ନୂଆଦିଲ୍ଲୀ : ଏପିଜେ ସୁରେନ୍ଦ୍ର ଗ୍ରୁପ ନିଜର ଲଜିଷ୍ଟିକ୍ସ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଡିଭିଜନ ପାଇଁ ଅଣ ପରିବର୍ତ୍ତିତ ଋଣପତ୍ର (ଏନ୍ସିଡି) ଜରିଆରେ ୩୦୦ କୋଟି ଟଙ୍କା ସଂଗ୍ରହ କରିଛି । ଏହି ପାଣ୍ଠି କୋଲକାତାରେ ପ୍ରତିଷ୍ଠିତ ଏହି ଶତାୟୁ ସେବା ଓ ଔଦ୍ୟୋଗିକ ସମୂହ, ଏପିଜେ ସୁରେନ୍ଦ୍ର ଗ୍ରୁପ୍ର ରିଅଲ ଇଷ୍ଟେଟ୍ ଡିଭିଜନ, ଏପିଜେ ରିଅଲ୍ଇ ଷ୍ଟେଟ୍(ଏଆରଇ) କୁ ଶକ୍ତି ଯୋଗାଇବ । ଏଆରଇ ଦ୍ରୁତ ଗତିରେ ବିସ୍ତାର ଲାଭ କରୁଛି ଏବଂ ଭାରତର ଅନେକ ସ୍ଥାନରେ ଲଜିଷ୍ଟିକ୍ସ ଓ ଇଣ୍ଡଷ୍ଟ୍ର୍ରିଆଲ ପାର୍କ, ଆବାସିକ, ବ୍ୟାବସାୟିକ, ଆତିଥ୍ୟ, ଏକତ୍ର କାମ କରିବାର କ୍ଷେତ୍ର ତଥା ବ୍ୟବସାୟ କେନ୍ଦ୍ର, ସର୍ଭିସ୍ ଆପାର୍ଟମେଣ୍ଟ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ଏବଂ ଖୁଚୁରା ବ୍ୟବସାୟ ଭଳି ବହୁବିଧ ପୋର୍ଟଫୋଲିଓ ପ୍ରତି ଆଗ୍ରହୀ । ଦିଲ୍ଲୀ ଏନ୍ସିଆର, କୋଲକାତା, ଡାଙ୍କୁନି, ହଳଦିଆ ଏବଂ କଳିଙ୍ଗନଗର ସମେତ ଭାରତର ବିଭିନ୍ନ ସହରରେ ନିଜର ଲଜିଷ୍ଟିକ୍ସ ଏବଂ ଇଣ୍ଡଷ୍ଟ୍ରିଆଲ୍ ପାର୍କ କମ୍ପାନୀର ପୋର୍ଟଫୋଲିଓ ଗ୍ରେଡ୍-ଏ ମାନର ଓୟାରହାଉସ୍ ସୁବିଧାର ବିକାଶ ନିମନ୍ତେ ନିରନ୍ତର ଶକ୍ତି ଯେଗାଇଆସୁଛି । ବିପିଇଏ କ୍ରେଡିଟ୍ ହେଉଛି ଏସିଆର ଅଗ୍ରଣୀ ବିକଳ୍ପ ବେସରକାରୀ ନିବେଶକ ସଂସ୍ଥା ଯାହା ଭାରତୀୟ ଲଜିଷ୍ଟିକ୍ସ ରିଅଲ ଇଷ୍ଟେଟ୍ର ଅଭିବୃଦ୍ଧି ସମ୍ପର୍କରେ ଦୃଢ଼ନିଶ୍ଚିତ ଏବଂ ଏପିଜେ ସୁରେନ୍ଦ୍ର ଗ୍ରୁପ୍ ଦ୍ୱାରା ଜାରି କରାଯାଇଥିବା ଏନ୍ସିଡିରେ ନିବେଶ କରିଛି । ୧୭ ସେପ୍ଟେମ୍ବର ୨୦୨୨ରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ରୀୟ ଲଜିଷ୍ଟିକ୍ସ ନୀତିର ଲକ୍ଷ୍ୟ ହେଉଛି ସାମଗ୍ରୀର ସୁବ୍ୟବସ୍ଥିତ ସ୍ଥାନାନ୍ତରଣ ଯଥାର୍ଥ ମୂଲ୍ୟ ନିର୍ଦ୍ଧାରଣ କରି ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା । ଆମେ ବିଶ୍ୱବଜାରରେ ଭାରତୀୟ ଉତ୍ପାଦର ପ୍ରାଧାନ୍ୟକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସହାୟକ ବ୍ୟବସ୍ଥା ହେବାପାଇଁ ପ୍ରସ୍ତୁତ ବୋଲି ଏପିଜେ ସୁରେନ୍ଦ୍ର ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ କରଣ ପାଲ କହିଛନ୍ତି । ଆଗାମୀ ୫ ବର୍ଷରେ ଲଜିଷ୍ଟିକ୍ କ୍ଷେତ୍ରରେ ୧୦% ମୂଲ୍ୟ ହ୍ରାସ, ସମାନ ନୀତି ଏବଂ ଲଜିଷ୍ଟିକ୍ ଓ ଓୟାରହାଉସ୍କୁ ଅଧିକରୁ ଅଧିକ ପ୍ରତିଶୃତିବଦ୍ଧ କରିବାକୁ ଏଣ୍ଡ-ଟୁ-ଏଣ୍ଡ୍ ଲଜିଷ୍ଟିକ୍ ସେବା ପାଇଁ ସରକାରଙ୍କ ଯୋଜନା ରହିଛି । ସରକାରୀ ନୀତିର ପ୍ରୋତ୍ସାହନ ଓ ପାଣ୍ଠି ମିଳିବା ସହିତ ଆମେ ଦ୍ରୁତ ବିସ୍ତାର କରିବୁ ବୋଲି ଶ୍ରୀ ପାଲ ପ୍ରକାଶ କରିଛନ୍ତି । ଭାରତୀୟ ଲଜିଷ୍ଟିକ୍ସ ଏବଂ ଓୟାରହାଉସିଂର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏଆର୍ଇ ଏକ ସ୍ୱାଭାବିକ ଲାଭାର୍ଥି ଭାବେ ଉଭାହୋଇଥିବା ଏପିଜେ ସୁରେନ୍ଦ୍ର ଗ୍ରୁପ୍ର ନିର୍ଦେଶକ ପ୍ରିତି ପାଲ କହିଛନ୍ତି ଯେ “ସରକାରୀ ନୀତି, ୩ପିଏଲ୍ ଓ ଇ-କମର୍ସର ଖେଳାଳିଙ୍କ ମଧ୍ୟରେ ବଢ଼ୁଥିବା ଚାହିଦା, ବ୍ୟବହାରକାରୀମାନେ ବୃହତ୍ତର ଆଧୁନିକ ଭଣ୍ଡାର କ୍ଷେତ୍ର ଆଡ଼କୁ ଆଗ୍ରହ ପ୍ରକାଶ, ଗ୍ରାହକ ମାନେ ତୁରନ୍ତ ସମାଧାନକୁ ପସନ୍ଦ କରୁଥିବା ତଥା ସମସ୍ତ ଚ୍ୟାନେଲର ରିଟେଲରମାନଙ୍କ ଚାହିଦା ପୂରଣ, ରୋବୋଟିକ୍ସ ଏବଂ ପ୍ରଯୁକ୍ତି ଜ୍ଞାନକୌଶଳ ଆଦି ସମସ୍ତେ ଓୟାରହାଉସିଂ ରିଅଲ ଇଷ୍ଟେଟ ସେକ୍ଟର ଦ୍ରୁତ ଅଭିବୃଦ୍ଧି ଯୋଗଦାନ ଦେଉଥିବାରୁ ପାଇଁ ପ୍ରସ୍ତୁତ ଭାରତୀୟ ଓୟାରହାଉସିଂ ରିଅଲ ଇଷ୍ଟେଟ ତୀବ୍ର ଅଭିବୃଦ୍ଧି ହାସଲ କରିବ ବୋଲି ଆମର ବିଶ୍ୱାସ ଏବଂ ଏହା ଆମର ବିସ୍ତାରିତ ହେବା ପାଇଁ ଉପଯୁକ୍ତ ସମୟ ।” ପାଣ୍ଠିର ସୁବିନିଯୋଗ ସମ୍ପର୍କରେ ପ୍ରିତି ପାଲ କହିଛନ୍ତି ଯେ “ଏଆରଇ ଯୋଜନାବଦ୍ଧ ଭାବେ ଭବିଷ୍ୟତର ଲଜିଷ୍ଟିକ୍କୁ ଠାବ କରିଛି ଏବଂ ଇଣ୍ଡଷ୍ଟ୍ରିଆଲ ପାର୍କଗୁଡ଼ିକ ବର୍ତ୍ତମାନ ଭାରତର ୧.