ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ତଥା କଂଗ୍ରେସ ମୁଖପାତ୍ର ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଆଗାମୀ ୧୫ ଓ ୧୬ ତାରିଖରେ କଂଗ୍ରେସ ଭବନ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ ରଖାଯାଇଛି । ୧୭ ରିଖରେ କଂଗ୍ରେସ ସଭାପତି ନିର୍ବାଚନ ପରିପ୍ରେକ୍ଷୀରେ ଏହି ଶିବିରକୁ ସ୍ଥଗିତ ରଖାଯାଇଛି । ପରବର୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି ।