ମୋ ସାଥି _ MO SAATHI କଣ ଏବଂ କାହିଁକି ଜାଣନ୍ତୁ

ମୋ ସାଥି ଏକ ଆଦର୍ଶ ଶିକ୍ଷଣ ମାଧ୍ୟମ

Share this:

ଭୁବନେଶ୍ୱର: MO SAATHI ଅନଲାଇନ କ୍ଲାସ ଉପରେ ଆଧାରିତ ଏକ ପରିକଳ୍ପନା ଯାହାକି କୋଭିଡ଼୍ ଜନିତ ଲକଡାଉନ୍ ସମୟରେ ବ୍ୟାପକ ଉପଯୋଗ ହୋଇପାରିଥିବା ପ୍ରମାଣିତ ହୋଇଛି । ଗୋଟିଏ ମୋବାଇଲ କିମ୍ବା ଟାଵ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଆପ୍ ଛାତ୍ରଛାତ୍ରୀମାନେ ସହଜରେ ବ୍ୟବହାର କରିପାରୁଛନ୍ତି।MO SAATHI ଶ୍ରେଣୀ ଶିକ୍ଷା ଭଳି ଶିକ୍ଷଣ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧା ର ସୁତ୍ର ଯୋଗାଇଥାଏ । ଏହି ଆପ୍ ଓଡ଼ିଆ ମାଧ୍ୟମ ଛାତ୍ର ଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ । MO SAATHI କୁ ଓଡିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ବୋର୍ଡ଼ ର ପାଠ୍ୟ ଖସଡ଼ା ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷା ଅଭିଜ୍ଞ ଓ ଵିଷୟ ବିଶେଷଜ୍ଞ ଙ୍କ ଦ୍ଵାରା ପ୍ରଦାନ କରାଯାଇଛି । ଅଷ୍ଟମ , ନବମ ଓ ଦଶମ ଶ୍ରେଣୀରେ ପଢ଼ାଯାଉଥିବା ବିଜ୍ଞାନ , ଗଣିତ, ଇଂରାଜୀ,ଓଡ଼ିଆ ଓ ସାମାଜିକ ବିଜ୍ଞାନ ଆଦି ସହିତ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ମାଧ୍ୟମ ଯୋଗାଯୋଗ, ସାଧାରଣ ଜ୍ଞାନ, ବୃତିଗତ ପଥ ପ୍ରଦର୍ଶନ ଆଦିର ସୁଯୋଗ ମଧ୍ୟ ଏହି ଆପ୍ ରେ ଉପଲବ୍ଧ । MO SAATHI ନୂତନ ପରୀକ୍ଷା ପଦ୍ଧତି ଓ ନମ୍ବର ପରିକଳ୍ପନା ଉପରେ ପର୍ଯ୍ୟବେସିତ । ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ଅଭ୍ୟାସ ପ୍ରଶ୍ନପତ୍ର ସହିତ ମଝି ମଝିରେ ପରୀକ୍ଷା କରାଯାଇ ଜ୍ଞାନ ବୃଦ୍ଧିର ସ୍ତର ମାପ କରିବାର ବ୍ୟବସ୍ତା କରାଯାଇଛି । ଏଥିରେ ପାଠ୍ୟବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ବର୍ଷ ପାଈଁ ସ୍ଵାକ୍ଷର କରଣର ବ୍ୟବସ୍ତା ରହିଛି । ଆପଣ   ଆପଣଙ୍କ ସ୍ମାର୍ଟ ଫୋନ କିମ୍ବା ଟାବଲେଟରେ ପ୍ଲେଷ୍ଟୋରକୁ ଯାଇ ଏହି ଆପ ଡାଉନଲୋଡ କରି ସବସ୍କ୍ରାଇବ୍ କରିନିଅନ୍ତୁ  ।  ଏହାର ଉଦ୍ୟକ୍ତା ଦୁଇଜଣ, ମନୋରଞ୍ଜନ ମିଶ୍ର ଏବଂ ଶ୍ରୀକାନ୍ତ ରଥ , ଭାରତ ଭିତରେ ଓଡିଶାର ଗର୍ବ ହୋଇ ଏପରି କାମ କରିପାରିଛନ୍ତି । ଏହା ହେଉଛି ମାତୃଭୂମି ମାତୃଭାଷା ପାଇଁ ଅନବଦ୍ୟ ଅବଦାନ ।

RELATED BY