୩ ବିଲିୟନ ଜନସଂଖ୍ୟାର ୯୦%ଙ୍କ ନିକଟରେ ପହଞ୍ଚିପାରିବାର ସାମର୍ଥ୍ୟ ରଖିଛି । ଆମେ ବିଶ୍ୱାସ କରୁଛୁ ଯେ ଏହା ହେଉଛି ଉନ୍ନତି କରିବାର ଉପଯୁକ୍ତ ସମୟ । ଆସୁଥିବା ପାଣ୍ଠି ଆମର ବର୍ତ୍ତମାନର ଲଜିଷ୍ଟିକ ଓ ଇଣ୍ଡଷ୍ଟ୍ରିଆଲ୍ ପାର୍କକୁ ପ୍ରୋତ୍ସାହିତ କରିବା ସହ ସାରା ଦେଶରେ ନୂଆ ସୁବିଧାର ନିର୍ମାଣ କରିବ । ଆମେ ଗ୍ରେଡ୍-ଏ ମାନର ଓୟାରହାଉସ୍ ସହିତ ଇଏସ୍ଜି ସ୍ୱୀକୃତ ଓ ବିଶେଷତାରେ ନୂତନ ସ୍ତର ସ୍ଥାପନ କରୁଛୁ ଏବଂ ତା ସହ ଗ୍ରାହକଙ୍କ ଆବଶ୍ୟକତାନୁଯାୟୀ ବିଲ୍ଟ-ଟୁ-ସୁଟ୍ ନିର୍ମାଣ କରୁଛୁ । ଭାରତର ସର୍ବପୁରାତନ ଏବଂ ବୃହତ୍ତମ ବାଣିଜ୍ୟିକ ସମୂହ ମଧ୍ୟରୁ ଅନ୍ୟତମ ୧୯୧୦ରେ ସ୍ଥାପିତ ଏପିଜେ ସୁରେନ୍ଦ୍ର ଗ୍ରୁପ୍ ଶିପିଂ, ଆତିଥ୍ୟି, ରିଅଲଇଷ୍ଟେଟ୍, ଆର୍ଥକ ସେବା, ନଲେଜ ସେଣ୍ଟର, ସାମୁଦ୍ରିକ କ୍ଲଷ୍ଟର ଏବଂ ଚା’ ସମେତ ବହୁବିଧ ପୋର୍ଟଫୋଲିଓରେ ଶତାଧିକବର୍ଷର ଅନୁଭବ ରଖିଛି । ଭାରତର ସ୍ତର-୧, ସ୍ତର -୨ ଏବଂ ସ୍ତର-୩ ସହରମାନଙ୍କରେ ଏଆରଇ ପାଞ୍ଚ ମିଲିୟନ ବର୍ଗଫୁଟ୍ରୁ ଊର୍ଦ୍ଧ୍ୱ ସମ୍ପତ୍ତିରେ ବିକାଶ କରୁଛି । ଏପିଜେ ଗ୍ଲୋବାଲ ଲଜିଷ୍ଟିକ୍ସ ପାର୍କ ବଲ୍ଲଭଗଡ଼, ଏପିଜେ ଇଣ୍ଡଷ୍ଟ୍ର୍ରିଆଲ ଏବଂ ଲଜିଷ୍ଟିକ୍ସ ପାର୍କ ହାଇଡ ରୋଡ, ଏପିଜେ ଇନ୍ଫ୍ରାଲଜିଷ୍ଟିକ୍ସ ପାର୍କ ହଳଦିଆ ଏବଂ ଏପିଜେ ଲଜିଷ୍ଟିକ୍ସ ପାର୍କ କଳିଙ୍ଗନଗର ଆଦି ଓୟାରହାଉସ୍ ରିଅଲ ଇଷ୍ଟେଟ୍ ମାର୍କେଟ୍ରେ ରହିଥିବାବେଳେ ଆହୁରି ଅନେକ ପାର୍କ ଆସିବାକୁ ଯାଉଛି । ଅମ୍ବିଟ୍, ଭାରତର ଅଗ୍ରଣୀ ନିବେଶକାରୀ ବ୍ୟାଙ୍କ୍ ଏପିଜେ ସୁରେନ୍ଦ୍ର ଗ୍ରୁପ୍ର ସ୍ୱତନ୍ତ୍ର ବିତ୍ତୀୟ ଉପଦେଷ୍ଟା ଭାବେ ପରାମର୍ଶ ଦେଉଛି । ଏପିଜେ ରିଅଲ ଇଷ୍ଟେଟ୍ ସମ୍ପର୍କରେ ଏପିଜେ ରିଅଲ ଇଷ୍ଟେଟ୍ (ଏଆରଇ) ନିକଟରେ ଦ୍ରୁତ ଗତିରେ ବିକାଶ ପାଇଁ ଅଭୁତପୂର୍ବ ସମାଧାନ ଦେବାର ଅଭିଜ୍ଞତା ଓ ଦକ୍ଷତା ରହିଛି । କମ୍ପାନୀର ମାଲିକାନା ଓ ପରିଚାଳନାରେ ଅଗ୍ରଣୀ ରିଅଲ ଇଷ୍ଟେଟ୍ ପୋର୍ଟଫୋଲିଓ ରହିଛି । ଏଆରଇ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି ଏବଂ ଭାରତର ବହୁସହରରେ ଉଚ୍ଚମାନର ଲଜିଷ୍ଟିକ୍ସ ଓ ଇଣ୍ଡଷ୍ଟ୍ର୍ରିଆଲ ପାର୍କ, ଆବାସିକ, ବାଣିଜ୍ୟିକ, ଆତିଥ୍ୟ, ଏକତ୍ର କାର୍ଯ୍ୟକ୍ଷେତ୍ର ତଥା ବ୍ୟବସାୟ କେନ୍ଦ୍ର, ସର୍ଭିସ ଆପାର୍ଟମେଣ୍ଟ, ସାଂସ୍କୃତିକ ଓ ଶିକ୍ଷାନୁଷ୍ଠାନ ତଥା ରିଟେଲ୍ ରହିଛି । ଏହାର ପ୍ରତି କ୍ଷେତ୍ରରେ ପ୍ରଭାବଶାଳୀ ଗ୍ରାହକଙ୍କୁ ଅଭିନବ ଡିଜାଇନ୍, ଆକର୍ଷଣୀୟ ସୌନ୍ଦର୍ଯ୍ୟ ଏବଂ ସ୍ଥାୟୀ ଭିତ୍ତିଭୂମି ଆଦି ସବୁକିଛି ଜ୍ଞାନକୌଶଳ ସମ୍ପନ୍ନ ଭାବେ ପ୍ରଦାନ କରିବାର ଗ୍ୟାରେଣ୍ଟି ଦିଆଯାଉଛି । ଗ୍ରାହକମାନଙ୍କୁ ସୁଲଭ ସମାଧାନ ପ୍ରଦାନ କରିବାରେ ବିଶେଷଜ୍ଞ ଭାବେ ଏଆରଇ ଫେରସ୍ତ ଦେବାକୁ ମଧ୍ୟ ଗୁରୁତ୍ୱ ଦେଇଥାଏ । ୨୦୨୦ରେ ବଲ୍ଲଭଗଡ଼ରେ ଏପିଜେ ଗ୍ଲୋବାଲ ଲଜିଷ୍ଟିକ୍ସ ପାର୍କ ଓୟାରହାଉସିଂ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଇଟିର ଶ୍ରେଷ୍ଠ ବ୍ରାଣ୍ଡ ଭାବେ ପୁରସ୍କାର ଲାଭ କରିଛି । ବାଣିଜ୍ୟିକ ଓ ଆବାସିକ ଐତିହ୍ୟ ସମ୍ପତ୍ତି ପାର୍କ ମାନସନ୍ସ ୧୯୧୦ ମସିହାକୁ ନେଇଯାଏ ଯାହା ପୁନରୁଦ୍ଧାର ପାଇଁ ୨୦୧୩ ମସିହାରେ କେଏମ୍ସି-ଆଇଏନଟିଏସିଏଚ୍ ହେରିଟେଜ ପୁରସ୍କାର ପାଇଛି ଯେତେବେଳେ କି ଏପିଜେ ହାଉସ୍, ମୁମ୍ବାଇ ମରାମତି ଏବଂ ପୁନରୁଦ୍ଧାର ପାଇଁ ଆଇସିଆରଆଇ ୨୦୧୭ ପୁରସ୍କାର ଲାଭ କରିଛି । ଅଧିକ ବିବରଣି ପାଇଁ ଦୟାକରି www.apeejayrealestate.com ପରିଦର୍ଶନ କରନ୍ତୁ ।
ଏପିଜେ ସୁରେନ୍ଦ୍ର ଗ୍ରୁପ୍ ସମ୍ପର୍କରେ
୧୯୧୦ରେ ସ୍ଥାପିତ ଏପିଜେ ସୁରେନ୍ଦ୍ର ଗ୍ରୁପ୍ କୋଲକାତା ଆଧାରିତ ଏକ ସେବା ଓ ଉଦ୍ୟୋଗ ସମୂହ । ଏହା ୪୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଶିପିଂ, ହସ୍ପିଟାଲିଟି, ରିଅଲ ଇଷ୍ଟେଟ୍, ଲଜିଷ୍ଟିକ୍ସ, ରିଟେଲ, ଆର୍ଥିକ ସେବା ଓ ଚା’ ଭଳି ବହୁବିଧ କ୍ଷେତ୍ରରେ ଦ୍ରୁତ ବିସ୍ତାର ପାଇଁ ନିଯୁକ୍ତି ପ୍ରଦାନ କରିଛି ଏବଂ ସାମୁଦ୍ରିକ କ୍ଲଷ୍ଟର ଓ ନଲେଜ ପାର୍କ ଭଳି ନୂଆ ବିବିଧ ବ୍ୟବସାୟ ଉଦ୍ୟମ ଦିଗରେ ଅଗ୍ରସର । ଅଧିକ ସୂଚନା ପାଇଁ ଦୟାକରି www.apeejaygroup.com ପରିଦର୍ଶନ କରନ୍ତୁ ।