୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଥିରୁ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଥିରୁ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଗୋଟିଏ ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି :

‘‘୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଥିରୁ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ। ତାଙ୍କ ଜୀବନ ସବୁବେଳେ ସମାଜ ସେବା ଏବଂ ଗରିବ ଓ ବଞ୍ଚିତଙ୍କ ସଶକ୍ତିକରଣ ପାଇଁ ସମର୍ପିତ ରହିଛି । ସେ ଜଣେ ଅସାଧାରଣ ଉପରାଷ୍ଟ୍ରପତି ହେବେ, ଯିଏ ଆମର ସାମ୍ବିଧାନିକ ମୂଲ୍ୟବୋଧକୁ ମଜବୁତ କରିବେ ଏବଂ ସଂସଦୀୟ ବିତର୍କକୁ ବୃଦ୍ଧି କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ।