ବିଜେପିରେ ଯୋଗ ଦେଲେ ନିର୍ବାଚିତ ପ୍ରତିନିଧି

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଦିନକୁ ଦିନ ବିଜେଡି ର ଗଡ ଭୁଷୁଡିବାରେ ଲାଗିଛି । ଆଜି ଝାରସୁଗୁଡା ଲଇକେରା ବ୍ଲକ ବହୁ ଜନ ପ୍ରତିନିଧି ଆଜି ବିଧିଭଦ୍ଧ ଭାବରେ ଆଜି ବିଜେପି ରେ ସାମିଲ ହୋଇଛନ୍ତି । ଆଜି ଝାରସୁଗୁଡା ବି ଟି ଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ଅନ୍ୟ ଦଳ ଛାଡି ଆଜି ବିଜେପି ରେ ବହୁ ସମର୍ଥକ ସାମିଲ ହୋଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ ଯେଉଁମାନେ ଆଜି ବିଜେପି ରେ ସାମିଲ ହୋଇଛନ୍ତି ସେମାନଙ୍କୁ ସ୍ୱାଗତ କରିବା ସହିତ କେନ୍ଦ୍ର ରେ ଭାରତୀୟ ଜନତା ପାର୍ଟି ର ସରକାର ଓ ରାଜ୍ୟ ରେ ଭାରତୀୟ ଜନତା ପାର୍ଟି ର ସରକାର ଙ୍କ ଗରିବ କଲ୍ୟାଣ ନୀତି ସମସ୍ତେ ଉତ୍ସାହିତ ଅଛନ୍ତି । ଆଜି ଓଡିଶା ର ସମସ୍ତ ସ୍ଥାନରେ ଭାରତୀୟ ଜନତା ପାର୍ଟି ରେ ମିଶ୍ରଣ ର ଧାରା ଜାରି ରହିଛି । ଓଡିଶା ର ବିଭିନ୍ନ ସ୍ଥାନରେ କୌଣସି ଲାଭ ଆଶା ନ ରଖି ବିଜେପି ରେ ସାମିଲ ହେଉଛନ୍ତି । ଝାରସୁଗୁଡା ରେ ଆଜିର ଏହି ମିଶ୍ରଣ ପର୍ବ ସାଙ୍ଗଠାନିକ ଭାବରେ ପାର୍ଟି କୁ ଆହୁରି ସୁଦୃଢ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇ ୨୦୧୪ ମସିହା ପରେ ଦେଶ ବିକାଶ ର ଟ୍ରାକ ରେ ଚଳିବା ଆରମ୍ଭ କରିଥିଲା । ୨୦୨୪ ପରେ ଓଡିଶା ବିକାଶ ର ଟ୍ରାକ ରେ ଚଲିବା ଆରମ୍ଭ କରିଛି । ଝାରସୁଗୁଡା ବର୍ତ୍ତମାନ ବଦଳୁଛି ଓ ଝାରସୁଗୁଡା ବର୍ତ୍ତମାନ ବିକାଶ ର ଟ୍ରାକ ରେ ଚଳିବା ଆରମ୍ଭ କରିଛି ।ଭାରତୀୟ ଜନତା ପାର୍ଟି ପ୍ରତି ଧିରେ ଧିରେ ଲୋକଙ୍କ ଆଶା ବଢିବାରେ ଲାଗିଛି । ଆଜିର ଏହି ମିଶ୍ରଣ ପର୍ବ ରେ ଭାରତୀୟ ଜନତା ପାର୍ଟି କୁ ଆହୁରି ସୁଦୃଢ କରିବ । ଆଗାମୀ ତ୍ରୀ ସ୍ତରୀୟ ପଂଚାୟାତ ନିର୍ବାଚନ ରେ ବିଜେପି ସଫଳ ହେବ ସମସ୍ତ ବ୍ଲକ ରେ ବିଜେପି ର ନିର୍ବାଚିତ ପ୍ରତିନିଧି ଚେୟାରମେନ ହେବେ ବୋଲି କହିବା ସହ ଝାରସୁଗୁୁଡା ପୌର ପରିଷଦ ମଧ୍ୟ ବିଜେପି ଦଖଲ କରିବ ବୋଲି ସାଂସଦ ଶ୍ରୀ ପୁରୋହିତ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ ଯୋଗ ଦେଇ ଆଗାମୀ ଦିନରେ ଝାରସୁଗୁଡା ରେ ବିଜେପି କୁ ତୃଣମୁଳ ସ୍ତରରେ ମଜବୁତ କରିବା ସହିତ ଝାରସୁଗୁଡା କୁ ବିକାଶ ଦିଗରେ ଆଗକୁ ନେବାରେ ଏହା ସହାୟକ ହେବ ବୋଲି କହିଛନ୍ତି । ଆୟୋଜିତ ଏହି ମିଶ୍ରଣ ପର୍ବ ରେ ଲଇକେରା ବ୍ଲକ ତିଲେଇମାଲ ସରପଂଚ ଟିକେଶ୍ୱର କଣ୍ଟା,ସାରଙ୍ଗଲୋଇ ସରପଂଚ ଲଲିତ କୁମାର ସେଠ,ଭାତଲଇଡା ସରପଂଚ ଦୁଶମନ୍ତ ଭୋଇ,କୁଲେମୁରା ସମିତି ସଭ୍ୟ କଲ୍ୟାଣି ବାଗ,ଝାରସୁଗୁଡା ବ୍ଲକ ବଡମାଲ ଗ୍ରାମ ର ନାୟବ ସରପଂଚ ସେଜତି କିଶାନ,ଜିଲ୍ଲା ବିଜୁ ଜନତା ଦଳ ର ପୂର୍ବତନ ସାଧାରଣ ସମ୍ପାଦକ ଲଙ୍କେଶ୍ୱର ଭୀମ,ତେଲି ସମାଜ ର ନେତା ମଧୁ ମଙ୍ଗଳ ସା,ଓରାମ ସମାଜ ର ଉପ ସଭାପତି କତାଲୁ ଓରାମ,ବରିଷ୍ଟ ନେତା ଶିବଲାଲ ସିଂ,ଯୁବ ନେତା ତପନ ସେଠ,ବରିଷ୍ଟ ନେତା କୌଳାଶ ନାୟକ,ଭକ୍ତ କିଷାନ,ଜପନ କିଷାନ,ଝାରସୁଗୁଡା ପୌର ପରିଷଦ ର ଯୁବ ନେତା ଜୟ ମହାନନ୍ଦିଆ ସହିତ ଅନେକ କର୍ମକର୍ତ୍ତା ଆଜି ବିଜେପି ରେ ସାମିଲ ହୋଇଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା,ନେତାଜି ପଟ୍ଟନାୟକ,ଲଲିତ ମଗର,ସାହାସପୁର ସରପଂଚ ସୁକାନ୍ତି ଜୟପୁରିଆ,ବିମଲେନ୍ଦୁ ଭୋଳ,ବିଶ୍ୱଜିତ ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ ।