
ଭୁବନେଶ୍ଵର : ଉତ୍କଳ ରୟାଲ ରେସିଡେନ୍ସି ଠାରେ ରଜ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ପାଳନ ହେଉଥିବା ଏହି ଉତ୍ସବର ପ୍ରଥମ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରୋଜି ଦାସ (ଲିପିକା ମହାପାତ୍ର) ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ପହଳି ରଜର ଆନନ୍ଦ ଭରିଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଉତ୍କଳ ରୟାଲ ରେସିଡେନ୍ସି ର ସଭାପତି ବିନୋଦ ଅଗ୍ରୱାଲ୍ , ସାଧାରଣ ସଂପାଦକ ତପନ ରାୟପିତମ୍, ସାଂକୃତିକ ସଂପାଦକ ଡ. ଚନ୍ଦନ ରଥ, ଡଃ. ହରିହର ଦାସ, ମିସ୍ ସାଇନା , ସମାଜସେବୀ ପ୍ରତିଭା ମହାପାତ୍ର, ପ୍ରସିଦ୍ଧ ସାହିତ୍ୟିକ ରାଧାମୋହନ ମହାପାତ୍ର, ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ଵାଶତ ଯୋଶୀ, ଅନେକ ନୃତ୍ୟ ଶିଳ୍ପୀ, କଣ୍ଠଶିଳ୍ପୀ ସହିତ ଅନେକ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ସୋମବାର ଦିନ ମଧ୍ୟ ରଜ ପର୍ବକୁ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
