ସରକାରୀ ଡାକ୍ତରଖାନାରେ ହଜାର ହଜାର ଷ୍ଟାଫ ନର୍ସ ପଦବୀ ଖାଲି ,କରୋନାର ମୁକାବିଲା ହେବ କେମିତି ?

ସରକାର କେବଳ ଲୋକ ଦେଖାଣିଆ ପାଇଁ ଯୋଜନା କରୁଛନ୍ତି

Share this:

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଉଥିବା କହୁଛନ୍ତି, ଏ ଯୁଦ୍ଧରେ ଅନେକ ସିପାହୀ ସାମିଲ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ହେଲେ ପ୍ରକୃତରେ ଯିଏ କରୋନା ରୋଗୀକୁ ନିଜ ପରିବାରର ଜଣେ ସଦସ୍ୟ ଭଳି ୨୪ ଘଣ୍ଟା ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ଥାଏ ସେ ହେଉଛି ଜଣେ ନର୍ସ (ସେବିକା) । ଆପଣ ମାନେ ଛୋଟ ବେଳୁ ଦେଖିଥିବେ ହସ୍ପିଟାଲ ରେ ୨୪ ଘଣ୍ଟା ଯିଏ ସେବା ଯୋଗାଇ ଦେଇଥାଏ ସେ ହେଉଛି ଜଣେ ନର୍ସ । ସେମିତି ଏ ବର୍ଷ ଟି ନର୍ସ ଏବଂ ମିଡ୍ ୱାଇପ୍ସଙ୍କ ବର୍ଷ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ ଆଜି ଏମାନେ ଅବହେଳିତ ସରକାର ଏମାନଙ୍କୁ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ୩୦୦୦ ରୁ ଉର୍ଦ୍ଧ୍ୱ ଷ୍ଟାଫ ନର୍ସ ମାନଙ୍କୁ ଆଜି ଯାଏଁ ସ୍ଥାୟୀ କରା ଯାଇ ନାହିଁ । ସେମିତି ରାଜ୍ୟରେ ନର୍ସିଂ ଟ୍ରେନିଙ୍ଗ ନେଇସାରି ଯୁବକ ଯୁବତୀ ମାନେ ବେକାରୀ ହୋଇ ଘରେ ବସି ଥିବାବେଳେ ସରକାରୀ ଡାକ୍ତରଖାନା ମାନଙ୍କରେ ୬୦୦୦ ରୁ ଉର୍ଦ୍ଧ୍ୱ ଷ୍ଟାଫ ନର୍ସ ପଦବୀ ଖାଲି ପଡ଼ିଛି । ଏବେ ସରକାର କରୋନାର ମୁକାବିଲା କରିବାପାଇଁ ୬୦୦୦ ରୁ ମାତ୍ର ୩୦ ଭାଗ ପଦବୀ ପୂରଣ କଲେ, ତାହା ପୁଣି ୩ମାସ ପାଇଁ ଡେଲି ୱେଜସ୍ ଭାବରେ । ଏବେ ଅସ୍ଥାୟୀ ଭାବରେ କାମ କରୁଥିବା ଏ ନର୍ସ ମାନେ କରୋନା ୱାର୍ଡରେ କାମ କରୁଛନ୍ତି, ଆଉ କେଉଁ ପୁରୁଣା କର୍ମଚାରୀ କି ସ୍ଥାୟୀ କର୍ମଚାରୀ କରୁନାହାନ୍ତି । ହେଲେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବିମା ଓ ଅନ୍ୟ ସବୁ ସୁବିଧା ପାଇବେ କେବଳ ସ୍ଥାୟୀ କର୍ମଚାରୀ । କିନ୍ତୁ କରୋନା ୱାର୍ଡରେ କାମ କରୁଥିବା ଏହି ଅସ୍ଥାୟୀ କର୍ମଚାରୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ସେମିତି ସରକାରୀ ହସ୍ପିଟାଲରେ ଆଜିଯାଏଁ ପର୍ଯ୍ୟାପ୍ତ ପରିମାଣର ପି. ପି. ଇ. କୀଟ ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ମିଳିପାରିନାହିଁ । ଏଠି ପ୍ରଶ୍ନ ଉଠୁଛି ଯେ ସରକାର କେବଳ ଲୋକ ଦେଖାଣିଆ ପାଇଁ ଯୋଜନା କରୁଛନ୍ତି ଓ ବାହା ବାହା ନେଉଛନ୍ତି । କିନ୍ତୁ ପ୍ରକୃତରେ ସ୍ବାସ୍ଥ୍ୟ ବିଭାଗକୁ ନେଇ ସରକାରଙ୍କ ଦାୟୀତ୍ୱ ହୀନତା ସ୍ପଷ୍ଟ ବାରି ହୋଇ ଯାଉଛି । ଯଦି ସରକାର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏତେ ଦାୟୀତ୍ୱବାନ ତାହେଲେ ୩ ହଜାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ସମସ୍ତ ଷ୍ଟାଫ ନର୍ସ ମାନଙ୍କୁ ସ୍ଥାୟୀ କରନ୍ତୁ ଓ ଏହି ମହାମାରୀ ସମୟରେ ଆଗକୁ ଆସି ଅସ୍ଥାୟୀ ଭାବରେ ଥାଇ ବି କୋଭିଡ ହସ୍ପିଟାଲ୍ ରେ କାମକରୁଥିବା ସମସ୍ତ କର୍ମଚାରିଙ୍କୁ ଖାଲିପଡିଥିବା ପଦବୀ ମାନଙ୍କରେ ସ୍ଥାୟୀ ଭାବରେ ନିଯୁକ୍ତି ପ୍ରଦାନ କରନ୍ତୁ ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE