ଉନ୍ମୋଚିତ ହେଲା ନାରୀ ନ୍ୟାୟ ବାହିନୀ ଆପ
ଭୁବନେଶ୍ୱର : ନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ । ଆଉ ବାରମ୍ବାର ନାରୀ ଅତ୍ୟାଚାର ହେବନି । ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ । ନାରୀ ନ୍ୟାୟ ସ୍ୱତଃ ଓଡ଼ିଶାରେ ଜାଗି ଉଠୁ । ସମାଜରେ ନାରୀ ଆଉ ଶୋଷିତ ହେବନି । ଭଗବାନ ରାମଙ୍କୁ ମାଆ ସୀତାଙ୍କୁ ନ୍ୟାୟ ଦେବା ପାଇଁ ଚଉଦ ବର୍ଷ କଷ୍ଟ କରିବାକୁ ପଡିଥିଲା । ସେହିପରି ଦ୍ରୌପଦୀଙ୍କୁ ନ୍ୟାୟ ଦେବା ପାଇଁ ଶ୍ରୀକୃଷ୍ଣ ଆଗେଇ ଆସିଥିଲେ । ରାଜ୍ୟ କଂଗ୍ରେସର ସମସ୍ତ ଶକ୍ତି ନାରୀ ନ୍ୟାୟ ପାଇଁ ସମର୍ପିତ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ।
ବୁଧବାର ନାରୀ ନ୍ୟାୟ ବାହିନୀ ଆପ ଉନ୍ମୋଚନ ଅବସରରେ ଭକ୍ତ କହିଛନ୍ତି, ଯୁଗ ଯୁଗରେ ନାରୀ ପ୍ରତି ଅତ୍ୟାଚାର ହୋଇ ଆସିଛି । ୟା ପୂର୍ବରୁ ବି ହେଉଥିଲା । ଏବେବି ବିଭିନ୍ନ ସ୍କୁଲ, କଲେଜରେ, ରାସ୍ତା, ଘାଟରେ ନାରୀ ପ୍ରତି ଅନ୍ୟାୟ ହେଉଛି । ଗତକାଲି ରାତିରେ, ଯେଉଁଠି ମନ୍ତ୍ରୀ ରହୁଛନ୍ତି ପିଏମଜି ଛକରେ ଜଣେ ନାରୀଙ୍କୁ ଦୁର୍ବୃତ୍ତ ଟାଣି ନେଲେ । ରାଜ୍ୟରେ ମହିଳା ଏବେ ସୁରକ୍ଷିତ ନୁହନ୍ତି । ରାହୁଲ ଗାନ୍ଧୀ, ଖଡ଼ଗେ ଓଡିଶା ଆସିଲେ । ନାରୀ ନ୍ୟାୟ ଦେବା ପାଇଁ ଆହ୍ୱାନ ଦେଲେ । ଏବେ ନାରୀ ନ୍ୟାୟ ପାଇଁ ଜନ ସାଧାରଣଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି । କଂଗ୍ରେସ ଏଥିରେ ସାମିଲ ହେବ । ନାରୀ ନ୍ୟାୟକୁ ନେଇ କଂଗ୍ରେସ ରାଜନୀତି କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତ କହିଥିଲେ । ଏହି ଅବସରରେ ସମାଜସେବୀ ରଂଯୁକ୍ତା କୁମାରୀ ବେହେରା ନାରୀ ନ୍ୟାୟ ଆପ ଉଦଘାଟନ କରି କହିଥିଲେ,
ଏବେବି ବହୁ ନାରୀଙ୍କ ନିର୍ଯାତନା ମାମଲା ଲୋକଲୋଚନକୁ ଆସି ପାରୁନି । ଆମେ ବ୍ଲକ ସ୍ତରରେ ସଚେତନ କାର୍ଯ୍ୟକ୍ରମ କରିବୁ । ସେମାନେ କେମିତି ବାହାରକୁ ଆସିବେ, ଏବଂ କହିବେ ତାହା ଚେଷ୍ଟା କରିବୁ ବୋଲି ରଞ୍ଜିତା କହିଛନ୍ତି । ନାରୀ ନ୍ୟାୟ ବାହିନୀ ଆବାହକ ତଥା ସଂଯୋଜିକା ଗାୟତ୍ରୀ ବିଶ୍ଵାଳ କହିଥିଲେ, ସମାଜରେ ଏବେକାର ବ୍ୟବସ୍ଥାରେ ବହୁ ନାରୀ ହିଂସାର ଶିକାର ହେଉଛନ୍ତି । ଦୁଷ୍କର୍ମ, ଗଣ ଦୁଷ୍କର୍ମ ବଢ଼ି ଚାଲିଛି । ବହୁ ସମୟରେ ନାରୀଟିଏ ଅତ୍ୟାଚାର ହେବା ପରେ କେଉଁଠି ଅଭିଯୋଗ କରିବେ, ତାହା ଜାଣି ପାରୁନାହାନ୍ତି । ତେଣୁ ଗାଁକୁ ଯିବ ନାରୀ ନ୍ୟାୟ ବାହିନୀ । ଲୋକଙ୍କୁ ସଚେତନ କରିବ । ଓଡିଶାର ନାରୀମାନେ କିଭଳି ନ୍ୟାୟ ପାଇବେ, ସେ ନେଇ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି । ଆଇନଜୀବୀ ସୂର୍ଯ୍ୟସ୍ମିତା ପଣ୍ଡା କହିଲେ, ନାରୀଙ୍କୁ ସଶକ୍ତିକରଣ କରିବା ପାଇଁ ପୁରୁଷ ମନରେ ଚିନ୍ତାର ପରିବର୍ତ୍ତନ ଆବଶ୍ୟକ । ପୁରୁଷମାନେ ଆଗକୁ ଆଗେଇ ଆସିଲେ ନାରୀକୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ସୂର୍ଯ୍ୟସ୍ମିତା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶେଫାଳି ଶର୍ମା, ସୃଷ୍ଟି ସୋମେନ୍, ନିବେଦିତା ପଟ୍ଟନାୟକ ପ୍ରମୁଖ ନାରୀ ନ୍ୟାୟ ପାଇଁ ଆଗ ଭଲରେ ଚେଷ୍ଟା କରିବୁ, ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବୁ ବୋଲି ସେମାନେ କହିଛନ୍ତି ।