଛି । ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.ଏସ୍ ନାଇଡୁ, ପୂର୍ବତନ ସାଂସଦ ତଥା ଯୋଜନା ବୋର୍ଡର ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବାରବାଟି,କଟକ ବିଧାୟକ ମହମ୍ମଦ ମୋକିମ୍, ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ, ସୁନାମଧନ୍ୟ ଚିକିତ୍ସକ ଡାକ୍ତର ଗୋପାଳ କର ଏବଂ ସମାଜସେବୀ ଶ୍ରୀମତି ଗାୟତ୍ରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଚାରପତି ଶ୍ରୀ ନାଇଡ଼ୁ କହିଲେ ଯେ ବହିର ବିକଳ୍ପ ନାହିଁ । ଯେଉଁ ସମାଜରେ ଅଧିକ ପୁସ୍ତକ ପ୍ରକାଶିତ ହୁଏ, ତାର ସ୍ଥାନ ଉଚ୍ଚରେ । ସାହିତ୍ୟ ସମାଜକୁ ପୁଷ୍ଟ କରିଥାଏ । ବିନା ସାହିତ୍ୟରେ ସମାଜ ତିଷ୍ଟି ପାରେ ନାହିଁ । ବିନା ସମାଜରେ ସାହିତ୍ୟର ସ୍ଥିତି ମଧ୍ୟ ଅସମ୍ଭବ । ସାହିତ୍ୟ ଓ ସମାଜ ଉଭୟେ ଉଭୟର ପରିପୂରକ । ଅତିଥିମାନେ ଶ୍ରୀ ରାଧାମୋହନ ମହାପାତ୍ରଙ୍କୁ ସାହିତ୍ୟ ସାରଥୀ ଉପାଧିରେ ସମ୍ମାନିତ କରିଥିଲେ ।