ରାୟଗଡ଼ : ଛତିଶଗଡ ରାଜ୍ୟର ରାୟଗଡ ଠାରେ ଉତ୍କଳ ସେବା ସମିତି ପକ୍ଷରୁ ବାବା ପ୍ରିୟଦର୍ଶୀ ରାମ ଅଡିଟରୀୟମ ପଞ୍ଜରୀ ପ୍ଲାଣ୍ଟ ଠାରେ ଓଡ଼ିଶା ଦିବସ ବୁଧୁବାର ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ସମ୍ମାନିତ ଅତିଥି ଭାବରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ରାୟପୁର ଉତ୍ତର ବିଧାୟକ ପୁରନ୍ଦର ମିଶ୍ର, ରାଇଗଡ଼ର ମେଜର ଜିଧାନ ଚୌହାନ ଯୋଗ ଦେଇଥିଲେ । ଉତ୍କଳ ସାଂସ୍କୃତିକ ସେବା ସମିତିର ଅଧକ୍ଷ ପ୍ରକାଶ ମିଶ୍ର ଅଧକ୍ଷତାରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିବା ବେଳେ ସମ୍ପାଦକ ପ୍ରତାପ ରାଉତ ସହଯୋଗ କରିଥିଲେ । ଏହି ଉତ୍କଳ ଦିବସ ପାଳନ ଅବସରରେ ଅତିଥିମାନେ ନିଜ ନିଜର ମତ ରଖିଥିବା ବେଳେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଗବତକୁ ଛତିଶଗଡି ଭାଷାରେ ଅନୁବାଦ କରି ଶ୍ରୀମତୀ ବ୍ୟାସ ଷଡ଼ଙ୍ଗୀ ଓ ଡ଼ଃ ସୁଚିତ୍ରା ତ୍ରିପାଠୀ ପ୍ରଦାନ କରିଥିବାରୁ ଏହା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସବୁଦିନ ମନେ ରହିବ ବୋଲି କହିଥିଲେ । ଏହା ସହିତ ମଧୁସୂଦନ ଦାସ, ଫକୀର ମୋହନ ସେନାପତି ଆଦିଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆଜି ଓଡିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ ହୋଇ ପାରିଛି ବୋଲି କହିଛନ୍ତି । ଏହା ସହିତ ଓଡିଶା ଓ ଛତିଶଗଡ ମଧ୍ୟ ରେ ଥିବା ଅନ୍ତରଙ୍ଗ ସମ୍ପର୍କ ସମ୍ପର୍କ ଅତି ନିବିଡ଼ ବୋଲି କହିଥିଲେ । ଏହା ସହିତ ଅଶୋକ ପରି ମହାନ ସମ୍ରାଟ ଚଣ୍ଡାଶୋକରୁ ଧର୍ମାଶୋକ ଏହି ଓଡିଶା ମାଟି ରେ ହିଁ ପରିଣତ ହୋଇ ପାରିଥିଲେ । ପ୍ରଭୁ ଜଗନ୍ନାଥ ଆଜି ସାରା ବିଶ୍ୱରେ ପୂଜନୀୟ ଏବଂ ଏହି ମାଟି ର ଜଣେ ଝିଅ ଆଜି ସାରା ଭାରତ ବର୍ଷର ସର୍ବୋଚ୍ଚ ଶାସନକର୍ତ୍ତା ଭାବ ରେ ବିଦ୍ୟମାନ ବୋଲି ବିଧାୟକ ତ୍ରିପାଠୀ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ରେ ଓଡିଶା ସହିତ ଛତିଶଗଡ ରାଜ୍ୟ ର ବହୁ ବିଦ୍ୱାନ, ଗୁଣି, ସମାଜସେବୀ ଯୋଗଦାନ କରିଥିଲେ ।