ଭୁବନେଶ୍ୱର : ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ “ଏନ୍ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍”ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ମୋଟ ୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି ।
ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୧୩,୮୨୭ BL ବେଆଇନ ମଦ, 429 BL Duty-Paid liquor ଜବତ ହୋଇଛି । ମଦ ପାଇଁ ବ୍ୟବହୃତ ୧.୪୧ ଲକ୍ଷ ଲିଟର୍ ପୋଚ ନଷ୍ଟ କରାଯାଇଛି, ୯୦୦ କି.ଗ୍ରାମ୍ ମହୁଲି ଫୁଲ ଜବତ ହେବା ସହିତ ୩୩ଟି ଗାଡ଼ି ଜବତ ହୋଇଛି ।
ନାର୍କୋଟିକ୍ସ ଅଭିଯାନରେ ମଧ୍ୟ ବଡ଼ ସଫଳତା ସହ ମୋଟ ୨୩ଟି NDPS ମାମଲା ରୁଜୁ ହୋଇଛି I ଏଥିରେ ୩୨୪ କେଜି ଗଞ୍ଜେଇ, ୬୪୭ ଗ୍ରାମ୍ ହେରୋଇନ୍ ଜବତ ହୋଇଛି ।
ଏହି ଅଭିଯାନ ବେଆଇନ ମଦ ଓ ମାଦକ ବ୍ୟବସାୟ ପ୍ରତି “ଶୂନ୍ୟ ସହିଷ୍ଣୁତା” ନୀତିକୁ ସୂଚାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I