ଭାରତରେ ସାଧାରଣ ନିର୍ବାଚନ ଚାଲୁଛି । ଏଥର ପ୍ରଚାର ସମ୍ପୂର୍ଣ୍ଣ ଅଲଗା ରୂପେ ହେଉଛି । ଦୁଇଟି ଦଳ ଇଣ୍ଟରନେଟ୍, ଟିଭି ଏବଂ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ସମ୍ପୂର୍ଣ୍ଣ ମତିଭ୍ରମ କରୁଛନ୍ତି । ଯେଉଁ ବିଜ୍ଞାପନରେ କୌଣସି ମୂଲ୍ୟ ନାହିଁ । କେବଳ ମିଥ୍ୟା ପ୍ରତିଶ୍ରୁତି ଏବଂ ଭ୍ରମାତ୍ମକ ବିଷୟ ପ୍ରଚାର, ପ୍ରସାର ହେଉଛି । ଟିଭି, ମୋବାଇଲ୍, କମ୍ପ୍ୟୁଟର ଖୋଲିଲା ମାତ୍ରେ ବିଜେପି ଏବଂ ବିଜେଡିର ବିଜ୍ଞାପନ ଦେଖିବାକୁ ମିଳୁଛି । ଏପରିକି ସିନେମା ହଲରେ ବି ପ୍ରଚାର ହେଉଛି । କମ୍ପ୍ୟୁଟର ଏବଂ ମୋବାଇଲ୍ରେ ମନଗଢ଼ା ଏବଂ ମିଥ୍ୟା ବିଜ୍ଞାପନ ପ୍ରଚାର ଆମେରିକା ଦ୍ୱାରା ପରିଚାଳିତ ହେଉଥିବା ଗୁଗୁଲ୍ ମାଧ୍ୟମରେ ଉପରୋକ୍ତ ଦଳ ପ୍ରଚାର କରୁଛନ୍ତି । ପତ୍ରପତ୍ରିକାରେ ପ୍ରକାଶିତ ହେଉଥିବା ବିଜ୍ଞାପନ, ଯେଉଁ ଦଳ ଅଧିକ ଟଙ୍କା ଦେଉଛନ୍ତି ତାହାକୁ ଛପାଉଛନ୍ତି । କଂଗ୍ରେସ ଦଳର ବିଜ୍ଞାପନ ଟିଭି ଏବଂ ଗୁଗୁଲରେ ପ୍ରଚାର-ପ୍ରସାର ହେଉନାହିଁ । ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ଓ ବିଜେଡ଼ି ଅଧିକ ଚାନ୍ଦା ଆଦାୟ କରି ଗୁଗୁଲକୁ ଟଙ୍କା ଦେଇ ଭ୍ରମାତ୍ମକ ବିଜ୍ଞାପନ ପ୍ରଚାର-ପ୍ରସାର କରାଉଛନ୍ତି । ବିଜ୍ଞାପନ ଦେଖିବାକୁ ଇଚ୍ଛା ନଥିଲେ ବି, ମୋବାଇଲ-କମ୍ପ୍ୟୁଟର ଖୋଲିଲା ମାତ୍ରେ କେବଳ ବିଜେପି ଓ ବିଜେଡିର ବିଜ୍ଞାପନ ଦେଖିବାକୁ ମିଳୁଛି । ଏମାନେ ସୈତାନଠାରୁ ବି ଅଧିକ ଭୟାନକ ।
ସମୀର କୁମାର ସିଂହ