୫ ଶିଶୁ ଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କଲେ ନୂଆ ପରିବାର

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନର ପ୍ରୟାସରେ ଆଜି ୫ ଜଣ ଶିଶୁଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଆଜି ଆନୁଷ୍ଠାନିକ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ଆଦେଶନାମା ଜାରି କରିବା ସହ ୫ ଶିଶୁଙ୍କୁ ସେମାନଙ୍କର ନୂତନ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ମୋଟ ୫ ଜଣ ଶିଶୁଙ୍କ ମଧ୍ୟରୁ ୩ଟି ପରିବାର ପଶ୍ଚିମବଙ୍ଗର ହୋଇଥିବା ବେଳେ ଗୋଟିଏ ପରିବାର US ରୁ ଆସି ଶିଶୁଙ୍କୁ ଆପଣେଇଛନ୍ତି ।

ଏହି ପ୍ରକ୍ରିୟାରେ ଦୁଇଜଣ ସହୋଦର (ଭଉଣୀ)ଙ୍କୁ ଏକାଠି ଗୋଟିଏ ପରିବାରକୁ ହସ୍ତାନ୍ତର କରାଯାଇଛି, ଯାହାଫଳରେ ସେମାନେ ପରସ୍ପର ସହ ବଢ଼ିବାର ସୁଯୋଗ ପାଇବେ ।

ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରୀ ଶ୍ରୀମତୀ ସୁଚିଶ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାରୀ ନିୟମ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।