
https://www.facebook.com/baycocofarm
ଭୁବନେଶ୍ୱର_ରବିବାର : ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଳ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ । ଆଜିର ଏହି ସଭାରେ ଆମର ମା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି । ଆଜି ଏଠାରେ ମା ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ । ଗତ ଥର ମୁଁ ପଦ୍ମପୁର Constituency ପାଇଁ କିଛି ଘୋଷଣା କରିଥିଲି । ସେଥିରୁ ପାଇକମାଳ Primary Health Centerକୁ Community Health Center କରାଯାଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି Substation ପାଇଁ ଜମି Identify ହୋଇସାରିଛି । ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ । ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି । ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ । ବାକି ସବୁ କାମ ସମୟ ଭିତରେ କରାଯିବ । ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀରୁ କେନ୍ଦ୍ର ମନ୍ତ୍ରୀମାନେ ପଦ୍ମପୁର ଆସିଥିଲେ । ଏବଂ ଆପଣମାନଙ୍କୁ Paddy Procurement ,Crop Insurance ,RAILWAYS କେନ୍ଦୁ ପତ୍ର GST ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ । ପ୍ରଭୁ ନୃସିଂହନାଥଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ । ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି । ଗତ By-Election ସମୟରେ ଆପଣମାନେ ମୋତେ ଭେଟିଥିଲେ । ପ୍ରତି ପଞ୍ଚାୟତ, ପ୍ରତି NAC ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ Proposal ଦେଇଥିଲେ । ମୁଁ ଖୁସି ଯେ ସେହି Proposalକୁ ଭିତ୍ତିକରି ଏ ଟଙ୍କା Sanction କରାଯାଇଛି । ଲୋକଙ୍କ Proposalକୁ ଭିତ୍ତିକରି ଟଙ୍କା Sanction କରାଯିବା, ଓଡିଶା ଇତିହାସରେ ପ୍ରଥମ । ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ ।