ଭୁବନେଶ୍ୱର : ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ସନ୍ଧ୍ୟାରେ ଏକ ବିଶାଳ ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରାଜମହଲ ଛକ ଯାଏ ଯାଇଥିଲା । ପିସିସି ସଭାପତି, ଏଆାଇସିସି ଓଡ଼ିଶା ଇନ୍-ଚାର୍ଜ, ସିଏଲ୍ପି ନେତା, ଜାତୀୟ ଯୁବକଂଗ୍ରେସ ସଭାପତି ପ୍ରମୁଖଙ୍କ ନେତୃତ୍ବରେ ପ୍ରଦେଶ ଯୁବକଂଗ୍ରେସ ଦ୍ବାରା ଆୟୋଜିତ ଏହି ମଶାଲ ଶୋଭାଯାତ୍ରାରେ ୨ ହଜାର ମଶାଲଧାରୀ ଥିଲେ । ଆାହୁରି ତିନିହଜାର ଯୁବବର୍ଗ ବିନା ମଶାଲରେ ପଦଯାତ୍ରାରେ ସାମିଲ ଥିଲେ । ନିକଟ ଅତୀତରେ ଏତେ ବଡ଼ ମଶାଲ ଶୋଭାଯାତ୍ରା କେବେ ଭୁବନେଶ୍ବରରେ ହୋଇ ନାହିଁ ।