ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ କଂଗ୍ରେସରେ ଯୋଗଦେଲେ

ନୂଆ ଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘବର୍ଷ ଧରି ପ୍ରମୁଖ ସଚିବ ଥିବା ଏବଂ ତାପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ରହି ଅବସର ଗ୍ରହଣ କରିଥିବା ଶ୍ରୀ ବିଜୟ ପଟ୍ଟନାୟକ ଶୁକ୍ରବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି । ନୂଆ ଦିଲ୍ଲୀଠାରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଛନ୍ତି । ଏହି ଅବସରରେ କଂଗ୍ରେସର ମହାସଚିବ କେ.ସି.ଭେନୁଗୋପାଳ, ଓଡ଼ିଶା ପ୍ରଭାରୀ ଡ. ଏ.ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *