୫-ଟି ପକ୍ଷରୁ ଚାଷକୁ ମଧ୍ୟ ରୂପାନ୍ତରିତ କରାଯାଉ : ଶ୍ରୀ ପ୍ରଦିପ୍ତ କୁମାର କର

ଓଡ଼ିଶା ସରକାର ଚାଷୀମାନଙ୍କୁ ଅନେକ ମାଗଣା ଯୋଜନା ,ସୁବିଧା ଯୋଜନା ରେ ସାହାଯ୍ୟ କରୁଛନ୍ତି ବୋଲି ବଡ ବଡ଼ ବିଜ୍ଞାପନ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚାଷୀ ମାନଙ୍କୁ ମଧ୍ୟ ବିଭିନ୍ନ କିସ୍ତିରେ ସହାୟତା କରି କାଳିଆ ଯୋଜନାରେ 5000/ ଟଙ୍କା ଦେଉଛନ୍ତି ତାହା କେବଳ ପାଣିରେ ପଡୁଛି ତାହାର କାରଣ ଏହି ଯେ ଓଡ଼ିଶାରେ ତଥା ଆମ ଦେଶରେ ଯେଉଁମାନେ ପ୍ରକୃତ ଚାଷୀ ସେମାନେ ଏତେ ଗରିବ ଯେ ଦିନେ ଖାଇଲେ ଦୁଇଦିନ ଓପାସ ରହନ୍ତି । ସରକାରୀ ସ୍ତରରେ ଯେଉଁ ପଇସା ଆସେ ତାହା କେବେ ତାଙ୍କ ପାଖରେ ପହଞ୍ଚେ ବା ପହଞ୍ଚେ ନାହିଁ ଯଦିଓ ଟଙ୍କା ସିଧା ବ୍ୟାଙ୍କ୍ କୁ ଯାଏ ସେଠାରୁ ମଧ୍ୟ ଦଲାଲମାନେ ଆମ ଚାଷୀମାନଙ୍କ ଅତି କମ୍ ଶିକ୍ଷାର ଫାଇଦା ଉଠାଇ ସେମାନଙ୍କୁ ଲୁଟି ନିଅନ୍ତି ବା ସେମାନେ ଆଗରୁ ଚାଷୀକୁ ତାର ଚାଷ ପାଇଁ ଦେଇଥିବା ମୌଖିକ ଋଣ ବାବଦରେ ନେଇ ଯାଆନ୍ତି । ତେଣୁ ସରକାର ଯଦି ଚାଷୀ ମାନଙ୍କୁ ଶଙ୍କର ଜାତୀୟ କଦଳୀ (ପାଚିଲା ଓ କଞ୍ଚା ) , ଆମୃତଭଣ୍ଡା , ସଜନା ଛୁଇଁ ,ସପୁରୀ ,ପଣସ ,ପିଜୁଳି ପ୍ରଭୁତି ସହିତ ଅଧିକ ଉତ୍ପାଦନ ହେଉଥିବା ସାର,ଔଷଧ ପ୍ରଭୁତି ମାଗଣାରେ ପଇସା ନ ଦେଇ ଯଦି ଏସବୁ ଯୋଗାଇ ଦିଆଯାଏ ତେବେ ସେଥିରେ ଲୋକମାନେ ଅନେକ ଲାଭବାନ ସୋଇପାରିବେ । ଏ ସବୁ ଫସଲ ଅଳ୍ପ ପରିଶ୍ରମ ରେ ଅଧିକ ଉତ୍ପାଦନ ଦିଏ । ଲୋକଙ୍କୁ ବର୍ତ୍ତମାନ ସ୍ଥିତିରେ ପନି ପାରିବା ଦର ଅନେକ ବାଧୁଛି । ଏପରି ଫଳ ଗୁଡ଼ିକ କେତେକାଂଶରେ ଚାଷୀଙ୍କ ଆସୁବିଧା ଦୂର ହୋଇ ସେମାନେ ଅଧିକ ଆତ୍ମ ନିର୍ଭର ହୋଇ ପାରିବେ ଓ ଉପଭୋକ୍ତା ବି ଫାଇଦା ଉଠାଇ ପାରିବେ । କୋଳଥ ,ବିରି ,ମୁଗ ମଧ୍ୟ ଅନେକ ଲାଭକାରୀ ଫସଲ ଏହି ଚାଷ ମଧ୍ୟ ଚାଷୀମାନଙ୍କୁ ଅନେକ ଲାଭ ପ୍ରଦାନ କରିଥାଏ । ସରକାର କୃଷି ବିଭାଗ ,ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ଓ ରାଜ୍ୟରେ ଥିବା ସବୁ ବ୍ଲକ ଜରିଆରେ ଚାଷୀମାନଙ୍କୁ ଏହି ଶଙ୍କର ଜାତୀୟ ବିହନ ଯୋଗାଇ ଦେବା ନିହାତି ଜରୁରୀ । ତା ଛଡା ସରକାରୀ ସ୍ତରରେ ଶୀତଳ ଭଣ୍ଡାର ର ଅନେକ ଆବଶ୍ୟକତା କୁ ଆଖି ଆଗରେ ରଖି ଅନେକ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିହାତି ଜରୁରୀ ଅଟେ । ଆମ ରାଜ୍ୟରେ ୫ଟି ବିଭାଗ ପକ୍ଷରୁ ଯେମିତି ମନ୍ଦିର ,ସ୍କୁଲ , କଲେଜର ରୂପାନ୍ତରିତ କାର୍ଯ୍ୟକ୍ରମ ଜୋରଦାର ଭାବରେ ଚାଲିଛି ସେହିପରି ଚାଷ କୁ ମଧ୍ୟ ରୂପାନ୍ତରିତ କରିବା ନିହାତି ଜରୁରୀ । କାରଣ ଯେଉଁ ଦେଶ ବା ରାଜ୍ୟ ଖାଦ୍ୟ ଉତ୍ପାଦନ ରେ ଯେତେ ଅଧିକ ଆଗୁଆ ସେ ଦେଶ ବା ରାଜ୍ୟ ସେତେ ଉନ୍ନତ । ଖାଲି ଘୋଷଣା ରେ କିଛି ହୁଏ ନାହିଁ । ଲୋକଙ୍କ ଉନ୍ନତି ପାଇଁ ତୃଣମୂଳ ରୁ ହିଁ ଉନ୍ନତି କରିବା ଦରକାର ।

ପ୍ରଦିପ୍ତ କୁମାର କର
ସମାଜ ବିଜ୍ଞାନୀ,
ପ୍ଲଟ ନଂ ୨୫,ସୂର୍ଯ୍ୟ ନଗର,ଭୁବନେଶ୍ୱର,ମୋବାଇଲ ନଂ : ୯୮୬୧୦୭୫୪୦୪/୯୪୩୭୦୮୪୩୧୨


ପ୍ରଦୀପ୍ତ କୁମାର କର