୧୪ ତମ କଟନଫ୍ୟାବ୍ -୨୦୨୫ ଆରମ୍ଭ

ଭୁବନେଶ୍ଵର : ୟୁନିଟ୍-୩ ଖାରବେଳ ନଗର, ଗେଟ ନଂ-୩, ପ୍ରଦର୍ଶନୀ ପଡିଆରେ କଟନଫ୍ୟାବ– ୨୦୨୫ର ରେଶମ ଓ ସୂତା ବସ୍ତ୍ରକୁ ସମ୍ଭାର କରି ଏକ ବିରାଟ ପ୍ରଦର୍ଶନୀର ଆଜି ଶୁଭାରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ, ଭୁବନେଶ୍ଵର (ମଧ୍ୟ), ଶ୍ରୀମତୀ ସୁଲୋଚନା ଦାସ, ମେୟର, ଭୁବନେଶ୍ୱର ଏବଂ ଶ୍ରୀମତୀ ରଞ୍ଜୁଲତା ରାଏ, କର୍ପୋରେଟର, ୱାର୍ଡ଼ ନଂ – ୩୫, ଭୁବନେଶ୍ୱରଙ୍କ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଉଦ୍‌ଘାଟନ କରିିଛନ୍ତି । ଏହି ମେଳା ସକାଳ ୧୦.୩୦ ମି. ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ, ଜୁଲାଇ ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଆୟୋଜକ ଜାଭେଦ୍ ଆଲାମ୍ ଓଡ଼ିଶା ନ୍ୟୁଜ୍ କୁ କହିଛନ୍ତି । ଏହି ପ୍ରଦର୍ଶନୀ ୧୪ତମ ଥର ପାଇଁ ଭୁବନେଶ୍ୱରରେ ଚାଲୁଛି ।

ଦେଶର ବିଭିନ୍ନ ପ୍ରକାର ପ୍ରଦର୍ଶନୀ ଆୟୋଜନ କରିବା ସମ୍ପୂର୍ଣ ଦାୟିତ୍ୱ ପୂର୍ଣ୍ଣ, ଭୁବନେଶ୍ଵର ସମିତି ପସନ୍ଦ କରିଛି ମନସୁନ୍ ସିଜନ୍ ଏବଂ ବଡ଼ ପୂଜା ଉତ୍ସବ ପାଇଁ ହସ୍ତଶିଳ୍ପ ବଜାର । ୧୨ଟି ରାଜ୍ୟର ୧୨୨ଟି ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇ ତାଙ୍କର ସାମଗ୍ରୀ ପ୍ରଦର୍ଶନ କରିବେ ଯାହା ଲକ୍ଷ୍ନୌର ଚିକନୱାକ୍‌ ଡ୍ରେସ୍ ମ୍ୟାଟେରିଆଲସ୍, ଶାଢ଼ୀ, କୁର୍ଭା ପାଇଜାମା, ଟପସ୍, ଗୁଜୁରାଟର ଏଥନିକ୍ ପ୍ରିଣ୍ଟ, କୁର୍ଗା, ଡ୍ରେସ୍ ମ୍ୟାଟେରିଆଲସ୍, ରାଜସ୍ଥାନି ବ୍ଲକ ପ୍ରିଣ୍ଟେଡ୍, କୋଟା ଦରୀ ଡ୍ରେସ୍ ମ୍ୟାଟେରିଆଲସ୍‌, ଲେଡ଼ିଜ୍‌ କୁର୍ଗା, ଲେହେଙ୍ଗା-ଛୋଲି, ମଲମଲ, ବନ୍ଧେଜ୍ ସୁଇଟସ୍, ସ୍କିଟ୍ସ-ଟପ୍, ସାଲୱାର ଏବଂ ଦୁପଟା, ପଞ୍ଜାବର ଫୁଲ୍‌କରୀ ଡ୍ରେସ୍, ପଟିଆଲା ସାମଗ୍ରି, ମଧ୍ଯ ପ୍ରଦେଶର ଚନ୍ଦେରୀ, ମହେଶ୍ଵରୀ, ବାଗ୍ ପ୍ରିଣ୍ଟ, ବାଟିକ୍ ପ୍ରିଣ୍ଟ ଡ୍ରେସ୍ ସାମଗ୍ରି, ୱେଷ୍ଟ ବେଙ୍ଗଲର ସାନ୍ତନିକେତନ ତନ୍ତ, କନ୍ଥା, ଧକାଇ ଜାମଦାନୀ ଶାଢ଼ୀ, ଟସର ଡ୍ରେସ୍ ସାମଗ୍ରି, ସିଫୋନ୍ ଏବଂ କ୍ରାପ୍, ଆନ୍ଧ୍ର ପ୍ରଦେଶର କଲାମକରୀ ଭେଜିଟେବୁଲ ଡ଼ାୟଡ଼, ମଙ୍ଗଲଗିରୀ, ଗଢ଼ୱାଲ ଜରୀ ବର୍ଡ଼ର ଡ୍ରେସ୍ ମ୍ୟାଟେରିଆଲ୍, ତାମିଲନାଡ଼ୁର ମଦୁରାଇ ଶାଢ଼ୀ, ଡ୍ରେସ୍‌ମ୍ୟାଟେରିଆଲ୍, ପର୍ଡା ଏବଂ ବେଡ଼୍ କଭରସ, ହିମାଚଲ ପ୍ରଦେଶର କଟନ କୁର୍ତ୍ତା ଏବଂ ଟପସ୍, ଉତର ପ୍ରଦେଶର ପ୍ରସିଦ୍ଧ ବନାରସ ସିଲ୍କ ଏବଂ କଟନ ଶାଢ଼ୀ, ସୁଇଟ୍ ମ୍ୟାଟେରିଆଲସ୍, ଛତିସ୍‌ଗଡ଼ର ସିଲ୍କ ଓ କଟନ ଏବଂ ଖଦି ଡ୍ରେସ୍ ମ୍ୟାଟେରିଆଲସ୍, ଝାରଖଣ୍ଡର ଟସର ସିଲ୍କ ଡ୍ରେସ୍ ଏବଂ ଶାଢ଼ୀ, ଦିଲ୍ଲୀର ଚିକନ୍ ଏମ୍ବୋଡ଼ରୀ ଡ୍ରେସ୍ ମ୍ୟାଟେରିଆଲ୍‌ସ ଏବଂ ଶାଢ଼ୀ, ସିତାପୁରୀର ଏକ୍ସପୋର୍ଟ କ୍ଵାଲିଟ୍ ଦରି(ସାତରଙ୍ଗି), ମ୍ୟାଟସ୍, ରନର ଏବଂ ରଗସ୍, ବିଭିନ୍ନ ପ୍ରକାରର ଗହଣା, ରାଜସ୍ଥାନ ଷ୍ଟୋନ୍ ଓ ମେଟାଲ ଗହଣା, ଦିଲ୍ଲୀ ଆର୍ଟିଫିସିଆଲ ଗହଣା ଏବଂ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ପ୍ରକାରର ହସ୍ତତନ୍ତ ସାମଗ୍ରୀ ମିଳିପାରିବ ।