ଆଜିର ରାଶିଫଳ:ଗୁରୁବାର

୧୬ ଜାନୁଆରୀ ୨୦୨୦

ଜୟ ମା ମଙ୍ଗଳା ଜୟ ଶନି ଦେବ 

ସୂର୍ଯ୍ୟଉଦୟ – ପ୍ରାଘ ୦୬/୨୫/୩୨
ସୂର୍ଯ୍ୟଅସ୍ତ – ସଂଘ ୦୫/୨୬/୫୨
ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୧୯ ରୁ ଦିବା ଘ ୦୨/୪୨ ମଧ୍ଯରେ ।
ଆଜି ବିରି ଦ୍ରବ୍ୟ ଖାଇବା ମନା
ଅମୃତବେଳା : ଦିଘ ୧୦/୫୦ ଗତେ ଦିନ ଘ ୦୧/୦୨ ମଧ୍ଯରେ, ଦିଘ ୦୩/୫୯ ଗତେ ୦୫/୨୭ ମଧ୍ୟରେ
ସତର୍କତା – ରାତ୍ର ଘ ୦୨/୩୩ ଗତେ
୧/୩/୫/୮/୧୦/୧୨/୧୪/୧୭
୧୯/୨୧/୨୩/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ : ରାଜନୀତି, ଆଇନ, ଅଦାଲତ ତଥା ସାଙ୍ଗଠନିକ କାର୍ଯ୍ୟର ଆଲୋଚନାରେ ସଫଳତା ପାଇବେ କିନ୍ତୁ ଶିକ୍ଷା, ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ । କୃତ୍ତିକା ନକ୍ଷତ୍ର ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ପାଇବେ ।

ବୃଷ:ଆଜି ଦିନଟିରେ କୌଶଳ ପ୍ରୟୋଗ କରି କାମ ହାସଲ କରାଇବାରେ ସାହାଯ୍ୟ କରିବ । ମନକୁ ପାଉନ ଥିବା ଆଲୋଚନା କ୍ଷେତ୍ରରେ ସହମତି ନ ହୋଇପାରେ । କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ । ରୋହିଣୀ ନକ୍ଷତ୍ର ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ।

ମିଥୁନ:ସାମାନ୍ୟ ବ୍ୟତିକ୍ରମ ଓ ଉଚ୍ଚବାଚ୍ଚ ମଧ୍ୟରେ ଆଶା କରୁଥିବା ଜିନିଷଟି ପାଇପାରିବେ । ପାରିବାରିକ ଅସ୍ଥିରତାକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟକୁ ଦାୟୀ କରି ସମାଲୋଚିତ ହେବେ । ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ । ମୃଗଶିରା ନକ୍ଷତ୍ର ଆଇନ, ଅଦାଲତ, ରାଜନୀତି, ସଭାସମିତିରେ ପ୍ରଶଂସିତ ହେବେ ।

କର୍କଟ:ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ଟେନ୍‌ସନକୁ ବଢ଼ାଇବ । କିନ୍ତୁ ଲୁହା ଦେଖି ପାଣିଦେବା ନ୍ୟାୟରେ ମନକୁ ପାଇଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣାର କରିପାରିବେ କିନ୍ତୁ ନିଜ ଭାଇ,ବନ୍ଧୁଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ । ପୁନର୍ବସୁ ନକ୍ଷତ୍ର ଆକସ୍ମିକ ଭାବରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି ।

ସିଂହ:ନିଜ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ଦ୍ଵିତୀୟ ବ୍ୟୟାଧିକ୍ୟ, ଦୂରଯାତ୍ରା, ଶତ୍ରୁତାର ସମାଧାନ ଓ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ କରାଇବ। ପୂର୍ବାଫାଲଗୁନୀ ନକ୍ଷତ୍ର କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।  ମଧ୍ୟାହ୍ନରେ ଟେନ୍‌ସନ ଦୂର ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ ।

କନ୍ୟା:ଆଜି ହସକାନ୍ଦର ତିଳତଣ୍ଡୁଳ ଛାଇଭଳି ମିଶ୍ରିତ ଅନୁଭୂତି ପାଇବେ । ଜମା ପଡୁ ନ ଥିବା ବନ୍ଧୁ ଆପଣଙ୍କ ମନକୁ ବାଧିଲା ଭଳି କଥା କହିପାରେ ହସ୍ତା ନକ୍ଷତ୍ର ବନ୍ଧୁମହଲରେ ଆପଣଙ୍କ କାର୍ଯ୍ୟକଳାପ ଓ ଦକ୍ଷତାରୁ ପରୋକ୍ଷ ପ୍ରଶଂସିତ ହୋଇପାରନ୍ତି । ଅଫିସରେ ସହକର୍ମୀଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ଅନୁଭବ କରିବେ ।

ତୁଳା:ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରିପାରିବେ ନାହିଁ । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜ କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ । ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ପରକ୍ଷଣରେ ସେ ହିଁ ଆପଣଙ୍କୁ କାମରେ ସହଯୋଗ କରିବେ ।

ବିଛା:ନୂଆକରି ଆରମ୍ଭ କରିବାକୁ ଯାଉଥିବା କାମରେ ଆତ୍ମୀୟ ମାନଙ୍କ ସହାୟତା ନିଶ୍ଚିତ ପାଇବେ । ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ଦାୟିତ୍ଵରେ କରି ସଫଳ ହୋଇପାରନ୍ତି । ଅନୁରାଧା ନକ୍ଷତ୍ରର ବନ୍ଧୁ ସମ୍ପର୍କ, ନୂତନ ସ୍ଥାନ ପରିଦର୍ଶନ, ଦୂରଯାତ୍ରା ପାଇଁ ମଉକା ଜୁଟିପାରେ । ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ ।

ଧନୁ:କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ । ଅଫିସରେ ଖୁସିରେ ସମୟ କଟିଯିବ । ପିଲାମାନଙ୍କ ଶିକ୍ଷାର ସଫଳତାରେ ଆନନ୍ଦ ଅନୁଭବ କରିବେ । ମୂଳା ନକ୍ଷତ୍ର ସକାଶେ ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ।

ମକର:ମନରେ ସାହସ ବାନ୍ଧି ଦୁରୂହ କାମରେ ମୁଣ୍ଡ ପୂରାଇ ପାରନ୍ତି । ଅପରାହ୍ନରେ କୌଣସି ବ୍ୟକ୍ତିଠାରୁ ହଠାତ୍‌ କୌଣସି ଖବର ପାଇ ବିଚଳିତ ବୋଧ କରିବେ । ଶ୍ରବଣା ନକ୍ଷତ୍ରର ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢାରୁ ସୁଫଳ ପାଇବେ ।

କୁମ୍ଭ:ଶନିଦେବଙ୍କ ଭାଗ୍ୟ ପ୍ରତି ଦୃଷ୍ଟି ଆପଣଙ୍କୁ ଅର୍ଥ, ଆଇନ ସହାୟତା, ସାଙ୍ଗଠନିକ ନେତୃତ୍ୱ ପ୍ରଦାନ କରିପାରେ । ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆଜିର କାମ ଓ କଥାରେ ସଂଯମ ରକ୍ଷା କରିବା ଭଲ ହେବ । ଧନିଷ୍ଠା ନକ୍ଷତ୍ର ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁମାନଙ୍କ ସାହାଯ୍ୟ ଲୋଡିପାରନ୍ତି । ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ର ଭଲ ରହିବ ।

ମୀନ: ସ୍ଥଗିତ ରହିଯାଇଯାଇଥିବା କାମଗୁଡିକୁ ସମ୍ପନ୍ନ କରିବାର ଚେଷ୍ଟା କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଉତ୍ତର ଭାଦ୍ରପଦ୍‌ ନକ୍ଷତ୍ର ପରିସ୍ଥିତି ବଶତଃ ଧାର କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ । ପ୍ରଶଂସନୀୟ କାମ କରି ପ୍ରଶଂସିତ ହେବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ-୯୪୩୮୬୪୪୪୭୫