ଭୁବନେଶ୍ୱର : ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।ମିଳିଥିବା ସୂଚନା ଅନୁସାରେ ଶ୍ରୀ ପ୍ରଦୀପ କୁମାର ଜେନା ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ୧୯୮୯ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ଅଧିକାରୀ । ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଲା ପରେ ସେ ତାଙ୍କ ସ୍ଥାନରେ ନୂଆ ଦାୟିତ୍ୱ ଗ୍ରହଣ କରିବେ ଅନ୍ୟପଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍) ଅନୁ ଗର୍ଗ ନୂଆ ଉନ୍ନୟନ କମିସନର ନିଯୁକ୍ତ ହୋଇଛନ୍ତି । ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ଅନୁଗର୍ଗଙ୍କୁ ନୂଆ ଦାୟିତ୍ୱ ମିଳିଛି । ଅନୁ ଗର୍ଗ ଜଳସଂପଦ ସଚିବ ସହ ଉନ୍ନୟନ କମିସନର ଦାୟିତ୍ୱ ତୁଲାଇବେ ।