ଇର୍ଷା ହେଉଛି ନିରନ୍ତର ରହିଥିବା କ୍ରୋଧର ଏକ ରୂପ । ଈର୍ଷା ହେଉଛି ଏକ ଆକାର । ଏହା ଘୃଣାର ବି ଏକ ଆକାର । ନିନ୍ଦା କରିବା, ଦୋଷ ବାରିବା, ଦୋଷାରୋପ କରିବା, ଅନ୍ୟକୁ ନକଲ କରିବା, ଉପହାସ କରିବା, ଅନୁଚିତ୍ ଛିତ୍ରାନ୍ୱେଷଣ କରିବା, ଦୋଷ ବାହାର କରିବା, ବଦନାମ କରିବା, ଚୁଗୁଲି କରିବା, ପଛରେ ନିନ୍ଦା କରିବା, କୁତ୍ସାରଟନା କରିବା, ଦୋଷ ଖୋଜିବା, ଅଭିଯୋଗ କରିବା, ଏହି ସମସ୍ତ କଥା, ସୂକ୍ଷ୍ମ ବା ସ୍ଥୂଳ ଅସୂୟା, ଯାହାକି ଘୃଣାର ଅନେକ ପ୍ରକାର ଏବଂ ସେଥିରୁ ବାହାରିଥାଏ । ଏହାଦ୍ୱାରା ମନୁଷ୍ୟର ସମ୍ୟକ୍ ମାନସିକ ସଂସ୍କୃତିର ଅଭାବ ଏବଂ ତାହାର ତୁଚ୍ଛତା ପ୍ରତିପାଦିତ ହୋଇଥାଏ । ଏହି ସବୁକୁ ଦୂର କରିବା ଉଚିତ୍ । କଟାକ୍ଷ, ବ୍ୟଙ୍ଗାତ୍ମକ ପରିହାସ, ନାକ ଟେକି ମୁଖ ମୁଦ୍ରା ଦ୍ୱାରା ତିରସ୍କାର ପ୍ରଦର୍ଶନ କରିବା, କ୍ରୋଧ ସମୟରେ ଭ୍ରୂଲତା କୁଞ୍ଚନ କରି ଅପ୍ରସନ୍ନତା ପ୍ରକାଶ କରିବା । ନକଲ ଉତାରିବା, ଉପହାସ ଦ୍ୱାରା ହସିକରି ନକଲ କରିବା, ଉପହାସ କରିବା ହେଉଛି ଅନ୍ୟକୁ ହାସ୍ୟର ବସ୍ତୁ କରି ହସାଇବା । ଏହା ହେଉଛି ଉପହାସ, ଅନ୍ୟ କାହାକୁ ଆମୋଦ-ପ୍ରମୋଦର ବସ୍ତୁ କରି ଗଢ଼ିବା । ଉପହାସ ଏକ ଚତୁର ଅପମାନ ଅଟେ । ଆମେ ଯେତେବେଳେ ଅନ୍ୟ ସହିତ ରହିବା, ତେବେ ଏ ସବୁଠାରୁ ଦୂରରେ ରହିବା ଦରକାର, କାରଣ ଏହିସବୁ ଦ୍ୱାରା ବନ୍ଧୁତାରେ ଆଞ୍ଚ ଆସିପାରେ । ଭାବନା ଉତ୍ତେଜିତ ହୋଇଥାଏ ଏବଂ ବିଦ୍ୱେଷ ଭାବେ ଉତ୍ପନ୍ନ ହୋଇଥାଏ । ମୃଦୁ ଶବ୍ଦ ଏବଂ ଅକାଟ୍ୟ ଯୁକ୍ତିି ସହିତ କଥାବାର୍ତ୍ତା କରିବା ଉଚିତ୍ । ଯଦି ଶବ୍ଦ କଠୋର ହେବ ତେବେ ତାଦ୍ୱାରା ଶତ୍ରୁତା ବୃଦ୍ଧି ହୁଏ । ଗୋଟିଏ ମିତ୍ରର କଠୋର ଶବ୍ଦ ବହୁ ବର୍ଷର ବନ୍ଧୁତାକୁ ଗୋଟିଏ ମିନିଟରେ ନଷ୍ଟ କରିଦେଇଥାଏ । ଶବ୍ଦ ବା ଧ୍ୱନୀରେ ପ୍ରବଳ ଶକ୍ତି ଅଛି ଏହା ହେଉଛି ଶବ୍ଦ ବ୍ରହ୍ମ । ଏହା ଶକ୍ତି ଅଟେ । ନ୍ୟାୟପୂର୍ଣ୍ଣ ସମାଲୋଚନା ଏବଂ ନିନ୍ଦା ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ନ୍ୟାୟପୂର୍ଣ୍ଣ ସମାଲୋଚନା ନିନ୍ଦା ନୁହେଁ । ଏହା ଅନୁମୋଦିତ ଅଟେ । ଏହା ଅନିବାର୍ଯ୍ୟ ଅଟେ । ଆମେ ଏଥିରୁ ରକ୍ଷା ପାଇପାରିବା ଯଦି ଆମେ ବହୁ ଦୂରରେ ଥିବା ହିମାଳୟର ଗୁ୍ମ୍ପା ମଧ୍ୟରେ ଅଛୁ ବୋଲି ଭାବିବା । ଯଦି ଆମର ମନୁଷ୍ୟ ପ୍ରତି ଘୃଣା ଥାଏ, ଯଦି ଆମର ତା’ ପ୍ରତି ଦ୍ୱେଷ ନଥିବ, ଯଦି ଆମେ ବନ୍ଧୁ ସହିତ କଥାବାର୍ତ୍ତା ସମୟରେ ସେହି ବ୍ୟକ୍ତିର ଦୋଷ ଗୁଣ ବିଷୟରେ ଉଲ୍ଲେଖ କରୁ ଯେ “ଅମୁକ ଲୋକଟି ସଚ୍ଚୋଟ ପ୍ରେମମୟ, ଦୟାଳୁ ଏବଂ ସହାନୁଭୂତିଶୀଳ ବ୍ୟକ୍ତି ଏବଂ ନମ୍ର ଓ ସତ୍ୟବାଦୀ ଅଟେ, କିନ୍ତୁ ସେ ଚିଡ଼ିଚିଡ଼ା ଏବଂ ରାଗୀ ସ୍ୱଭାବର” ଏହା ମୋଟେ ନିନ୍ଦା ନୁହେଁ, ଯଦିଓ ସେ ବ୍ୟକ୍ତିଙ୍କର ଦୋଷଗୁଡ଼ିକ ଆମେ ଦେଖାଇ ଦେଲେ । ନିନ୍ଦା କରିବା ଦ୍ୱାରା ଆମେ କୌଣସି ବ୍ୟକ୍ତିର ବଦନାମ କରିଥାଉ ।
ସମୀର କୁମାର ସିଂହ, ସଂପାଦକ,ଓଡ଼ିଶା ନ୍ୟୁଜ୍