
ଭୁବନେଶ୍ୱର : ଓଡ଼ିଶାରେ ସାଇବର ଠକେଇ ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ୩୪ତମ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଠାରେ ଆୟୋଜିତ ହୋଇଥିଲା । ଆରବିଆଇ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ. ଶାରଦା ପ୍ରସନ୍ନ ମହାନ୍ତିଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପୋଲିସ୍ ମହା ନିର୍ଦ୍ଦେଶକ, ସିଆଇଡି, କ୍ରାଇମ୍ ବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରାଧା କ୍ରିଷ୍ଣ ଶର୍ମା, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ଵତନ୍ତ୍ର ପ୍ରତିନିଧି ଭାବେ ସିଜିଏମ୍, ସେଣ୍ଟ୍ରାଲ ଅଫିସ, ମୁମ୍ବାଇରୁ ଶ୍ରୀମତୀ ପୁଷ୍ପଲତା ସାହୁ ଏବଂ ଲିଗାଲ ସେଲ୍, କୋଲକାତାରୁ ଡେପୁଟୀ ଆଇନ୍ ପରାମର୍ଶଦାତା ଶ୍ରୀ ସଂକଳ୍ପ ତ୍ୟାଗୀଙ୍କ ସମେତ ଓଡ଼ିଶା ରାଜ୍ୟ ସରକାରଙ୍କ ଅର୍ଥ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସମବାୟ ବିଭାଗ, ଆଇନ ବିଭାଗ, ପୁଲିସ କମିସନରେଟ, ସାଇବର କ୍ରାଇମ ସେବି(ଏସ୍ଇବିଆଇ)ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ସମ୍ମିଳନୀର ପୂର୍ବରୁ ଓଡ଼ିଶାରେ ସାଇବର ଠକେଇ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ସାଇବର ଠକେଇକୁ ଦୃଢ ଭାବରେ ମୁକାବିଲା କରିବା ପାଇଁ ବ୍ୟାଙ୍କର ଅଧିକାରୀ ତଥା କର୍ତ୍ତୃପକ୍ଷମାନଙ୍କୁ ପାଇଁ ଆଇନ୍ ପ୍ରବର୍ତ୍ତନ ସଂସ୍ଥାମାନଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ସଭାରେ ଡିଜିପି,କ୍ରାଇମ ଜଣାଇ ଥିଲେ ଯେ, ଓଡିଶାରେ ବ୍ୟବସାୟରେ ନିବେଶରେ ଠକେଇ, ଟ୍ରେଡିଂ ସ୍କାମ, ଡିଜିଟାଲ ଆରେଷ୍ଟ ଭଳି ଠକେଇ, ନିଯୁକ୍ତିରେ ଠକେଇ, ଓ୍ୱାର୍କ ଫ୍ରମ୍ ହୋମ୍ ପ୍ରସ୍ତାବ, ଠକ ୱେବସାଇଟ୍ ଏବଂ ହୋଟେଲ୍ ବୁକିଂ, ସୋସିଆଲ୍ ମିଡିଆ ଆଦି ଠକବାଜୀ ସବୁଠାରୁ ଅଧିକ ରିପୋର୍ଟ ହେଉଥିବା ଦୃଷ୍ଟିକୁ ଆସୁଛି । ବେଆଇନ୍(ମ୍ୟୁଲ) ଆକାଉଣ୍ଟ ଗୁଡିକ ସାଇବର ଠକେଇ କାର୍ଯ୍ୟକଳାପଙ୍କର ମୁଖ୍ୟ ଆୟୁଧ ହୋଇଥିବାରୁ, ବ୍ୟାଙ୍କଗୁଡିକୁ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରାଯାଇଛି । ମୁଖ୍ୟ ସାଧାରଣ ପରିଚାଳକ, ଆରବିଆଇ କହିଥିଲେ ଯେ, ସାଇବର ଠକେଇ ଓ ମ୍ୟୁଲ୍ ଖାତାଗୁଡିକ ପ୍ରତି ଆଗୁଆ ପଦକ୍ଷେପ ଏବଂ ଆବଶ୍ୟକତା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟାଙ୍କିଙ୍ଗ୍ ନିୟାମକ ଏବଂ ନିରୀକ୍ଷଣ କ୍ଷେତ୍ରକୁ ସୁଦୃଢ କରାଯିବା ସହ , ରାଜ୍ୟ ପ୍ରବର୍ତ୍ତନ ସଂସ୍ଥା, ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ନିରାପଦ ବ୍ୟାଙ୍କିଂ ସେବା ଓ ଠକେଇ ବିରୁଦ୍ଧରେ ପ୍ରତିକାରାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିଷେଧ କରାଯାଇଥିବା ଅନଧିକୃତ ଜମା ସ୍କିମ୍ (ବିୟୁଡିଏସ୍) ଅଧିନିୟମ, ୨୦୧୯ ସଂପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଉପ ଆଇନ୍ ପରାମର୍ଶଦାତା ଆଲୋକପାତ କରିଥିଲେ । ଏହି ବୈଠକରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ଆଇନ ସମ୍ମତ ଭାବେ ପଞ୍ଜୀକୃତ କରାଯ।ଇନଥିବା ସଂଗଠନ, ସମବାୟ ସମିତି, ମାର୍କେଟ୍ ଇଣ୍ଟେଲିଜେନ୍ସ ଇନପୁଟ୍ ଆଦି ବିରୋଧରେ ଆସୁଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଡିଜିଟାଲ୍ ଅଭିନବତ୍ଵ ଆମର କାର୍ଯ୍ୟ ଦକ୍ଷତା ବୃଦ୍ଧି ଏବଂ କାମକୁ ସହଜ କରୁଛି । ସାଇବର୍ ଠକେଇ କବଳରୁ ସୁରକ୍ଷିତ ରହିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ସାଇବର ଠକଙ୍କ ବିରୁଦ୍ଧରେ ଏବଂ ବେଆଇନ୍ ଅର୍ଥ ଜମା କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସମୟୋପଯୋଗୀ ଆବଶ୍ୟକତା ହୋଇଛି । ସେ ସମସ୍ତ ଅଂଶୀଦାରମାନଙ୍କୁ ଆବଶ୍ୟକ ପ୍ରତିକାରାତ୍ମକ ପଦକ୍ଷେପ ଏବଂ ଦୃଷ୍ଠାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ଯେଉଁଠି ତ୍ରୁଟି ରହୁଛି, ତାହା ସୁଧାରିବାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ । ସେ ବିଭିନ୍ନ ଟିଭି ଚ୍ୟାନେଲ୍ ଏବଂ ଅନ୍ ଲାଇନ୍ ପ୍ରଚାର ମାଧ୍ୟମରେ ସଧାରଣ ଲୋକଙ୍କୁ ଠକେଇ ସଂସ୍ଥାଗୁଡ଼ିକ ଦ୍ୱାରା ଲୋଭନୀୟ ପଞ୍ଜି ସ୍କିମ୍ଗୁଡିକ (ଠକେଇପୂର୍ଣ୍ଣ ନିବେଶ ଯୋଜନା)ର ଯେପରି ଶିକାର ନହେବେ, ସେ ବିଷୟରେ କାର୍ଯ୍ୟକ୍ରମ ଗ୍ରହଣ କରି ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ ।