ଓଡ଼ିଆଙ୍କ ପ୍ରାଣ,ମୂଳ ଅଧିବାସୀ, ବିଶିଷ୍ଟ ଦାର୍ଶନୀକ, ମହାପୁରଷ ଉତ୍କଳ ଗୌରବ ଶ୍ରୀ ଶ୍ରୀ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅପ୍ରେଲ ୨୮ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି । ବିଶେଷ କରି ଆଇନଜୀବିମାନେ ହିଁ ଅଧିକ ଉତ୍ସାହର ସହ ପାଳନ କରିଥିବା ନଜରକୁ ଆସୁଛି । କାରଣ ଏହି ଦିନ ଆଇନଜୀବି ଦିବସ ମାନ୍ୟତା ପାଇଛି । ଶ୍ରୀ ଶ୍ରୀ ମଧୁବାବୁ ଅନ୍ୟାନ୍ୟ ଅଲୌକିକ ପ୍ରତିଭାର ଅଧିକାରୀ ସହିତ ଶ୍ରେଷ୍ଠ ଆଇନଜୀବି ଥିଲେ ଏବଂ ତାଙ୍କ ପରି କେହି ହୋଇପାରିବେ ନାହିଁ । ତେଣୁ ଆଇନଜୀବିମାନେ ଏହି ଦିନକୁ ଅଧିକ ଗୁରୁତ୍ୱ ଦିଅନ୍ତି । ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶା ସରକାର ଏହି ପୂଣ୍ୟ ଦିବସକୁ ଧୁମଧାମରେ ପାଳନ କରିବା ଆବଶ୍ୟକ । ଏହି ଦିବସକୁ “ଓଡ଼ିଆଙ୍କ ତ୍ରାଣକର୍ତ୍ତା ଦିବସ” ଭାବେ ଘୋଷଣାକରି ପ୍ରତ୍ୟେକ ମନ୍ଦିର, ଚର୍ଚ୍ଚ, ମସଜିଦ୍, ବିଭିନ୍ନ ଧର୍ମ ଅନୁଷ୍ଠାନ ଗୁଡ଼ିକରେ ଏବଂ ରାଜ୍ୟ ସଚ୍ଚିବାଳୟରେ ପୂଜା ଅର୍ଚ୍ଚନା , ଜୟଗାନ ସଭା, ଖାଦ୍ୟ ପଦାର୍ଥ, ଫଳ ଏବଂ ମିଠା ବଣ୍ଟନ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ କରିବା କଥା । କୌଣସି ସରକାରୀ /ବେସରକାରୀ ଛୁଟି ନ କରି କେବଳ ଉପରୋକ୍ତ ଲିଖିତ କାର୍ଯ୍ୟମାନ କଲେ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ଏବଂ ଆମ ପରିଚୟ ଦେଶରେ ଶ୍ରେଷ୍ଠ ହେବ । ମଧୁବାବୁଙ୍କ ପାଇଁ ଓଡ଼ିଶା ସରକାର ଯାହା ଯୋଜନା ଏବଂ କାର୍ଯ୍ୟକ୍ରମ କରୁଛନ୍ତି ତାହା କିଛି ନାହିଁ , କେବଳ ନାମକୁ ମାତ୍ର । ଓଡ଼ିଆଙ୍କ ଶ୍ରେଷ୍ଠ ମୁକୁଟ ଶ୍ରୀ ଶ୍ରୀ ମଧୁବାବୁଙ୍କ କଟକର ଗୋରା କବରରେ ଥିବା ସମାଧିଙ୍କୁ ସ୍ଥାନାନ୍ତରିତ କରି ସରକାର ରାଜ୍ୟ ସଚ୍ଚିବାଳୟର ମୁଖ୍ୟ ପ୍ରବେଶ ପଥ ପାଖରେ ଥିବା ବଗିଚାରେ ପୁଣି ସ୍ଥାପିତ କରି ପଣ୍ଡିଚେରୀର ଶ୍ରୀମା ଏବଂ ଶ୍ରୀ ଅରବିନ୍ଦଙ୍କ ସମାଧିପରି ସାଜସଜ୍ଜା କରି ରଖିଲେ ଶାସକଙ୍କୁ ଆଶୀର୍ବାଦ ମିଳିବା ସହିତ ଶାସକ – ପ୍ରଶାସକ ସଠିକ୍ ମାର୍ଗରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ ଏବଂ ପ୍ରତ୍ୟେକ ଓଡ଼ିଆ ତାଙ୍କ ସମାଧି ଦର୍ଶନର ସୁଯୋଗ ପାଇପାରିବେ । ଓଡ଼ିଶା ପୃଥିବୀରେ ଶ୍ରେଷ୍ଠ ମାନ୍ୟତା ପାଇବ ।
ସମୀର କୁମାର ସିଂହ : ପ୍ରକାଶକ_ସଂପାଦକ
Hi there, just wanted to say, I enjoyed this post. It was inspiring.
Keep on posting! https://glassi-greyhounds.mystrikingly.com/