“ଭାରତ ଯୋଡ଼ – ଓଡ଼ିଶା” ପରିବର୍ତନ ଯାତ୍ରା ମୟୁରଭଞ୍ଜ ଜିଲ୍ଲାକୁ ପ୍ରବେଶ କଲା

ଭୁବନେଶ୍ୱର:  ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ନବଦିନର ଭାରତଯୋଡ଼ ଯାତ୍ରା ବାଲେଶ୍ୱର ସହର ଉପକଣ୍ଠ କୋରଡ଼ା ଛକଠାରୁ ପ୍ରଥମ ପର୍ଯ୍ୟାୟ ପଦଯାତ୍ର ଆରମ୍ଭ ହେଲା । ଏହି ପଦଯାତ୍ରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲା କୁମାର ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରା ବାଲେଶ୍ୱର ସହର ପରିକ୍ରମା କରି ହିମପୁରା ଛକଠାରେ ପ୍ରଥମ ପର୍ଯ୍ୟାୟ ପଦଯାତ୍ର ଶେଷ ହୋଇଥିଲା । ଏହି ପ୍ରଥମ ପର୍ଯ୍ୟାୟ ପଦଯାତ୍ରାରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ନବଜ୍ୟୋତି ପଟ୍ଟନାୟକ, ରାଜନ ଏକ୍କା ଏବଂ ବହୁ ମାନଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ଯୋଗଦେଇଥିଲେ । ଏହି ପଦଯାତ୍ରାରେ ବାଲେଶ୍ୱର ଜିଲ୍ଲାର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତରଞ୍ଜନ ଷଡ଼ଙ୍ଗୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପ୍ରତିଯୋଗିତା କରିଥିବା ସମସ୍ତ ବିଧାୟକ ପ୍ରାର୍ଥୀ, ବିଜନ ନାୟକ, ସୁଦର୍ଶନ ଦାସ, ସତ୍ୟଶିବ ସୁନ୍ଦର ଦାସ, ମନଜା ମଞ୍ଜରୀ ଦେବୀ ଅଂଶଗ୍ରହଣ କରିଥିଲେ ।  ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଲେ ଯେ ଏ ଧନ, ପାନ, ମିନର ସହର ଆଜି ୨୨ ବର୍ଷରେ ଏକ ଅପାରଗ ସରକାର ଯୋଗୁ ଆଜି ଶ୍ରୀହିନ, କଂଗ୍ରେସ ଶାସନ ସମୟରେ ଏ ଜିଲ୍ଳା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଥିଲା । କିନ୍ତୁ ଆଜି ବିର୍ଲା ଟାୟାର୍ସ ବନ୍ଦ, ପୋଲାର ଲାଟେଜ, ବାଲେଶ୍ୱର ଆଲୋଏଜ, ଓଇଏଲ ଏବଂ ପଶୁକାରଖାନ ମଧ୍ୟ ବନ୍ଦ ହୋଇଯାଇଛି । ୨୨ ବର୍ଷ ଭିତରେ ନବୀନ ବାବୁ ଗୋଟିଏବି ନୂଆ କାରଖାନା ସ୍ଥାପନ କରିନାହାନ୍ତି । ଏ ଅଞ୍ଚଳର ଏମ୍ସ, ଆଇଟିଆଇ କଂଗ୍ରେସ ସରକାର ସମୟରେ ହୋଇଥିଲା । କିନ୍ତୁ ୮ ବର୍ଷର ବିଜେପି ଶାସନରେ ଏ ଜିଲ୍ଲାର ଏମ୍ସ ସାଟଲାଇଟି ସିଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଆଜି ଏ ଜିଲ୍ଲାର କୃଷକ, ଧାନର ଅଭାବିବିକ୍ରୀର ବଡ଼ ସମସ୍ୟାକୁ ସାମନା କରୁଛି । ଏ ଅଞ୍ଚଳର ଯୁବକ ଯୁବତୀ ଆଜି ବେରୋଜଗାର । ବାଲେଶ୍ୱର ସହର, ଉଚ୍ଚଶିକ୍ଷିତ ଜିଲ୍ଲା ହୋଇଥିଲେ ମଧ୍ୟ ଏ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ସହଦବେ ଖୁଂଟା ଓଭରିବ୍ରିଜ ଠାରେ ଜଣେ ଶତାୟୁ ମହିଳା ଶ୍ରୀ ପଟ୍ଟନାୟକ ଏବଂ ଭାରତଯୋଡ଼ ଯାତ୍ରୀଙ୍କୁ ଆଶୀର୍ବାଦ କରିଥିଲେ । ବହୁ ସ୍କୁଲ ଛାତ୍ରଛାତ୍ରୀ ତଥା ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଯୁବତୀ ଏ ଯାତ୍ରାରେ ସାମିଲ ହୋଇଥିଲେ । କୁନି କୁନି ପିଲାମାନେ ସର୍ବଧର୍ମ ସମନ୍ୱୟର ବିଭିନ୍ନ ପୋଷାକ ପିନ୍ଧି ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇ ବହୁବାଟ ପଦଯାତ୍ରାରେ କରିଥିଲେ । ବାଲେଶ୍ୱର ଜିଲ୍ଲାର କଂଗ୍ରେସ ନେତା ତଥା ପ୍ରଜ୍ଞାପାରମିତା ମହାନ୍ତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଡ ଏ ଚେଲ୍ଳା କୁମାରଙ୍କୁ ଧରି କାନ୍ଦିଲେ ଏବଂ କଂଗ୍ରେସ କିପରି ସୁଦୃଢ଼ ହେବ ଏବଂ କଂଗ୍ରେସ କିପିର ସରକାରକୁ ଫେରିବ ଏହା ତାଙ୍କର ଅନ୍ତିମ ଇଛା । ଶ୍ରୀ ପଟ୍ଟନାୟକ ଶ୍ରୀଯୁକ୍ତ ମହାନ୍ତିଙ୍କ ଦୁଇ ହାତକୁ ଧରି ଭାବବିହ୍ୱଳ ହୋଇ ପ୍ରତିଶୃତି ଦେଇଥିଲେ ୨୦୨୪ ରେ କଂଗ୍ରେସ ନିଶ୍ଚିତ ଭାବେ ଶାସନ ଭାର ହାତକୁ ନେବେ । ଭାରତ ଯୋଡ଼ ଦ୍ୱିତୀୟ ପର୍ଯ୍ୟାୟ ଭିମପୁରାଠୁ ଆରମ୍ଭ ହୋଇ ମୟୁରଭଞ୍ଜ ଜିଲ୍ଲା କଳମା ଗେଟଠାରେ ପହଞ୍ଚିଥିଲା ।  ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ମାନସ ଚୌଧୁରୀ, ପ୍ରକାଶ ଜେନା, ମନୋଜ ବିଶ୍ୱାଳ, ସଂଜୟ ତ୍ରିପାଠୀ, ସନତ ଦାସ, ବାଙ୍କନିଧି ବେହେରା, ହଳଧର ସେଠୀ, ଜିଆଉଲ ହକ, ବିସ୍ମୟ ମହାପାତ୍ର, ରଜନୀ ମହାନ୍ତି, ଗୌତମ ସାହୁ, ରଞ୍ଜନ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ପ୍ରଦୀପ ମହାପାତ୍ର, ସତ୍ୟବ୍ରତ ନାୟକ, ବିଶ୍ୱଜିତ ଦାଶ, ବିଶ୍ୱ ମହାନ୍ତି, ବିଜନ ନାୟକ, କୈଳାସ ସାହୁ, ମହମ୍ମଦ ସାହାଦୁଲ୍ଲା, ଜ୍ଞାନ ପଟ୍ଟନାୟକ, ଅଶୋକ ଦାସ, ଶ୍ରୀୟାସ୍ମିତା ପଣ୍ଡା, ଜାନକୀ ମଲ୍ଲିକ, ବିଜନ ଦାସ, ସୌରଭ ପଟ୍ଟନାୟକ, ଦେବଦତ ଦାସ, ନିହାର ବେହେରା, ପ୍ରଜ୍ଞା ପରମିତା ମହାନ୍ତି, ପ୍ର୍ରଭାତ ପ୍ରତାପ ସିଂ, ଅରୁଣ ଜେନା, ମନୋଜ ସାହୁ, ନିତେଶ ବେହେରା, ଜୟକୃଷ୍ଣ ମଲ୍ଲିଆ, ଜୀବନ ମହାପାତ୍ର ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ  । 

Leave a Reply

Your email address will not be published. Required fields are marked *