ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଧାୟକ ଭାବେ ଶପଥ ଗ୍ରହଣ କରାଇଲେ ବାଚସ୍ପତି

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ବୁଧବାର ଦିନ ୪୬-ଧାମନଗର (ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଧାୟକ ଭାବେ ଶପଥ ଗ୍ରହଣ କରାଇଛନ୍ତି । ପ୍ରକାଶଯୋଗ୍ୟ ଯେ ୪୬-ଧାମନଗର (ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀର ସଦସ୍ୟ ବିଷ୍ଣୁଚରଣ ସେଠୀଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନ ଟି ଖାଲି ରହିଥିଲା । ଚଳିତ ମାସ ୩ ତାରିଖ ଦିନ ଏହି ଆସନ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମାନ୍ୟବର ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ବିରୋଧି ଦଳର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ବିଧାୟକ ଶ୍ରୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ବିଧାନସଭାର ଅନ୍ୟ ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *