ପୁରୀ : ପୁରୀର ସମୁଦ୍ର ଏବଂ ଏହାର ବେଳାଭୂମି କେବଳ ପର୍ଯ୍ୟଟନ ପାଇଁ ନୁହେଁ, ବରଂ ପରମ୍ପରା ଏବଂ ସେବାର ଏକ ଉଦାହରଣ । ଏଠାରେ, ନୋଳିଆ ସମ୍ପ୍ରଦାୟର ଲୋକମାନେ ଗତ ଶହେ ବର୍ଷ ଧରି ସମୁଦ୍ରରେ ସ୍ନାନ କରିବାକୁ ଆସୁଥିବା ଲୋକଙ୍କ ଜୀବନ ରକ୍ଷା ପାଇଁ କାର୍ଯ୍ୟ କରିଆସୁଛନ୍ତି । ଆଦାନୀ ଗ୍ରୁପ ପକ୍ଷରୁ ପୁରୀରେ ରଥଯାତ୍ରା ସମୟରେ ପ୍ରଦାନ କରାଯାଉଥିବା ପ୍ରସାଦ ସେବା କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ନୋଳିଆ ଲାଇଫଗାର୍ଡମାନଙ୍କୁ ଭେଟିଥିଲେ । ସେ କେବଳ ସେମାନଙ୍କୁ ପ୍ରଶଂସା କରିନଥିଲେ, ବରଂ ସେମାନଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ ।
ନୋଳିଆ ସମ୍ପ୍ରଦାୟ ହେଉଛନ୍ତି ପୁରୀର ପାରମ୍ପରିକ ମତ୍ସ୍ୟଜୀବୀ ଏବଂ ପ୍ରକୃତ ରକ୍ଷକ । ବର୍ଷ ବର୍ଷ ଧରି, ଏମାନେ ପର୍ଯ୍ୟଟକ ଏବଂ ଭକ୍ତମାନଙ୍କୁ ସମୁଦ୍ରରେ ବୁଡ଼ିବାରୁ ରକ୍ଷା କରିଆସୁଛନ୍ତି । ଆଜି, ପୁରୀରେ ୪୫୦ ରୁ ଅଧିକ ନୋଳିଆ ଲାଇଫଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଏହି ଏମାନେ ବିଭିନ୍ନ ଗୋଷ୍ଠୀରେ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ଛଅଟି ସଂଗଠନ ସହିତ ‘ପୁରୀ ବିଚ୍ ଲାଇଫଗାର୍ଡ ମହାସଂଘ’ ଅଧୀନରେ ଏକତ୍ରିତ ହୋଇଛନ୍ତି । ବେଳାଭୂମି ରେ ସେମାନେ ଉପସ୍ଥିତ ରହି ପ୍ରତିଦିନ ହଜାର ହଜାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଇଆସୁଛନ୍ତି ।
ଗୌତମ ଆଦାନୀ ନୋଳିଆ ମାନଙ୍କୁ ଭେଟିବା ସମୟରେ ସେମାନେ ଅନେକ ସମୟରେ ଉପଯୁକ୍ତ ତାଲିମ ଏବଂ ଆବଶ୍ୟକୀୟ ଉପକରଣ ବିନା କାମ କରୁଥିବା ଜଣାଇ ଥିଲେ । ଗୌତମ ଆଦାନୀ ଏହି ସାହସୀ ଲାଇଫଗାର୍ଡମାନଙ୍କୁ କଥା ଶୁଣିଥିଲେ ଏବଂ ସାହାଯ୍ୟ କରିବାର ଆଶ୍ୱାସନା ଦେଇଥିଲେ ।
ଆଦାନୀ ଗ୍ରୁପ୍ ଦ୍ୱାରା ଲାଇଫଗାର୍ଡମାନଙ୍କୁ ଲାଇଫ ଜ୍ୟାକେଟ୍, ଦଉଡି, ଟର୍ଚ୍ଚ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପ୍ରଦାନ ।