ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଏଏଲପି-୫ରେ ପୁରସ୍କୃତ ୧୧ ବ୍ଲକ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଚୁକ୍ତିସ୍ୱାକ୍ଷର

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର:ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଦିନ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓପନ୍ ଏକରେଜ୍ ଲାଇସେନ୍ସି ପଲିସି(ଓଏଏଲପି)ର ପଞ୍ଚମ ବିଡ଼୍ ରାଉଣ୍ଡ ଅଧୀନରେ ପୁରସ୍କାର ପ୍ରାପ୍ତ ୧୧ଟି ତୈଳ ଏବଂ ଗ୍ୟାସ ବ୍ଲକ ପାଇଁ ଚୁକ୍ତିସ୍ୱାକ୍ଷର କରିଛି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନ୍ୱେଷଣ ଏବଂ ଉତ୍ପାଦନ(ଇ ଏବଂ ପି) ସେକ୍ଟରରେ ଭାରତସରକାରଙ୍କ କ୍ରମାଗତ ବଜାର ସହଯୋଗୀ ସଂସ୍କାର ଫଳରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ମିଳିଛି ଏବଂ ଭାରତକୁ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିଛି । ଆଗାମୀ ଦିନରେ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ଉପାୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ତଥା ଦେଶର ଆମଦାନୀ ନିର୍ଭରତାକୁ ହ୍ରାସ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଏଓଲପିର ପଞ୍ଚମ ରାଉଣ୍ଡ ଅଧୀନରେ ବିଗତ ବର୍ଷ ମାନଙ୍କରେ ବ୍ଲକ ପୁରସ୍କୁତ ହେବା ନୂଆ ଅନ୍ୱେଷଣ ଲାଇସେନ୍ସିଂ ପଲିସି(ଏନଇଏଲପି) ଦିଗରେ ବୃହତ ପଦକ୍ଷେପ । ଏହି ଅବସରରେ ଶ୍ରୀ ପ୍ରଧାନ ଇ ଏବଂ ପି ବ୍ଲକର ବିଡିଂ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଇଣ୍ଡିଆନ ଅଏଲ ଏବଂ ଓଏନଜିସିକୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଦ୍ୱାରା ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନ୍ୱେଷଣ ପ୍ରକ୍ରିୟା ଏବଂ ଉତ୍ପାଦନରେ ଦ୍ରୁତ ବୃଦ୍ଧି ହେବ । ଓଏଏଲପିରେ ଏନଇଏଲପିର ସମସ୍ତ ନିୟମାବଳିକୁ ପାଳନ କରାଯାଇଛି । ପୂର୍ବରୁ ଅନ୍ୱେଷଣ ଏକ୍ରେଜରେ ୮୦,୦୦୦ ବର୍ଗ କିମି ପରିମିତ କ୍ଷେତ୍ରରେ ଉପଲବ୍ଧ ଥିବାବେଳେ ବର୍ତ୍ତମାନ ଓଏଏଲପି ପଞ୍ଚମ ରାଉଣ୍ଡରେ ପୁରସ୍କୃତ ବ୍ଲକ ଦ୍ୱାରା ଏହା ପାଖାପାଖି ବଢି ୨ ଲକ୍ଷ ୩୭ ହଜାର ବର୍ଗ କିମି ଉପଲବ୍ଧ ହୋଇଛି ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜାନୁଆରୀ ୧୪ ତାରିଖରେ ଏହି ରାଉଣ୍ଡର ଶୁଭାରମ୍ଭ ହୋଇଥିଲା ଏବଂ କୋଭିଡ୍ ମହାମାରୀ ସତ୍ତ୍ୱେ ବିଡ଼ିଂ ସଫଳତାର ସହ ଜୁନ ୩୦ରେ ସମାପ୍ତ ହୋଇଥିଲା ।

RELATED BY