ଆଦାନୀ ଫାଉଣ୍ଡେସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଧାମରା: ଆଦାନୀ ପୋର୍ଟ କମ୍ପାନୀର ସିଏସ୍‌ଆର୍ ବିଭାଗ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ୫୦ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୋର୍ଟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦନିପାଳ ମା’ ଧାମରାଇ ମତ୍ସ୍ୟଜୀବୀ ବଣିକ ସଂଘ, ଜ୍ୟୋତ୍ସାମୟୀ କାଳିନାଳି ମତ୍ସ୍ୟଜୀବୀ ବଣିକ ସଂଘ, ଅମନନଗର ଓ ରବୀନ୍ଦ୍ର ନଗର ଅଞ୍ଚଳର ବୈତରଣୀ ବାଲିଚର ମତ୍ସ୍ୟଜୀବୀ ବଣିକ ସଂଘର ଟ୍ରଲର ସଦସ୍ୟ ଓ ମାଲିକ ଏବଂ ମତ୍ସ୍ୟଜୀବୀମାନେ ଯୋଗ ଦେଇଥିଲେ । ମତ୍ସ୍ୟଜୀବୀମାନେ ମାଛଧରା ଡଙ୍ଗା ସାହାଯ୍ୟରେ କିପରି ସମୁଦ୍ରରେ ସୁରକ୍ଷିତ ମାଛ ମାରିପାରିବେ, ସେ ନେଇ ମତ୍ସ୍ୟଜୀବୀ ସମ୍ପ୍ରଦାୟର ବିକାଶ ଦିଗରେ କାର୍ଯ୍ୟରତ ଧାମରା ପୋର୍ଟ ସାମୁଦ୍ରିକ ଏବଂ ସୁରକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ସତେଚନ କରାଯାଇଛି । କାର୍ଯ୍ୟକ୍ରମରେ ଧାମରା ପୋର୍ଟ କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ ଏବଂ ମତ୍ସ୍ୟଜୀବୀଙ୍କ ବ୍ୟବସାୟ ସହିତ ଏହାର ସମ୍ପର୍କ କିପରି ରହିଛି ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିପିସିଏଲ୍‌ର ସୁରକ୍ଷା ମୁଖ୍ୟ, ସାମୁଦ୍ରିକ ମେରାଇନ ଟିମ୍ ସହ କ୍ୟାପଟେନ, ଉଦ୍ୟାନକୃଷି ମୁଖ୍ୟ ପ୍ରମୁଖ ସୁରକ୍ଷିତ ଭାବେ ମାଛ ଧରିବା ଏବଂ ଜାହାଜ ପରିଚାଳନା କାର୍ଯ୍ୟର ବିଭିନ୍ନ ଦିଗ ବିଷୟରେ ବର୍ଣ୍ଣନା କରିଥିଲେ । ଆଲୋଚନା ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ପୋର୍ଟ ମଧ୍ୟକୁ ପରିଦର୍ଶନରେ ନିଆଯାଇଥିଲା ଏବଂ ଧାମରା ପୋର୍ଟ ଜେଟ୍ଟୀ ମଧ୍ୟକୁ ଯେଉଁ ଚ୍ୟାନେଲ ମାଧ୍ୟମରେ ଜାହାଜଗୁଡ଼ିକ ପ୍ରବେଶ କରିଥାଏ, ତାହାକୁ ବୁଲି ଦେଖାଇଥିଲେ । ମତ୍ସ୍ୟଜୀବୀମାନଙ୍କୁ ମାଛଧରା ଟ୍ରଲର ଏବଂ ଦେଶୀଡଙ୍ଗାରେ ସୁରକ୍ଷିତ ଭାବେ ମାଛ ଧରିବା କୌଶଳ ପ୍ରଦର୍ଶନ କରାଯାଇଥିଲା । ବନ୍ଦର ପ୍ରତିଷ୍ଠା ହେବା ଦିନଠାରୁ ପୋର୍ଟ କର୍ତ୍ତୃପକ୍ଷ ଆମର ଯୋଗଦାନ ଉପରେ ବିଚାର କରି ଆସୁଛନ୍ତି । ଆମ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଆମେ ସମୟ ସମୟରେ ସେମାନଙ୍କ ସହଯୋଗ ଗ୍ରହଣ କରୁଛୁ ଯାହା ଦ୍ୱାରା ଆମେ ନିରାପଦରେ ଘରକୁ ଫେରିପାରିବା । ବିଭିନ୍ନ ସରକାରୀ ବିଭାଗ ସହ ଯୋଗାଯୋଗ କରି ଆମ ସୁବିଧା ମୁତାବକ ସାହାଯ୍ୟ ଓ ସୁଯୋଗ ଯୋଗାଇ ଦେଇ ସମୁଦ୍ର ମଧ୍ୟରେ ସରକାରୀ ନିୟମ ଅନୁଯାୟୀ ନିରାପଦ ଭାବେ ମାଛଧରି ପାରୁଛୁ ବୋଲି ରବୀନ୍ଦ୍ର ନଗରର ଜଣେ ଟ୍ରଲର ମାଲିକ ଗୌରହରି ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *