୨୦୩୬ ପାଇଁ ରୋଡ଼ମ୍ୟାପ

ଝାରସୁଗୁଡ଼ା : ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ଶିଳ୍ପ ସଂଘ (CII) ଦ୍ୱାରା ଝାରସୁଗୁଡ଼ାରେ CII ଓଡ଼ିଶା ମାଇନିଂ କନ୍କ୍ଲେଭ୍ ୨୦୨୫ ଅଧିବେଶନ ଓ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଳ୍ପ, ସରକାର, ଶିକ୍ଷା ଓ ସହଯୋଗୀ ରୁ ୨୫୦ ରୁ ଅଧିକ ପ୍ରମୁଖ ନେତାମାନେ ଯୋଗଦେଇ ଓଡ଼ିଶାର ଖଣି ଓ ଶିଳ୍ପ ବିକାଶ ନେଇ ଚର୍ଚ୍ଚା କରାଯାଇଥିଲା I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଓଡ଼ିଶା ଏବେ ଖଣି-ସମୃଦ୍ଧ ରାଜ୍ୟରୁ ଏକ ବିଶ୍ୱସ୍ତରୀୟ ଶିଳ୍ପ ଗନ୍ତବ୍ୟରେ ପରିଣତ ହେଉଛି । ୨୦୨୪ ରୁ ଏପର୍ଯ୍ୟନ୍ତ ରାଜ୍ୟ ୮ ଲକ୍ଷ କୋଟି ଟଙ୍କାର ନିବେଶ ଅନୁମୋଦନ କରିଛି, ଯାହାର ଫଳରେ ୨.୫ ଲକ୍ଷ ରୁ ଅଧିକ ଚାକିରି ସୃଷ୍ଟି ହୋଇଛି । ଗତ ତିନିମାସରେ ମାତ୍ର ₹୫,୭୭୦ କୋଟି ମୂଲ୍ୟର ୫୦ ପ୍ରକଳ୍ପ ଆରମ୍ଭ ହୋଇଛି ଓ ₹୭,୪୦୦ କୋଟି ରୁ ଅଧିକ ନିବେଶ ହୋଇଛି I ଏଥିରେ ଗୋପାଳପୁରର ସୌର ଉର୍ଜା ପ୍ରକଳ୍ପ ମଧ୍ୟ ରହିଛି । ଏହା ସହିତ ₹୫,୩୮୦ କୋଟି ମୂଲ୍ୟର ୨୭ ଶିଳ୍ପ ପ୍ରକଳ୍ପ ଚାଲୁ ହୋଇଛି । ଏହାସହ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ରେ ତିନିଟି ନୂଆ ଶିଳ୍ପ ପାର୍କ ଗଠନ କରାଯିବ ବୋଲି ସୂଚନା ଦେଇଥିଲେ I ଯେଉଁଥିରେ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର ଓ BPM ପରି ନୂଆ ପ୍ରକଳ୍ପ ଙ୍କୁ ଗୁରୁତ୍ୱ ଦିଆଯିବ — ଯାହା ଓଡ଼ିଶାକୁ ୨୦୪୭ ଭିତରେ ଏକ ଅର୍ଥନୈତିକ ଓ ଚାକିରି ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ଉଠିବାରେ ସାହାଯ୍ୟ କରିବ । ବିଧାୟକ ଟଙ୍କାଧର ତ୍ରିପାଠୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ MSME ଓ ଯୁବ ଉଦ୍ୟୋଗୀ ମାନଙ୍କୁ ମେଣ୍ଟର କରିବା ପାଇଁ ଶିଳ୍ପଗୁଡ଼ିକୁ ଆହ୍ୱାନ କଲେ । ଏହାସହ ଶିଳ୍ପନୁଷ୍ଠାନ ଗୁଡିକର ସହାଭାଗିତାରେ ଝାରସୁଗୁଡାରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦେଇଥିଲେ I ଯେଉଁଠାରେ ସ୍ଥାନୀୟ ଯୁବସମାଜ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ମାତା ପ୍ରକାଶ କରିଥିଲେ I ଏହାସହ ଦକ୍ଷତା ଓ ପ୍ରଯୁକ୍ତି କୁ ଗୁରୁତ୍ୱ ଦେଇ ବିକାଶ କରାଯାଇ ପାରିଲେ ଲଜିଷ୍ଟିକ୍ସ ଦକ୍ଷତା ଓ ଖର୍ଚ୍ଚ କମିବ, ଯାହା ଓଡ଼ିଶାର ଆର୍ଥିକ ପରିବର୍ତ୍ତନକୁ ଦୃଢ କରିବ ବୋଲି କହିଥିଲେ I ଏହାସହ ଝାରସୁଗୁଡା ରେ ଷ୍ଟିଲ ମଣ୍ଡି ଓ ଆଲୁମିନିୟମ ମଣ୍ଡି ଖୋଲିବାକୁ ପ୍ରସ୍ତାବ ଦେଇଥିଲେ I ରାଜ୍ୟରେ ଆଲୁମିନିୟମ ଓ ଇସ୍ପାତ ସବୁଠୁ ବେଶୀ ଉତ୍ପାଦନ ହେଉଥିବା ବେଳେ ରାଜ୍ୟରେ ବିକ୍ରି କରିବ ପାଇଁ ମଣ୍ଡି ନଥିବା କହିଥିଲେ I ଏହାସହ ଜିଲ୍ଲାରେ 1955 ମସିହାରୁ ଝାରସୁଗୁଡା ଇଂଜିନେରିଙ୍ଗ ସ୍କୁଲ ଅଛି I ତେବେ ଏହାକୁ ଇଂଜିନେରିଙ୍ଗ କଲେଜ ରେ ପରିବର୍ତନ କରିବ ପାଇଁ ପ୍ରସ୍ତାବ ଦେଇଥିଲେ I ଏହା ସହ ଝାରସୁଗୁଡା ବିଟିଏମ ସୂତାକଳ ବନ୍ଧ ପଡ଼ିଥିବା ବେଳେ ଏଠାରେ ଏକ ଇଲେକ୍ଟ୍ରୋନିକ ହବ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ I ତେବେ ମନ୍ତ୍ରୀ ବିଧାୟକଙ୍କ ପ୍ରସ୍ତାବକୁ ଗୁରୁତର ସହ ବିଚାର କରାଯିବ ବୋଲି କହିଥିଲେ I ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓଡ଼ିଶା ଭାରତର ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ନେଇଛି । ୨୦୨୫ ର ପ୍ରଥମ ତ୍ରୟମାସିକରେ ମାତ୍ର ₹୧.୪ ଲକ୍ଷ କୋଟି ନୂତନ ନିବେଶ ଆସିଛି । ସେ ରାଜ୍ୟର ମୂଲ୍ୟ ବୃଦ୍ଧି, ଡାଉନଷ୍ଟ୍ରିମ କ୍ଲସ୍ଟର ଗଠନ, ଗ୍ରୀନ୍ ଟେକ୍-ଚାଳିତ ମାଇନିଂ ଓ ସ୍ୱଚ୍ଛ ନୀତି ଉପରେ ଜୋର ଦେଲେ, ଯାହା ଓଡ଼ିଶାକୁ ଆଗାମୀ ୨୫ ବର୍ଷରେ ଭାରତର ବିକାଶ ଇଞ୍ଜିନ୍ ଭାବେ ସ୍ଥାପିତ କରୁଛି । ଶ୍ରୀ ଜି. ସୁରେଶା, ଉପାଧ୍ୟକ୍ଷ, CII ଓଡ଼ିଶା ରାଜ୍ୟ ପରିଷଦ, ଓଡ଼ିଶାର ଶିଳ୍ପଗତ ଅଗ୍ରଗତିକୁ ସ୍ତୁତି କରି CII ଙ୍କ ଝାରସୁଗୁଡ଼ା ଆଧାରକୁ ସଶକ୍ତ କରିବା ନେଇ ମତ ଦେଇଥିଲେ I ସିଆଇଆଇ ର ପୂର୍ବତନ ଅଧ୍ୟକ୍ଷ ଡ଼ା. ପ୍ରଦୀପ୍ତ ମହାନ୍ତି, ଅଧିବେଶନର ଭୂମିକା ସଜାଇ ଦେଇ କହିଲେ ଯେ, ଓଡ଼ିଶାର ଖଣି ବିକାଶ ପାଇଁ ସସ୍ଥାୟୀ ଓ ନବୀନ ଭାବନା ଅତ୍ୟନ୍ତ ଆବଶ୍ୟକ, ଏବଂ ଏହିପାଇଁ ଗବେଷଣା, ଡାଉନଷ୍ଟ୍ରିମ ଲିଙ୍କେଜ୍ ଓ ଦକ୍ଷତା ଏକୋସିଷ୍ଟମ୍‌କୁ ସୁଦୃଢ଼ କରିବା ଦରକାର ବୋଲି ମତ ଦେଇଥିଲେ I ବେଦାନ୍ତର ସିଇଓ ସି. ଚନ୍ଦ୍ରୁ ଯୋଗଦେଇ ଓଡ଼ିଶାକୁ ଭାରତର ଖଣି ଅର୍ଥନୀତିର କେନ୍ଦ୍ର ଭାବେ ବର୍ଣ୍ଣନା କରିଥିଲେ I ରାଜ୍ୟର ସ୍ୱଚ୍ଛ ଶାସନ ଓ ଶିଳ୍ପ ସହଯୋଗ ଏକ ଆନ୍ତର୍ଜାତୀୟ ମାନକ ତିଆରି କରିଛି । ହିଂଡଲକୋର ଉପଦେଷ୍ଟା ବିଭୁ ମିଶ୍ର ଯୋଗଦେଇ ଓଡ଼ିଶା ସରକାରଙ୍କ ସହଯୋଗ ଶିଳ୍ପ-ଚାଳିତ ବିକାଶ ଓ ପରିବେଶ ରକ୍ଷଣରେ ମୁଖ୍ୟ ଭୂମିକା ନେଇଛି ବୋଲି ମତ ରଖିଥିଲେ I ଶେଷରେ ସିଆଇଆଇ ସଦସ୍ୟ ପ୍ରବୋଧ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I